ETV Bharat / sports

IPL-2021: ଧୋନି-କୋହଲି ମୁକାବିଲା ଆଜି - ଧୋନି-କୋହଲି ମୁକାବିଲା

IPLର 35ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଅଧିକ ପଢନ୍ତୁ...

IPL-2021: ଧୋନି-କୋହଲି ମୁକାବିଲା ଆଜି
IPL-2021: ଧୋନି-କୋହଲି ମୁକାବିଲା ଆଜି
author img

By

Published : Sep 24, 2021, 10:05 AM IST

ଦୁବାଇ:ଆଜି(ଶୁକ୍ରବାର) IPLର 35ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ମୁମ୍ବାଇକୁ ମାତ୍ ଦେଇଥିବା ସୁପର କିଙ୍ଗସ୍ ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ସେହିପରି ପଏଣ୍ଟ ତାଲିକାର ଶୀର୍ଷରେ ପହଞ୍ଚିବା ପାଇଁ ଏହି ମ୍ୟାଚ୍ ଚେନ୍ନାଇ ପାଇଁ ଗୁରୁତ୍ବ ବହନ କରିବ । ଅପରପକ୍ଷରେ କୋଲକାତା ଠାରୁ ପରାସ୍ତ ହୋଇଥିବା ରୟାଲ୍ ବିଜୟ ଲକ୍ଷ୍ୟରେ ରହିବ ।

IPLର ଦ୍ବିତୀୟାର୍ଦ୍ଧରେ ଚମତ୍କାର ପ୍ରଦର୍ଶନ କରିଥିବା ଚେନ୍ନାଇର ଆତ୍ମବଳ ଦୃଢ ରହିଛି । ମଧ୍ୟକ୍ରମା ବ୍ୟାଟ୍ସମ୍ୟାନ ଅମ୍ବାତି ରାଇଡୁ ଅସୁସ୍ଥ ଅଛନ୍ତି, ତାଙ୍କ ସ୍ଥାନରେ ଦଳ ରବୀନ ଉଥପ୍ପାଙ୍କୁ ସୁଯୋଗ ଦେଇପାରେ ବୋଲି ଆଶା କରାଯାଉଛି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ହିରୋ ବନିଥିବା ଋତୁରାଜ ଗାଏକ୍ବାର୍ଡଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ସେପଟେ ରୟାଲ ଚ୍ୟାଲେଞ୍ଜର୍ସକୁ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡିବ । ବିଶେଷ କରି ବ୍ୟାଟିଂ ବିଭାଗ ଦଳ ପାଇଁ ଚିନ୍ତାର କାରଣ ସାଜିଛି । କାରଣ କୋଲକାତା ବିପକ୍ଷ ମ୍ୟାଚରେ ଦଳ ମାତ୍ର 92 ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଫଳରେ ଦଳକୁ ଏକ ଲଜ୍ଜାଜନକ ପରାଜୟ ବରଣ କରିବାକୁ ପଡିଥିଲା ।

ତେବେ ଉଭୟ ଦଳ ନିଜ ନିଜ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଉ ଥିବାବେଳେ ଆଜିର ମ୍ୟାଚ୍ କାହା ଖାତାରେ ଯାଉଛି ତାହା ଦେଖିବାକୁ ବାକି ରହିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.