ETV Bharat / sports

IPL 2022: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମରେ ନିଆରା ରେକର୍ଡ

author img

By

Published : Apr 23, 2022, 9:31 PM IST

ଚଳିତ ଆଇପିଏଲ ସଂସ୍କରଣରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ପ୍ରଥମ କ୍ୟାପଟେନ ହୋଇଛନ୍ତି ଗୁଜରାଟ ଟାଇଟନ୍ସର ହାର୍ଦ୍ଦିକ ପାଣ୍ଡ୍ୟା । ଅଧିକ ପଢନ୍ତୁ

Hardik Pandya becomes the first captain to win the toss and bat first in the IPL this
IPL 2022: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମରେ ନିଆରା ରେକର୍ଡ

ମୁମ୍ବାଇ: ଚଳିତ ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟରେ ଗୁଜରାଟ ଟାଇଟନ୍ସ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ଏକ ବିରଳ ଉପଲବ୍ଧି ହାସଲ କରିଛନ୍ତି । ଚଳିତ ଆଇପିଏଲ ସଂସ୍କରଣରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ପ୍ରଥମ କ୍ୟାପଟେନ ହୋଇଛନ୍ତି ହାର୍ଦ୍ଦିକ । ଆଇପିଏଲର ୩୫ତମ ମ୍ୟାଚ୍‌ ଗୁଜରାଟ ଟାଇଟନ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ରହିଥିଲା । ଏହି ମ୍ୟାଚ୍‌ ମଧ୍ୟ ଗୁଜରାଟର ପ୍ରଥମ ଦିନ ମ୍ୟାଚ୍‌ ରହିଥିଲା । ଦ୍ବିତୀୟ ବ୍ୟାଟିଂ କରୁଥିବା ଟିମକୁ ଲକ୍ଷ୍ୟକୁ ପିଛା କରିବା ସହଜ ହେଉଥିଲେ ମଧ୍ୟ ହାର୍ଦ୍ଦିକ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେବାପରେ ସମସ୍ତଙ୍କୁ ଚକିତ କରିଥିଲେ ।

ଏହି ମ୍ୟାଚ୍‌ ପୂର୍ବରୁ ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ରେ ୩୪ ମ୍ୟାଚ୍‌ ଖେଳାଯାଇ ସାରିଥିଲା । ତେବେ ଏହା ପ୍ରଥମ ଅବସର ହୋଇଥିଲା ଯେ କୌଣସି କୌଣସି କ୍ୟାପଟେନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । କୋଲକାତା ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଗୁଜରାଟ ଖେଳିଥିବା ୬ଟି ମ୍ୟାଚ୍‌ରେ ୫ଟିରେ ବିଜୟୀ ହୋଇଥିବାରୁ ରଣନୀତିରେ ସାମାନ୍ୟ ପରିବର୍ତ୍ତନ କରିଥିଲା ଟାଇଟନ୍ସ । ଏହି ମ୍ୟାଚ୍‌ ମଧ୍ୟ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କମବ୍ୟାକ୍‌ ମ୍ୟାଚ୍‌ ରହିଥିଲା । ସାମାନ୍ୟ ଆହତ କାରଣରୁ ହାର୍ଦ୍ଦିକ ଗୋଟିଏ ମ୍ୟାଚ୍‌ ଖେଳିନଥିଲେ ଓ ତାଙ୍କ ସ୍ଥାନରେ କାମଚଳା କ୍ୟାପଟେନ ଭାବେ ରସିଦ ଖାନ ଦାୟିତ୍ବ ତୁଲାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.