ETV Bharat / sports

IPL2021: ପଞ୍ଜାବ ବିପକ୍ଷରେ ପ୍ରଥମେ ବୋଲିଂ କରିବ ମୁମ୍ବାଇ

author img

By

Published : Sep 28, 2021, 7:38 PM IST

Updated : Sep 28, 2021, 7:51 PM IST

ଟସ୍‌ ଜିତି ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

IPL 2021: Mumbai Indians won the toss and opt to bowl against punjab kings
IPL 2021: ପଞ୍ଜାବ ବିପକ୍ଷରେ ପ୍ରଥମ ବୋଲିଂ କରିବ ମୁମ୍ବାଇ

ଆବୁଧାବି: ଆଇପିଏଲର ୪୨ ତମ ମ୍ୟାଚ୍‌ ଶୈଖ ଜାଏଦ ଷ୍ଟାଡିୟମ ଆବୁଧାବିରେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ମୁମ୍ବାଇ କ୍ୟାପଟେନ ରୋହିତ ଶର୍ମା ପ୍ରଥମେ ବୋଲିଂ ନିଷ୍ପତ୍ତି ନେବାସହ ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି ।

ଖରାପ ଫର୍ମ ଯୋଗୁଁ ରନ୍‌ ପାଇଁ ସଂଘର୍ଷ କରୁଥିବା ଯୁବ ବାମହାତୀ ବ୍ୟାଟ୍ସମ୍ୟାନ ଇଶାନ କିଶନଙ୍କୁ ଚୂଡାନ୍ତ ଏକାଦଶରୁ ବାହାର କରିଛି ମୁମ୍ବାଇ ଇଣ୍ଡିଆନ୍ସ । କିଶନଙ୍କ ସ୍ଥାନରେ ସୌରଭ ତିୱାରୀଙ୍କୁ ସାମିଲ କରାଯାଇଛି । ସେହିପରି ଆଡମଙ୍କ ସ୍ଥାନରେ ନାଥନ କୁଲଟର-ନାଇଲଙ୍କୁ ସୁଯୋଗ ମିଳିଛି ।

ଅନ୍ୟପଟେ ପଞ୍ଜାବ ଚୁଡାନ୍ତ ଏକାଦଶରୁ ଆଉଟ୍‌ ହୋଇଛନ୍ତି ମୟଙ୍କ ଅଗ୍ରୱାଲ । ତାଙ୍କ ସ୍ଥାନରେ ମନଦୀପ ସିଂହଙ୍କୁ ରାହୁଲଙ୍କ ସହ ଓପନିଂ ଭାର ମିଳିଛି ।

ଚୂଡାନ୍ତ ଏକାଦଶ:

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା(କ୍ୟାପଟେନ୍‌), କ୍ବିଣ୍ଟନ ଡିକକ୍‌(ୱିକେଟ କିପର), ସୂର୍ଯ୍ୟକୁମାର ଯାଦବ, ସୌରଭ ତିୱାରୀ, କ୍ରୁଣାଳ ପାଣ୍ଡ୍ୟା, ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ, ନାଥନ କୁଲଟର-ନାଇଲ, ରାହୁଲ ଚହର, ଜଶପ୍ରୀତ ବୁମରାହ, ଟ୍ରେଣ୍ଟ ବୋଲ୍ଟ ।

ପଞ୍ଜାବ କିଙ୍ଗ୍ସ: କେଏଲ ରାହୁଲ(କ୍ୟାପଟେନ/ୱିକେଟ କିପର), ମନଦୀପ ସିଂହ, କ୍ରିସ ଗେଲ୍‌, ଆଡନ ମାର୍କ୍ରମ, ନିକୋଲାସ ପୁରୋନ, ଦୀପକ ହୁଡ୍ଡା, ହରପ୍ରୀତ ବ୍ରାର, ନାଥନ ଏଲିସ, ମହମ୍ମଦ ସାମି, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 28, 2021, 7:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.