ଚେନ୍ନାଇ: ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପରେ 6 ବର୍ଷ ପୂରଣ କଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଏହାକୁ ନେଇ ଟ୍ବିଟରରେ ଏକ ଭିଡିଓ ସେୟାର କରିବା ସହ ଦଳୀୟ ଖେଳାଳୀ ଓ ସପୋର୍ଟ ଷ୍ଟାଫଙ୍କୁ ଧନ୍ୟବାଦ ଦେଇଛନ୍ତି ହାର୍ଦ୍ଦିକ । ଭିଡିଓରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଡ଼ି ହୋଇଥିବା କେତେକ ସ୍ମରଣୀୟ ମୂହୁର୍ତ୍ତକୁ କଏଦ କରିଛନ୍ତି ହାର୍ଦ୍ଦିକ ।
-
A walk down memory lane and looking back at 6 extraordinary years with a team so close to my heart @mipaltan 💙 To the management, staff, teammates and fans who’ve been with me on this journey, thank you from the bottom of my heart 🙏 pic.twitter.com/lLe63fXP1J
— hardik pandya (@hardikpandya7) April 19, 2021 " class="align-text-top noRightClick twitterSection" data="
">A walk down memory lane and looking back at 6 extraordinary years with a team so close to my heart @mipaltan 💙 To the management, staff, teammates and fans who’ve been with me on this journey, thank you from the bottom of my heart 🙏 pic.twitter.com/lLe63fXP1J
— hardik pandya (@hardikpandya7) April 19, 2021A walk down memory lane and looking back at 6 extraordinary years with a team so close to my heart @mipaltan 💙 To the management, staff, teammates and fans who’ve been with me on this journey, thank you from the bottom of my heart 🙏 pic.twitter.com/lLe63fXP1J
— hardik pandya (@hardikpandya7) April 19, 2021
2015 ମସିହାରେ ମୁମ୍ବାଇ ପକ୍ଷରୁ ଆଇପିଏଲ ମ୍ୟାଚ ଖେଳିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଏହାପୂର୍ବରୁ ଏସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳୁଥିଲେ । ତେବେ ମୁମ୍ବାଇ ଦଳରେ ଯୋଗ ଦେବା ପରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ । 2015 ଆପିଏଲ ସିଜିନରେ ଭଲ ପ୍ରଦର୍ଶନ କରିବା ପରେ ସେ ଭାରତୀୟ କ୍ରିକେଟ ଦଳରେ ସାମିଲ ହେବା ପାଇଁ ସୁଯୋଗ ମିଳିଥିଲା ।
ହାର୍ଦ୍ଦିକ ପାଣ୍ଡ୍ୟା ଟ୍ବିଟ କରି ଲେଖିଛନ୍ତି ଯେ, "ସ୍ମରଣୀୟ ସ୍ମୃତିର ଚମତ୍କାର 6 ବର୍ଷ । ମୁମ୍ବାଇ ଇଣ୍ଡିଆନ୍ସ ଦଳ ମୋ ହୃଦୟ ସହ ଯୋଡ଼ି ହୋଇ ରହିଛି । ମୋର ଏହି ଯାତ୍ରାରେ ସାଥୀ ହୋଇଥିବା ସମସ୍ତ ଦଳୀୟ ଖେଳାଳି, ସପୋର୍ଟ ଷ୍ଟାଫ ଓ ଫ୍ୟାନମାନଙ୍କୁ ଧନ୍ୟବାଦ ଦେଉଛି ।"
ମୁ୍ମ୍ବାଇ ପକ୍ଷରୁ ଡେବ୍ୟୁ ମ୍ୟାଚ ଖେଳି ହାର୍ଦ୍ଦିକ ମାତ୍ର 6ଟି ବଲରେ 16 ରନ କରିଥିଲେ । ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ 18 ରନରେ ପରାଜିତ ହୋଇଥିଲା । ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ସହ ଭାରତୀୟ ଦଳରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ