ETV Bharat / sports

Hockey World Cup: ପ୍ରଥମ ଦିନରେ ମିଳିଲାନି ଟିକେଟ, ଫ୍ୟାନ୍ସ କହିଲେ ଏତେ ସବୁ ଆୟୋଜନର କିଛି ଲାଭ ନାହିଁ

author img

By

Published : Dec 19, 2022, 5:55 PM IST

ଜାନୁଆରୀ ୧୩ ତାରିଖରୁ ହକି ବିଶ୍ବକପ୍‌ ଆରମ୍ଭ ହେବ । ବର୍ତ୍ତମାନ ହକି ବିଶ୍ବକପ ଅଫଲାଇନ୍ ଟିକେଟ ବିକ୍ରି ଆରମ୍ଭ ହୋଇଛି । ପ୍ରଥମ ଦିନରେ ନିରାଶ ହେଲେ ଫ୍ୟାନ୍ସ । ଅଧିକ ପଢନ୍ତୁ

Hockey World Cup offline ticket selling
ହକି ବିଶ୍ବକପ ପାଇଁ ଅଫ ଲାଇନ ଟିକେଟ୍ କିଣୁଛନ୍ତି ପ୍ରଶଂସକ
Hockey World Cup : ପ୍ରଥମ ଦିନରେ ମିଳିଲାନି ଟିକେଟ, ଫ୍ୟାନ୍ସ କହିଲେ ଏତେ ସବୁ ଆୟୋଜନର କିଛି ଲାଭ ନାହିଁ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ହକି ବିଶ୍ବକପ ପାଇଁ ଅଫ୍‌ଲାଇନ୍‌ରେ ଟିକେଟ ବିକ୍ରି । ହେଲେ ପ୍ରଥମ ଦିନରେ ହକି ଫ୍ୟାନ ନିରାଶ ହୋଇଛନ୍ତି । ଆଜି(ସୋମବାର) ଦିନ 11ଟା ବେଳେ ଲୋକେ ଧାଡିରେ ଠିଆ ହୋଇ ଟିକେଟ ପାଇଁ ଅପେକ୍ଷା କରିଥିଲେ । ହେଲେ ଟିମ୍‌ ଇଣ୍ଡିଆ ମ୍ୟାଚର କୌଣସି ଟିକେଟ ନଥିବାରୁ ସେମାନେ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହିତ ଟିକେଟ ବିକ୍ରୟ ପାଇଁ ଷ୍ଟଲରେ ପର୍ଯ୍ୟାପ୍ତ ପରିମାଣର ଲୋକ ନଥିବାରୁ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ହକି ପ୍ରଶଂସକ । ରାଜ୍ୟର ବିଭିନ୍ନ ସ୍ଥାନରୁ ହକି ବିଶ୍ବକପ ଦେଖିବାକୁ ବହୁ ସଂଖ୍ୟାରେ ଲୋକେ ଟିକେଟ କାଟିବାକୁ ଟିକେଟ କାଉଣ୍ଟରରେ ପହଁଞ୍ଚିଥିଲେ । ହେଲେ କାଉଣ୍ଟରରେ କେବଳ ଜାନୁଆରୀ13 ଏବଂ 14 ତାରିଖ ଟିକେଟ ମିଳୁଥିବା ବେଳେ ଅନ୍ୟ କୌଣସି ଟିକେଟ ନଥିବା କୁହାଯାଇଥିଲା । ଏହା ଶୁଣିବା ପରେ ଅନେକ ହକି ପ୍ରଂଶସକ ନିରାଶ ହୋଇଛନ୍ତି ।

ଏବାବଦରେ ହକି ପ୍ରଶଂସକ କହିଛନ୍ତି, "ଓଡିଶାରେ ହକି ଆୟୋଜନ ହେଉଛି । କିନ୍ତୁ ରାଜ୍ୟବାସୀଙ୍କୁ ଟିକେଟ ମିଳୁନାହିଁ । ଓଡିଶାର ହକି ପ୍ରଶଂସକ ଟିକେଟ ନପାଇ ନିରାଶ ହେଉଛନ୍ତି । ଆଜିଠୁ ଅଫଲାଇନରେ ଟିକେଟ ବିକ୍ରି ହେବା ଆରମ୍ଭ ହୋଇଛି । ହେଲେ କାଉଣ୍ଟରରେ କୁହାଯାଉଛି କେବଳ ଜାନୁଆରୀ ୧୩ ଓ ୧୪ ତାରିଖର ଟିକେଟ ରହିଛି । ଅନ୍ୟ କୌଣସି ତାରିଖର ଟିକଟ ନଥିବା କୁହାଯାଇଛି ।" କିଛି ହକି ପ୍ରଶଂସକ ଟିକେଟ ନ ପାଇ ଏହା ମ ବିଶ୍ବକପ ଟିକଟ ବିକ୍ରିରେ କଳାବଜାରୀ ହୋଇଥିବା ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ଅଧା ଟିକେଟ ଓ ପାସ୍‌ରେ ବାଣ୍ଟି ଦେଇଛନ୍ତି । ଯେମିତି କ୍ରିକେଟରେ ବାରବାଟୀ ଷ୍ଟାଡିୟମରେ ଭାରତ ମ୍ୟାଚରେ ଘଣ୍ଟା ଘଣ୍ଟା ଧରି ଧାଡିରେ ଠିଆ ହେଲେ ଟିକେଟ୍ ମିଳେନି ହେଲେ ମ୍ୟାଚ ଦିନ ଅନ୍ୟ ଲୋକଙ୍କଠାରୁ ଟିକେଟ ବିକ୍ରି ହେଉଥାଏ । ଓଡିଶାରେ ହକି ବିଶ୍ବକପ ହେଉଛି । ହେଲେ ରାଜ୍ୟବାସୀଙ୍କ ପାଇଁ ଟିକେଟ ନାହିଁ ।

ଆଉ ଦିନ କେଇଟା ପରେ ଆରମ୍ଭ ହେବ ହକି ବିଶ୍ବକପ ୨୦୨୩ । ୨୦୨୩ ହକି ବିଶ୍ବକପର ଆୟୋଜକ ରହିଛି ଓଡ଼ିଶା । ଜାନୁଆରୀ ୧୩ରୁ ୨୯ ଯାଏଁ ଖେଳାଯିବ ହକି ବିଶ୍ବକପ । ଭୁବନେଶ୍ବର ଓ ଇସ୍ପାତ ନଗରୀ ରାଉରକେଲାରେ ମ୍ୟାଚ୍ ହେବ । ହକି ବିଶ୍ବ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ମୋଟ ୧୬ଟି ଟିମ ଏହି ସଂସ୍କରଣର ବିଶ୍ବକପରେ ଅଂଶଗ୍ରହଣ କରିବାକୁ ଥିବାବେଳେ ଆୟୋଜକ ଭାରତ ପୁଲ୍‌ D'ରେ ସ୍ଥାନ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସେପ୍ଚେମ୍ବର 8 ତାରିଖରେ ଭାରତୀୟ ହକି ଟିମର ପୁଲ୍‌ ନାମ ଘୋଷଣା କରିଥିଲେ ।

ଜାନୁଆରୀ ୧୩ ତାରିଖରେ ଭାରତ ସନ୍ଧ୍ୟା ୭ଟା ବେଳେ ପୁଲ Dରେ ଥିବା ସ୍ପେନ୍‌କୁ ଭେଟିବ । ସ୍ପେନ୍‌ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ ଭାରତ । ଏହି ମ୍ୟାଚ ରାଉରକେଲା ସ୍ଥିତ ନବ ନିର୍ମିତ ଅନ୍ତର୍ଜାତୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ( Birsa Munda International Hockey Stadium) ଖେଳାଯିବ । ସେହିପରି ଭାରତ ଜାନୁଆରୀ ୧୫ ତାରିଖରେ ଇଂଲଣ୍ଡ ସହିତ ମୁହାଁମୁହିଁ ହେବାକୁ ଥିବାବେଳେ ଜାନୁଆରୀ ୧୯ ତାରିଖରେ ୱେଲ୍ସକୁ ଭେଟିବ । 5ଟି ମହାଦେଶର ୧୬ଟି ଦେଶ ଏଥିରେ ଅଂଶଗ୍ରହଣ କରିବେ । ପୁଲ Dରେ ଭାରତ ସ୍ଥାନ ପାଇଛି । ପୁଲ୍‌ D'ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍‌ ଓ ୱେଲ୍ସ ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.