ETV Bharat / sports

IPL 2023: ଏଠାରେ ମ୍ୟାଚ୍‌ ପୂର୍ବରୁ ମନ୍ଦିରରେ ପୂଜା ଜରୁରୀ, ନହେଲେ... - ଧର୍ମଶାଳାସ୍ଥିତ HPCA ଷ୍ଟାଡିୟମ

କ୍ରିକେଟରେ ଟିମ୍‌କୁ ଜିତାଇବା ପାଇଁ ଦେଶରେ ପୂଜାପାଠ ଓ ଯଜ୍ଞ ଇତ୍ୟାଦି କରାଯିବା ଭାରତରେ ନୂଆ କଥା ନୁହେଁ । ହେଲେ ଏପରି ମଧ୍ୟ ଏକ ଷ୍ଟାଡିୟମ ରହିଛି, ଯେଉଁଠାରେ ଏକ ମ୍ୟାଚ୍‌ର ସଫଳ ଆୟୋଜନ ପାଇଁ ପୂଜାପାଠ କରିବାକୁ ପଡ଼ିଥାଏ । ହିମାଚଳ ପ୍ରଦେଶର ଧର୍ମଶାଳାସ୍ଥିତ HPCA ଷ୍ଟାଡିୟମରେ ଆଇପିଏଲ ମ୍ୟାଚ ପୂର୍ବରୁ ଇନ୍ଦ୍ରନାଗ ଦେବତାଙ୍କର ପୂଜାପାଠ କରାଯାଇଛି । ଅଧିକ ପଢ଼ନ୍ତୁ

ଏଠାରେ ମ୍ୟାଚ୍‌ ପୂର୍ବରୁ ମନ୍ଦିରରେ ପୂଜା ଜରୁରୀ

author img

By

Published : May 16, 2023, 6:48 AM IST

ଏଠାରେ ମ୍ୟାଚ୍‌ ପୂର୍ବରୁ ମନ୍ଦିରରେ ପୂଜା ଜରୁରୀ

ଶିମ୍‌ଲା: ଭାରତରେ କ୍ରିକେଟର କ୍ରେଜ ଯେ ଆକାଶ ଛୁଆଁ, ଏକଥା କାହାକୁ ଅଛପା ନାହିଁ । ଟିମ୍‌କୁ ଜିତାଇବା ପାଇଁ ଦେଶରେ ପୂଜାପାଠ ଓ ଯଜ୍ଞ ଇତ୍ୟାଦି କରାଯିବା ଭାରତରେ ନୂଆ କଥା ନୁହେଁ । ହେଲେ ଦେଶରେ ଏହାରି ମଧ୍ୟ ଏକ ଷ୍ଟାଡିୟମ ରହିଛି, ଯେଉଁଠାରେ ଏକ ମ୍ୟାଚ୍‌ର ସଫଳ ଆୟୋଜନ ପାଇଁ ପୂଜାପାଠ କରିବାକୁ ପଡ଼ିଥାଏ । ତେବେ ଏହି ଷ୍ଟାଡିୟମ ହେଉଛି ହିମାଚଳ ପ୍ରଦେଶର ଧର୍ମଶାଳାସ୍ଥିତ HPCA ଷ୍ଟାଡିୟମ । ଏଠାରେ ମ୍ୟାଚ୍‌ର ସଫଳ ଆୟୋଜନ ପାଇଁ ଇନ୍ଦ୍ରନାଗ ଦେବତାଙ୍କର ପୂଜାପାଠ କରାଯାଇଥାଏ ।

ଧର୍ମଶାଳାରେ କେବେ ଅଛି ମ୍ୟାଚ: କେବଳ ଭାରତ ନୁହେଁ, ସମଗ୍ର ବିଶ୍ବରେ ଏବେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଆଇପିଏଲ କ୍ରେଜ ଜାରି ରହିଛି । ଆଇପିଏଲ ୨୦୨୩ ଏବେ ଶେଷ ପର୍ଯ୍ୟାୟରେ ଜାରି ରହିଛି । ଏହା ମଧ୍ୟରେ ଆସନ୍ତା ମେ ୧୭ ଓ ୧୯ ତାରିଖରେ ହିମାଚଳ ପ୍ରଦେଶର ଧର୍ମଶାଳାରେ ମଧ୍ୟ ଦୁଇଟି ମ୍ୟାଚ୍‌ ଖେଳାଯିବ । ମୋହାଲି ପରେ ଧର୍ମଶାଳାର HPCA ଷ୍ଟାଡିୟମ ହେଉଛି ପଞ୍ଜାବ କିଙ୍ଗସର ଦ୍ବିତୀୟ ହୋମ୍‌ ଗ୍ରାଉଣ୍ଡ । ତେବେ ପଞ୍ଜାବ ଏଠାରେ ୧୭ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ୧୯ରେ ରାଜସ୍ଥାନ ରୟାଲ୍ସକୁ ଭେଟିବ । ତେବେ ଏହା ପୂର୍ବରୁ HPCA ଷ୍ଟାଡିୟମ ଅଧିକାରୀମାନେ ଇନ୍ଦ୍ରନାଗ ଦେବତାଙ୍କ ମନ୍ଦିରରେ ପୂଜା କରିବା ସହ କନ୍ୟା ପୂଜନ ମଧ୍ୟ କରିଛନ୍ତି ।

କିଏ ଏହି ଇନ୍ଦ୍ରନାଗ ଦେବତା: ହିମାଚଳ ପ୍ରଦେଶର ଧର୍ମଶାଳାରୁ ପ୍ରାୟ ୯ କିମି ଦୂରରେ ଖନିୟାରା ନାମକ ଏକ ସ୍ଥାନ ଅଛି । ସେଠାରେ ରହିଛି ଇନ୍ଦ୍ରନାଗ ଦେବତାଙ୍କ ମନ୍ଦିର । ଏହି ଦେବତାଙ୍କୁ ଇନ୍ଦ୍ରଦେବଙ୍କ ପ୍ରତିନିଧି ବୋଲି କୁହାଯାଏ । ଏହି ଅଞ୍ଚଳରେ ଇନ୍ଦ୍ରନାଗ ଦେବତାଙ୍କର ବହୁତ ମାନ୍ୟତା ରହିଛି । ପୂର୍ବରୁ ଚାଷକାର୍ଯ୍ୟ ସମୟରେ ଅଥବା ବର୍ଷା ପାଇଁ ଏହି ଇନ୍ଦ୍ରନାଗ ଦେବତାଙ୍କର ପୂଜା କରାଯାଉଥିଲା । ଧିରେଧିରେ ଘର ନିର୍ମାଣ ଠାରୁ ଆରମ୍ଭ କରି ବିବାହ ଅଥବା ଅନ୍ୟ ମାଙ୍ଗଳିକ କାର୍ଯ୍ୟରେ ମଧ୍ୟ ଇନ୍ଦ୍ରନାଗ ଦେବତାଙ୍କର ପୂଜା କରାଗଲା । ଏବେ କ୍ରିକେଟ ମ୍ୟାଚ ପୂର୍ବରୁ ସଫଳତା ପୂର୍ବକ ଏହି ମ୍ୟାଚ ସାରିବା ପାଇଁ ଇନ୍ଦ୍ରନାଗ ଦେବତାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଉଛି ।

ଇନ୍ଦ୍ରନାଗ ଦେବତାଙ୍କ କାହାଣୀ: ଇନ୍ଦ୍ରନାଗ ଦେବତାଙ୍କ ଇତିହାସ ବହୁ ପୁରାତନ । ତେବେ ବର୍ତ୍ତମାନ ଗ୍ରାମବାସୀ ଓ ମନ୍ଦିରର ପୂଜାରୀଙ୍କ କହିବା ଅନୁସାରେ ଏଠାରେ ଥିବା ଏକ ବାଉଁଶ ଗଛ ତଳେ ଭଗବାନଙ୍କ ପାଦଚିହ୍ନ ଦେଖିବାକୁ ମିଳିଥିଲା । ଏହି ଖବର ପାଇ ଚମ୍ବାର ରାଜା ଏଠାରେ ପହଞ୍ଚି ଦର୍ଶନ କରିଥିଲେ । କୁହାଯାଉଛି ଯେ, ରାଜାଙ୍କର କୌଣସି ସନ୍ତାନ ନଥିଲେ । ହେଲେ ଏଠାରେ ଦର୍ଶନ ପରେ ରାଜାଙ୍କ ସ୍ବପ୍ନରେ ଆସି ଇନ୍ଦ୍ରନାଗ ଦେବତା ରାଜାଙ୍କୁ ସନ୍ତାନ ପ୍ରାପ୍ତି ହେବାର ବରଦାନ ଦେଇଥଲେ । ଏହାର ୧ ବର୍ଷ ପରେ ରାଜା ନିଜ ପୁଅକୁ ସାଙ୍ଗରେ ନେଇ ଏଠାରେ ପହଞ୍ଚିଥିଲେ । ଏଠାରେ ରାଜା ଇନ୍ଦ୍ରନାଗ ଦେବତାଙ୍କ ମନ୍ଦିର ନିର୍ମାଣ କରିବା ସହ ଆଖପାଖରେ ଥିବା ସମସ୍ତ ଜମି ମନ୍ଦିର ନାଁରେ କରିଥିଲେ । ଏହାପରଠୁ ଆଜି ପର୍ଯ୍ୟନ୍ତ ଭକ୍ତମାନେ ନିଜ ମାନସିକ ପୂରଣ ପାଇଁ ମନ୍ଦିରରେ ପହଞ୍ଚି ପୂଜାପାଠ କରିଥାନ୍ତି ।

ଏମିତି କୁହନ୍ତି HPCA ଷ୍ଟାଡିୟମ ଅଧିକାରୀ: ଧର୍ମଶାଳାର HPCA ଷ୍ଟାଡିୟମ ବିଶ୍ବର ସବୁଠାରୁ ସୁନ୍ଦର ଷ୍ଟାଡିୟମ ଭାବେ ପରିଚିତ । ଏହି ଷ୍ଟାଡିୟମ ୨୦୦୩ ମସିହାରେ ନିର୍ମାଣ ହୋଇଥିଲା । ଏଠାରେ ପୂର୍ବରୁ ଡୋମେଷ୍ଟିକ ମ୍ୟାଚ୍‌ ସହ ଅନ୍ତର୍ଜାତୀୟ ଓ ଆଇପିଏଲ ମ୍ୟାଚ ମଧ୍ୟ ଖେଳାଯାଇଛି । ତେବେ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନର ନିର୍ଦ୍ଦେଶକ ସଞ୍ଜୟ ଶର୍ମା କହିଛନ୍ତି, "ଇନ୍ଦ୍ରନାଗ ଦେବତାଙ୍କର ବିଶେଷ କୃପା ଏହି ଅଞ୍ଚଳରେ ରହିଛି । ସେ ଭଗବାନ ଇନ୍ଦ୍ରଙ୍କର ପ୍ରତିନିଧିତ୍ବ କରନ୍ତି । ସେଥିପାଇଁ ଆମେ ପ୍ରତିବର୍ଷ ତାଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥାଉ । ସେଠାରେ ପ୍ରାର୍ଥନା କରିଥାଉ କି, ଆସନ୍ତା ସମୟରେ କୌଣସି ମ୍ୟାଚ ବର୍ଷା କାରଣରୁ ପ୍ରଭାବିତ ନହେଉ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.