ETV Bharat / sports

IPL 2023: ପ୍ରଥମରୁ ସାମିଙ୍କ ରେକର୍ଡ, ୧୦୦ ୱିକେଟ କ୍ଲବରେ ସାମିଲ

author img

By

Published : Apr 2, 2023, 5:35 PM IST

ଆଇପିଏଲ ୨୦୨୩ରେ ଆରମ୍ଭରୁ ଅନୁଭବୀ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ରେକର୍ଡ । ୧୦୦ ୱିକେଟ କ୍ଲବରେ ହେଲେ ସାମିଲ । ଜାଣନ୍ତୁ ଆଉ କେଉଁ ବୋଲର ଏହି ତାଲିକାରେ ରହିଛନ୍ତି । ଅଧିକ ପଢ଼ନ୍ତୁ

୧୦୦ ୱିକେଟ କ୍ଲବରେ ସାମି
୧୦୦ ୱିକେଟ କ୍ଲବରେ ସାମି

ହାଇଦ୍ରାବାଦ: ଆରମ୍ଭ ହୋଇଯାଇଛି ହାଇ ପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ ୨୦୨୩ । ତେବେ ଉଦ୍‌ଘାଟନୀ ମ୍ୟାଚ୍‌ରେ ହିଁ ଏକ ରେକର୍ଡ ହାସଲ କରିଛନ୍ତି ଗୁଜୁରାଟ ଟାଇଟନ୍ସର ଦ୍ରୁତ ବୋଲର ମହମ୍ମଦ ସାମି । ଆଇପିଏଲ ଇତିହାସରେ ୧୦୦ ୱିକେଟ ହାସଲ କରିଥିବା ବୋଲର ମାନଙ୍କ ତାଲିକାରେ ନିଜ ନାମ ଯୋଡ଼ିଛନ୍ତି ମହମ୍ମଦ ସାମି । ପୂର୍ବରୁ ୧୮ ଜଣ ବୋଲର ଏହି କୀର୍ତ୍ତିମାନ ହାସଲ କରିଥିଲେ । ତେବେ ଆଇପିଏଲର ୧୬ତମ ସଂସ୍କରଣ ଆରମ୍ଭରୁ ହିଁ ୧୯ତମ ବୋଲର ଭାବେ ଏହି ୧୦୦ରୁ ଅଧିକା ୱିକେଟ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି ଏହି ଅନୁଭବୀ ଦ୍ରୁତ ବୋଲର ।

ଆଇପିଏଲ ୨୦୨୩ ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସ ବିପକ୍ଷ ମ୍ୟାଚ୍‌ରେ ପ୍ରଥମ ୱିକେଟ ହାସଲ କରିବା କ୍ଷଣି ହିଁ ଏହି ରେକର୍ଡ ହାସଲ କରିଥିଲେ ମହମ୍ମଦ ସାମି । ସେ ଏହି ମ୍ୟାଚ୍‌ରେ ୪ ଓଭର ବୋଲିଂ କରି ୨୯ ରନ ବ୍ୟୟରେ ୨ଟି ୱିକେଟ ହାସଲ କରିଥିଲେ । ଏହା ସହିତ ତାଙ୍କର ଆଇପିଏଲ କ୍ୟାରିଅରରେ ସେ ୧୦୧ଟି ୱିକେଟ ହାସଲ କରିଥିଲେ । ତେବେ ଆଇପିଏଲ ଇତିହାସରେ ୧୦୦ରୁ ଅଧିକ ୱିକେଟ ହାସଲ କରିବାରେ ୧୯ ଜଣ ବୋଲର ସାମିଲ ରହିଛନ୍ତି । ସେଥି ମଧ୍ୟରୁ ୪ ଜଣ ବିଦେଶୀ ଖେଳାଳି ସାମିଲ ରହିଥିବା ବେଳେ ୧୫ ଜଣ ଭାରତୀୟ ଖେଳାଳି ସାମିଲ ରହିଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଖେଳାଳି ଏବେ ଆଇପିଏଲ ଖେଳୁ ନଥିବାବେଳେ କିଛି ଖେଳ ଦୁନିଆରୁ ଅବସର ନେଇଯାଇଛନ୍ତି । ତେବେ ଯେଉଁ ଖେଳାଳି ଏବେ ଆଇପିଏଲ ଖେଳୁଛନ୍ତି, ସେମାନେ ସର୍ବାଧିକ ୱିକେଟ ନେବାପାଇଁ ରେସ୍‌ରେ ରହିବେ ।

ଆଗରେ ରହିଛନ୍ତି ୟୁଜବେନ୍ଦ୍ର ଚହଲ: ଆଇପିଏଲରେ ସର୍ବଦା ଭାରତୀୟ ବୋଲରଙ୍କ ଦବଦବା ଜାରି ରହିଥାଏ । ତେବେ ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ସ୍ପିନର ୟୁଜବେନ୍ଦ୍ର ଚହଲ ହେଉଛନ୍ତି ଆଇପିଏଲରେ ସବୁଠାରୁ ଅଧିକ ୱିକେଟ ହାସଲ କରିଥିବା ଭାରତୀୟ ବୋଲର । ସେ ସମୁଦାୟ ୧୬୬ଟି ୱିକେଟ ହାସଲ କରିଛନ୍ତି । ତାଙ୍କ ପଛକୁ ୧୫୭ ୱିକେଟ ସହିତ ରବିଚନ୍ଦ୍ରନ ଅଶ୍ବିନ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ଚହଲ ଓ ଅଶ୍ବିନଙ୍କ ଉପରେ ରହିଥିବା ଅଧିକାଂଶ ବୋଲର ଏବେ ଆଇପିଏଲରେ ସକ୍ରିୟ ନାହାନ୍ତି ।

ତେବେ ଏଥିରେ ଭୁବନେଶ୍ବର କୁମାର ମଧ୍ୟ ୧୫୪ ୱିକେଟ ସହିତ ସାମିଲ ରହିଛନ୍ତି । ଏହା ବ୍ୟତୀତ ଚେନ୍ନାଇ ସୁପର କିଙ୍ଗସର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଖାତାରେ ୧୩୩ ୱିକେଟ ରହିଛି । ଏହା ଛଡ଼ା ଆଶିଷ ନେହେରା ମଧ୍ୟ ୧୦୬ ୱିକେଟ ସହିତ ଏହି କ୍ଲବରେ ସାମିଲ ରହିଛନ୍ତି । ତେବେ ସେ ବର୍ତ୍ତମାନ ଆଇପିଏଲ ଖେଳୁନାହାନ୍ତି । ସେ ଗତବର୍ଷ ଆଇପିଏଲ ବିଜେତା ଗୁଜୁରାଟ ଟାଇଟନ୍ସର କୋଚ ଦାୟିତ୍ବରେ ରହିଛନ୍ତି । ତେବେ ଏହି ତାଲିକାରେ ଏବେ ମହମ୍ମଦ ସାମି ସାମିଲ ହୋଇଛନ୍ତି । ଉଭୟ ଅକ୍ଷର ପଟେଲ ଓ ସାମି ୧୦୧ ଲେଖାଏଁ ୱିକେଟ ସହିତ ଏହି ରେସରେ ସାମିଲ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.