ହାଇଦ୍ରାବାଦ: ୨୦୨୩ ଆଇପିଏଲ ସଂସ୍କରଣ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଭାଗ ନେବାକୁ ଥିବା ୧୦ ଟି ଦଳ ନିଜ ନିଜର ରିଟେନସନ ତାଲିକା ଜାରି କରିଛନ୍ତି । ଫ୍ରାଞ୍ଚାଇଜ୍ ଟିମଗୁଡିକ ଏଥର ଆକ୍ସନ ମୁଡରେ ନଜର ଆସିଛନ୍ତି । ବଡ ବଡ ଖେଳାଳିଙ୍କୁ ମଧ୍ୟ ଦଳରୁ ବାଦ୍ ଦେବାରେ ସେମାନେ କୌଣସି ସୁଯୋଗ ଛାଡିନାହାଁନ୍ତି । ସନରାଇଜର୍ସ ହାଇଦ୍ରାବାଦ କେନ୍ ୱିଲିୟମସନଙ୍କୁ ଦଳରରୁ ଛାଡିବା ସହିତ ପଞ୍ଜାବ୍ କିଙ୍ଗ୍ସ ମଧ୍ୟ କ୍ୟାପଟେନ୍ ମୟଙ୍କ ଅଗ୍ରୱାଲଙ୍କୁ ଦଳରୁ ରିଲିଜ୍ କରିଛି ।
ତେବେ ଆଇପିଏଲ ଫ୍ରାଞ୍ଚାଇଜ୍ଗୁଡିକ ନିଜ ନିଜର ରିଟେନ ଓ ରିଲିଜ ତାଲିକା ଘୋଷଣା କରି ସାରିଛି । ଏହି ପ୍ରସ୍ତୁତିକରଣ ପରେ ଦଳଗୁ଼ଡିକ ଡିସେମ୍ବରରେ ହେବାକୁ ଥିବା ମିନି ଆଇପିଏଲ ଅକ୍ସନରେ ଯୋଗ ଦେବେ । ତେବେ ରିଟେନ ଓ ରିଲିଜ ପରେ ଦଳ ପାଖରେ ଥିବା ରାଶି ଅନୁଯାୟୀ ସେମାନେ ମିନି ଅକ୍ସନରେ କ୍ରିକେଟରମାନଙ୍କୁ କିଣି ବାରେ ସୁଯୋଗ ପାଇବେ । ତେବେ ନଜର ପକାନ୍ତୁ କେଉଁ ଫ୍ରାଞ୍ଚାଇବ ପର୍ସରେ ଏବେ କେତେ ଟଙ୍କା ରହିଛି ।
୧. ଗୁଜୁରାଟ ଟାଇଟନ୍ସ - ୧୯.୨୫ କୋଟି ଟଙ୍କା
୨. ରାଜସ୍ତାନ ରୟାଲ୍ସ - ୧୩. ୨ କୋଟି ଟଙ୍କା
୩. ଲକ୍ଷ୍ନୌ ସୁପର ଜିଆନ୍ଟସ - ୨୩.୩୫ କୋଟି ଟଙ୍କା
୪. ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର - ୮.୭୫ କୋଟି ଟଙ୍କା
୫. ଦିଲ୍ଲୀ କ୍ୟାପିଟାଲ୍ସ - ୧୯.୪୫ କୋଟି ଟଙ୍କା
୬. ପଞ୍ଜାବ କିଙ୍ଗ୍ସ - ୩୨.୨ କୋଟି ଟଙ୍କା
୭. କୋଲକାତା ନାଇଟ ରାଇଡର୍ସ - ୭.୦୫ କୋଟି ଟଙ୍କା
୮. ସନରାଇଜର୍ସ ହାଇଦ୍ରାବାଦ - ୪୨. ୨୫ କୋଟି ଟଙ୍କା
୯. ଚେନ୍ନାଇ ସୁପର କିଙ୍ଗ୍ସ - ୨୦. ୪୫ କୋଟି ଟଙ୍କା
୧୦. ମୁମ୍ବାଇ ଇଣ୍ଡିଆନ୍ସ - ୨୦. ୫୫ କୋଟି ଟଙ୍କା
ତେବେ ଏହି ୧୦ ଟି ଫ୍ରାଞ୍ଚାଇଜ୍ ମଧ୍ୟରୁ ସନରାଇଜର୍ସ ହାଇଦ୍ରାବାଦ ପାଖରେ ଅଧିକ ରାଶି ରହିଛି । ହାଇଦ୍ରାବାଦ ଟିମ୍ ୧୨ କ୍ରିକେଟରଙ୍କୁ ରିଲିଜ୍ କରିଛି । କିନ୍ତୁ ଏଟି ଟିମ୍ ଦୁଇଲ ଜଣ କ୍ରିକେଟରଙ୍କ ମୂଲ୍ୟ ଅଧିକ ରହିଥିଲା । କେନ୍ ୱିଲିୟମସନ୍ ୧୪ କୋଟି ଟଙ୍କା ଓ ନିକୋଲସ୍ ପୁରନଙ୍କ ମୂଲ୍ୟ ୧୦.୭୫ କୋଟି ଟଙ୍କା ଟଙ୍କା ରହିଥିଲା । ତେବେ ଏହି ଦୁଇ ଖେଳାଳିଙ୍କୁ ରିଲିଜ୍ ପରେ ୨୫ କୋଟି ଟଙ୍କା ହାଇଦ୍ରାବାଦ ପାଖରେ ରହିଗଲା । ଏବେ SRH ପାଖରେ ୪୨. ୨୫ କୋଟି ଟଙ୍କା ରହିଛି ।
ଆଇପିଏଲର ମିନି ଅକ୍ସନ ପୂର୍ବରୁ ଫ୍ରାଞ୍ଚାଇଜ୍ ଖାତାରେ ଆଉ ୫ କୋଟି ଟଙ୍କା ଯୋଡା ଯିବ । ଅର୍ଥାତ୍ ସମସ୍ତ ଟିମ୍ ପର୍ସରେ ଏବେ ଯେତିକି ରାଶି ରହିଛି ଡିସେମ୍ବରରେ ହେବାକୁ ଥିବା ଆଇପିଏଲ ମିନି ଅକ୍ସନ ପୂର୍ବରୁ ଆଉ ୫ କୋଟି ଟଙ୍କା ଫ୍ରାଞ୍ଚାଇଜଙ୍କ ପାଖରେ ଯୋଡା ଯିବ ।