ନୂଆଦିଲ୍ଲୀ: ପ୍ରଥମ ଡୋଜ କୋରୋନା ଟିକା ନେଲେ ଭାରତୀୟ ଓପନର ଶିଖର ଧୱନ । କୋରୋନୋ ଭ୍ୟାକ୍ସିନ ନେବାପରେ ସେ ଟ୍ବିଟ କରି ସୂଚନା ଦେବା ସହ ସମ୍ମୁଖ କୋରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଦେଇଛନ୍ତି । କୋରୋନା ମହାମାରୀ ସଂଗ୍ରାମରେ ସମ୍ମୁଖ କୋରୋନା ଯୋଦ୍ଧାଙ୍କ ତ୍ୟାଗ ସମର୍ପଣକୁ ସେ ସମ୍ମାନ ଜଣାଇଛନ୍ତି।
-
Vaccinated ✅ Can’t thank all our frontline warriors enough for their sacrifices and dedication. Please do not hesitate and get yourself vaccinated as soon as possible. It’ll help us all defeat this virus. pic.twitter.com/0bqBnsaWRh
— Shikhar Dhawan (@SDhawan25) May 6, 2021 " class="align-text-top noRightClick twitterSection" data="
">Vaccinated ✅ Can’t thank all our frontline warriors enough for their sacrifices and dedication. Please do not hesitate and get yourself vaccinated as soon as possible. It’ll help us all defeat this virus. pic.twitter.com/0bqBnsaWRh
— Shikhar Dhawan (@SDhawan25) May 6, 2021Vaccinated ✅ Can’t thank all our frontline warriors enough for their sacrifices and dedication. Please do not hesitate and get yourself vaccinated as soon as possible. It’ll help us all defeat this virus. pic.twitter.com/0bqBnsaWRh
— Shikhar Dhawan (@SDhawan25) May 6, 2021
ଆଜି(ଗୁରୁବାର) କୋରୋନା ଭ୍ୟାକ୍ସିନ ନେଇଛନ୍ତି ଶିଖର ଧୱନ । ଏହାପରେ ସେ ଟିକା ନେଉଥିବା ବେଳର ଏକ ଫଟୋ ସେୟାର କରି କହିଛନ୍ତି ଯେ, "କୋରୋନା ଟିକା ନେଲି । ସମସ୍ତ ସମ୍ମୁଖ କୋରୋନା ଯୋଦ୍ଧାଙ୍କ ତ୍ୟାଗ ଓ ସମର୍ପଣ ମୁଁ ଧନ୍ୟବାଦ ଦେଉଛି । କୋରୋନା ଟିକା ନେବାରେ ପଛଘୁଞ୍ଚା ଦିଅନ୍ତୁ ନାହିଁ । ଯଥାଶୀଘ୍ର ସମ୍ଭବ ସଭିଏଁ ଟିକା ନିଅନ୍ତୁ । ଏହା କୋରୋନା ଭାଇରସକୁ ମାତ ଦେବାରେ ଆମକୁ ସାହାଯ୍ୟ କରିବ । "
ଆଇପିଏଲ 2021 ସ୍ଥଗିତ ହେବାପରେ ସମସ୍ତ ଖେଳାଳି ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଧାରାରେ ଶିଖର ଧୱନ ମଧ୍ୟ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସେ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ପକ୍ଷରୁ ଖେଳୁଥିଲେ । ଏହାପୂର୍ବରୁ ସୋମବାର ଦିନ ଧୱନ କୋରୋନା ମହାମାରୀ ଲଢ଼େଇ ପାଇଁ ହାଏମୋନେଟିକ୍ସ ଆପହିୟରସିସ୍ ମେସିନ ପାଇଁ ଅନୁଦାନ ଦେବେ ବୋଲି ଘୋଷଣା କରିଥିଲେ ।
ଖାଲି ସେତିକି ନୁହେଁ ଗତ ସପ୍ତାହରେ କୋରୋନା ଲଢ଼େଇ ପାଇଁ 20 ଲକ୍ଷ ଟଙ୍କା ଦାନ କରିଥିଲେ ଶିଖର ଧୱନ । ଏହାସହ ଆଇପିଏଲ 2021ରେ ପୁରସ୍କୃତ ହୋଇଥିବା ସମସ୍ତ ଧନରାଶିକୁ ମଧ୍ୟ ମିଶନ ଅକ୍ସିଜେନକୁ ଦାନ କରିଥିଲେ ଶିଖର ଧୱନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ