ETV Bharat / sports

IPL 2021: ଆଜି CSK-PBKS, KKR-RR ମୁକାବିଲା

ଆଜି(ଗୁରୁବାର) IPLରେ ଡବଲ୍ ହେଡର୍ ମ୍ୟାଚ୍ । ଚେନ୍ନାଇକୁ ଭେଟିବ ପଞ୍ଜାବ, କୋଲକାତାକୁ ଭେଟିବ ରାଜସ୍ଥାନ । ଅଧିକ ପଢନ୍ତୁ....

IPL 2021: ଆଜି CSK-PBKS, KKR-RR ମୁକାବିଲା
IPL 2021: ଆଜି CSK-PBKS, KKR-RR ମୁକାବିଲା
author img

By

Published : Oct 7, 2021, 6:55 AM IST

ଦୁବାଇ: ଆଜି(ଗୁରୁବାର) IPLରେ ଡବଲ୍ ହେଡର୍ ମ୍ୟାଚ୍ ଦେଖିବାକୁ ମିଳିବ । ଦୁବାଇରେ ଅପରାହ୍ନ ସମୟରେ ଚେନ୍ନାଇ ସୁପର କିଙ୍ଗ୍ସ (CSK)କୁ ଭେଟିବ ପଞ୍ଜାବ କିଙ୍ଗ୍ସ(PBKS) । ସେହିପରି ସନ୍ଧ୍ୟା ୭ଟା ୩୦ ମିନିଟରେ କୋଲକାତା ନାଇଟ ରାଇଡର୍ସ (KKR)କୁ ଭେଟିବ ରାଜସ୍ଥାନ ରୟାଲ୍ସ (RR)। ଉଭୟ ମ୍ୟାଚ୍ ବେଶ୍ ରୋମାଞ୍ଚକର ଏବଂ ଉତ୍କଣ୍ଠାପୂର୍ଣ୍ଣ ହେବ । ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିବା ପାଇଁ ଆଜି ପ୍ରୟାସ କରିବ ଚେନ୍ନାଇ । କାହିଁକି ନା ଏହା ପୂର୍ବ ମ୍ୟାଚରେ ଦିଲ୍ଲୀ ଠାରୁ ପରାଜୟ ହୋଇ ଚେନ୍ନାଇ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନକୁ ଖସିଆସିଥିଲା ।

ମୋଟ ୧୩ଟି ମ୍ୟାଚ ଖେଳି ୯ଟିରେ ବିଜୟ ହାସଲ କରିବା ସହ ୧୮ ପଏଣ୍ଟ ହାସଲ କରିଛି ସିଏସକେ । ସେପଟେ ପଞ୍ଜାବ ମୋଟ ୧୩ଟି ମ୍ୟାଚ ଖେଳି ୫ଟିରେ ବିଜୟୀ ହୋଇଥିବା ବେଳେ ୧୦ ପଏଣ୍ଟ ସହ ଏବେ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ତେବେ ପ୍ଲେ ଅଫକୁ ପ୍ରବେଶ କରିବା ପାଇଁ ପଞ୍ଜାବ ନିକଟରେ ଏବେ ଆଉ ସୁଯୋଗ ନାହିଁ । କିନ୍ତୁ ବିଜୟୀ ହେବା ଆଶାରଖି ଆଜି ଫିଲ୍ଡକୁ ଓହ୍ଲାଇବ ଟିମ୍ ।

ସେହିପରି ଆଜି ଶାରଜାହ ଷ୍ଟାଡିୟମରେ କୋଲକାତା ଓ ରାଜସ୍ଥାନର ମଧ୍ୟରେ ଶେଷ ମ୍ୟାଚ ରହିଛି । ସନ୍ଧ୍ୟା ସମୟରେ ହେବାକୁ ଥିବା ଏହି ମ୍ୟାଚରେ ପ୍ଲେ ଅଫରେ ସ୍ଥାନ ପକ୍କା କରିବାକୁ ହେଲେ କୋଲକାତା ଦଳକୁ ଆଜି ବିଜୟୀ ହେବାକୁ ପଡିବ । କୋଲକାତା ୧୩ଟି ମ୍ୟାଚ ଖେଳି ୬ଟିରେ ବିଜୟୀ ହୋଇଥିବା ବେଳେ ୧୨ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ସେହିପରି ରାଜସ୍ଥାନ ୧୩ଟି ମ୍ୟାଚ ଖେଳି ୫ଟିରେ ବିଜୟୀ ହୋଇଥିବା ବେଳେ ୧୦ ପଏଣ୍ଟ ସହ ପଏଣ୍ଟ ଚେବୁଲର ସପ୍ତମ ସ୍ଥାନରେ ରହିଛି ରାଜସ୍ଥାନ ।

ତେବେ ଉଭୟ ଦଳ ବିଜୟୀ ହେବା ଆଶାରଖି ରଖି ଫିଲ୍ଡକୁ ଓହ୍ଲାଇବେ । କିନ୍ତୁ କୋଲକାତା ପାଇଁ ଆଜିର ମ୍ୟାଚ ହାତେଇବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଛି । ତେବେ ଆଜିର ଏହି ଦୁଇଟି ମ୍ୟାଚରେ କାହାର ପଲ୍ଲା ଭାରି ରହୁଛି ତାହା ଦେଖିବାକୁ ବାକି ରହିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.