ETV Bharat / sports

କୋଭିଡ କଟକଣା ସହ ଦିଲ୍ଲୀ କ୍ୟାପିଟାଲ୍ସ ଅଭ୍ୟାସ ଆରମ୍ଭ - ଆଇପିଏଲ ଖବର

14ତମ ଆଇପିଏଲ ମହାକୁମ୍ଭ ପାଇଁ ଅଭ୍ୟାସ ଆରମ୍ଭ କଲା ଦିଲ୍ଲୀ କ୍ୟାପିଟାଲ୍ସ ଦଳ। ମୁମ୍ବାଇର କ୍ରିକେଟ କ୍ଲବ ଅଫ ଇଣ୍ଡିଆରେ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳୀ ଅଭ୍ୟାସ ଆରମ୍ଭ କରିଛନ୍ତି। ଅଧିକ ପଢ଼ନ୍ତୁ...

କୋଭିଡ କଟକଣା ସହ ଦିଲ୍ଲୀ କ୍ୟାପିଟାଲ୍ସ ଅଭ୍ୟାସ ଆରମ୍ଭ

author img

By

Published : Mar 30, 2021, 8:34 PM IST

ମୁମ୍ବାଇ: 14ତମ ଆଇପିଏଲ ମହାକୁମ୍ଭ ପାଇଁ ଅଭ୍ୟାସ ଆରମ୍ଭ କଲା ଦିଲ୍ଲୀ କ୍ୟାପିଟାଲ୍ସ ଦଳ। ମୁମ୍ବାଇର କ୍ରିକେଟ କ୍ଲବ ଅଫ ଇଣ୍ଡିଆରେ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳୀ ଅଭ୍ୟାସ ଆରମ୍ଭ କରିଛନ୍ତି। ଗତ ସୋମବାର ଦଳରେ ୱିକେଟକିପର ଋଷଭ ପନ୍ତ ଓ ଇଂଲଣ୍ଡ ବ୍ୟାଟସମ୍ୟାନ ସାମ ବିଲିଂସ, ଅଲରାଉଣ୍ଡର ଟମ କୁରାନ ସାମିଲ ହୋଇଥିଲେ।

ମଙ୍ଗଳବାର ଆରମ୍ଭ ହୋଇଥିବା ଅଭ୍ୟାସ ଶିବିରରେ ଉମେଶ ଯାଦବ, ଇଶାନ୍ତ ଶର୍ମା, ଆଜିଙ୍କ୍ୟ ରାହାଣେ ଓ ଅମିତ ମିଶ୍ରା ଭଳି ଖେଳାଳି ସାମିଲ ହୋଇଛନ୍ତି। ଦିଲ୍ଲା ସ୍କ୍ବାଡର ସପୋର୍ଟ ଷ୍ଟାଫ ଓ ଅନ୍ୟ ସହକାରୀ କୋଚ ଦଳୀୟ ଖେଳାଳିଙ୍କୁ ଅଭ୍ୟାସରେ ସହଯୋଗ କରିଛନ୍ତି। ଏହି ସମୟରେ କୋଭିଡ ଏସଓପିକୁ ପାଳନ କରିଛନ୍ତି ପ୍ରତ୍ୟକ୍ଷ ଖେଳାଳି ଓ ସପୋର୍ଟ ଷ୍ଟାଫ। ମୁଖ୍ୟ କୋଚ ରିକି ପଣ୍ଟିଂ ଓ ବୋଲିଂ କୋଚ ଜେମସ ହୋପସ ମଧ୍ୟ ଦଳ ସହ ଯୋଗ ଦେଇଛନ୍ତି। ତେବେ ଦୁହେଁ ବିସିସିଆଇର ଏସଓପି ଅନୁଯାୟୀ କ୍ବାରେଣ୍ଟିନରେ ରହିଛନ୍ତି।

କ୍ବାରେଣ୍ଟିନରେ ରହିବା ସମୟରେ ପ୍ରତ୍ୟେକ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ଏକାଧିକ ଥର କୋରୋନା ଯାଞ୍ଚ କରାଯିବ। ପୂର୍ବତନ ଭାରତୀୟ ୱିକେଟକିପର ଅଜୟ ରାତ୍ରା ଦିଲ୍ଲୀର ସହକାରୀ କୋଚ ଦାୟିତ୍ବରେ ରହିଛନ୍ତି। ସହକାରୀ ନିଯୁ୍କ୍ତ ହେବାପରେ ଖୁସି ଜାହିର କରିଛନ୍ତି ଅଜୟ ରାତ୍ରା। ଏପ୍ରିଲ 9 ତାରିଖରେ ଆଇପିଏଲ -14 ଆରମ୍ଭ ହେବାକୁ ଥିବା ବେଳେ ଏପ୍ରିଲ 10 ତାରିଖରେ ଦିଲ୍ଲୀ ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ସହ ଖେଳିବ। ଏହି ମ୍ୟାଚକୁ ନେଇ ଉଭୟ ଦଳ ଉତ୍ସାହିତ ରହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.