ETV Bharat / sports

No Ball Controversy: ଗୋଟିଏ ମ୍ୟାଚରୁ DC ସହକାରୀ କୋଚ୍‌ ବ୍ୟାନ, ପନ୍ତ ଓ ଶାର୍ଦ୍ଦୁଳଙ୍କୁ ଜୋରିମାନା

ଇଣ୍ଡିଆନ ପ୍ରିମିୟର ଲିଗର(IPL) କୋଡ୍‌ ଅଫ୍‌ କଣ୍ଡକ୍ଟ ଉଲଂଘନ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ ଋଷଭ ପନ୍ତ ଦଣ୍ଡିତ । ପନ୍ତଙ୍କ ଉପରେ ମ୍ୟାଚ୍‌ ପାଉଣାର ଶତ ପ୍ରତିଶତ ଜୋରିମାନା ଲାଗିଛି । ଅଧିକ ପଢନ୍ତୁ

No Ball Controversy
No Ball Controversy: ଗୋଟିଏ ମ୍ୟାଚ୍‌ ପାଇଁ ଦିଲ୍ଲୀର ସହକାରୀ କୋଚ୍‌ ବ୍ୟାନ୍‌, ପନ୍ତ ଓ ଶାର୍ଦ୍ଦୁଳଙ୍କୁ ଜୋରିମାନା
author img

By

Published : Apr 23, 2022, 5:09 PM IST

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର(IPL) କୋଡ୍‌ ଅଫ୍‌ କଣ୍ଡକ୍ଟ (ଆଚରଣ ବିଧି) ଉଲ୍ଲଙ୍ଘନ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ ଋଷଭ ପନ୍ତ ଦଣ୍ଡିତ । ପନ୍ତଙ୍କ ଉପରେ ମ୍ୟାଚ୍‌ ପାଉଣାର ଶତ ପ୍ରତିଶତ ଜୋରିମାନା ଲାଗିଛି । ଶୁକ୍ରବାର ରାତିରେ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ରାଜସ୍ଥାନ ରୟାଲ୍ସ ବିପକ୍ଷ ଆଇପିଏଲ ୨୦୨୨ର ମ୍ୟାଚ୍‌ରେ ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ନିଜ ଖେଳାଳିଙ୍କୁ ପାଭିଲିୟନକୁ ଫେରିଆସିବାକୁ ନିର୍ଦ୍ଦେଶ ଦେଇଥିଲେ ପନ୍ତ ।

ରୟାଲ୍ସ ଓ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍‌ ଏକ waist-high (ଅଣ୍ଟା-ଉଚ୍ଚତା) ନୋ-ବଲ୍‌କୁ ନେଇ ବିବାଦୀୟ ହୋଇଥିଲା । ଦୁଇ ଫିଲ୍ଡ ଅମ୍ପାୟାର ଏହି ବଲ୍‌କୁ ଏକ ସାଧାରଣ ବଲ୍‌(Legal) ଭାବେ ଗଣନା କରିଥିଲେ ମଧ୍ୟ ଜାତୀୟ ରାଜଧାନୀର ଟିମ ଏହି ନିଷ୍ପତ୍ତି ଉପରେ ଆପତ୍ତି ଉଠାଇଥିଲା ।

ହାଇସ୍କୋରିଂ ମ୍ୟାଚ୍‌କୁ ସଞ୍ଜୁ ସାମସନଙ୍କ ନେତୃତାଧୀନ ଟିମ ରୟାଲ୍ସ ୧୫ ରନ୍‌ରେ ଜିତିନେଇଥିଲା । ଟେଲିଭିଜନ ଦୃଶ୍ୟରୁ ଏକ ସ୍ପଷ୍ଟ ଜଣାପଡିଥିଲା ଯେ ପନ୍ତ, ପଡିଆରେ ବ୍ୟାଟିଂ କରୁଥିବା ଦୁଇ ବ୍ୟାଟ୍‌ର ରୋଭମନ ପାୱେଲ ଓ କୁଲଦୀପ ଯାଦବଙ୍କୁ ପିଚ୍‌ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ । ମ୍ୟାଚ୍‌ର ଶେଷ ଓଭରରେ ଏକ ବଲ୍‌କୁ waist-high ନୋ-ବଲ୍‌ ବୋଲି ଦାବି କରିଥିଲା ଦିଲ୍ଲୀ । ମାତ୍ର ଏହି ଦାବିକୁ ଫିଲ୍ଡ ଅମ୍ପାୟର ଗ୍ରହଣ ନ କରି ଭିଡିଓ ଅଫିସିଆଲଙ୍କୁ ଚେକ୍‌ କରିବାକୁ ଅନୁରୋଧ କରିନଥିଲେ ।

୨୦ ଓଭରରେ ୨୨୩ ରନ୍‌ର ଏକ ବିଶାଳ ଟାର୍ଗେଟର ପିଛା କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ପାଇଁ ଶେଷ ୬ଟି ବଲ୍‌ରୁ ୩୬ ରନ୍‌ ଆବଶ୍ୟକ କରୁଥିଲା ଓ ହାତରେ ଦୁଇଟି ୱିକେଟ ରହିଥିଲା । କ୍ୟାପିଟାଲ୍ସର ୱେଷ୍ଟଇଣ୍ଡିଜ ପାୱର ହିଟର ରୋଭମନ ପାୱେଲ ପ୍ରଥମ ଦୁଇଟି ବଲ୍‌ରେ ଦୁଇଟି ଛକା ମାରିଥିଲେ । ପରେ ତୃତୀୟ ବଲ୍‌କୁ ମଧ୍ୟ ସମାନ ଭାବେ ପାୱେଲ ବାଉଣ୍ଡ୍ରୀ ବାହାରକୁ ପଠାଇଥିଲେ । ତେବେ ଏହି ବଲ୍‌ଟି ସିଧାସଳଖ ଯାଇ ତାଙ୍କ ବ୍ୟାଟ୍‌ରେ ଲାଗିଥିଲା ଓ ଅଣ୍ଟା ଠାରୁ ଅଧିକ ଉଚ୍ଚତାରେ ଥିଲା । ଫଳରେ ନିୟମ ଅନୁଯାୟୀ ଏହା ଏକ ନୋ-ବୋଲ୍‌ ବୋଲି ଦାବି କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ବୋଲିଂ ଏଣ୍ଡ୍‌ରେ ଥିବା ଅମ୍ପାୟର କିନ୍ତୁ ଏହି ବଲ୍‌କୁ ଏକ ଲିଗାଲ୍‌ ବଲ ଭାବେ ବିବେଚନା କରିଥିଲେ । ମାତ୍ର ଏହି ନିଷ୍ପତିକୁ ସଂପୂର୍ଣ୍ଣ ଦିଲ୍ଲୀ କ୍ୟାପିଟାଲ୍ସ ଡଗଆଉଟ୍‌ ବିରୋଧ କରିଥିଲା । ସମସ୍ତ ଖେଳାଳି ସିଟ୍‌ରୁ ଉଠିଯିବା ସହ ଅମ୍ପାୟରଙ୍କ ସହିତ ଯୁକ୍ତି କରି ଏହାକୁ ତୃତୀୟ ଅମ୍ପାୟରଙ୍କୁ ରେଫର କରିବାକୁ ଦିଲ୍ଲୀ କ୍ୟାପିଟାଲ୍ସର କୋଚ୍‌ ପ୍ରବୀଣ ଆମ୍ରେଙ୍କୁ ଗ୍ରାଉଣ୍ଡକୁ ପଠାଇଥିଲେ ପନ୍ତ । ନିୟମ ଅନୁଯାୟୀ ମ୍ୟାଚ୍‌ ଚାଲୁଥିବା ସମୟରେ କୌଣସି ଟିମର ସଦସ୍ୟ ପଡିଆ ଭିତରକୁ ଯାଇ ଅମ୍ପାୟରଙ୍କ ସହ ଯୁକ୍ତି କରିପାରିବେ ନାହିଁ । ମ୍ୟାଚ୍‌ ପରିଚାଳନା କରୁଥିବା ଅମ୍ପାୟରଙ୍କ ନିଷ୍ପତ୍ତି ଶେଷ ନିଷ୍ପତ୍ତି । କୌଣସି ନିଷ୍ପତ୍ତିରେ ସେମାନେ ସଠିକ୍‌ ଭାବେ ସହମତି ହେଉନଥିବା ଅନୁଭବ କଲେ ତୃତୀୟ ଅମ୍ପାୟର ବା ଟିଭି ଅମ୍ପାୟରଙ୍କ ସହାୟତା ନେଇପାରିବେ । ମାତ୍ର ତାଙ୍କୁ ଏହି ନିଷ୍ପତ୍ତି ନେବାକୁ ପଡିଆ ବାହାରର କୌଣସି ସଦସ୍ୟ କହିପାରିବେ ନାହିଁ ।

କିଛି ସମୟ ଧରି ଏହି ଡ୍ରାମା ଚାଲିବା ପରେ ମ୍ୟାଚ୍‌ ଖେଳାଯାଇଥିଲା ଓ ରୋଭମନ ପାୱେଲ ଆଉ କୌଣସି ବଡ୍‌ ସଟ୍‌ ଖେଳିପାରିନଥିଲେ । ଫଳରେ ବିଜୟ ଠାରୁ ଦିଲ୍ଲୀ କ୍ୟାପିଟାଲ୍ସ ୧୫ ରନ୍‌ ଦୂରରେ ରହିଯାଇଥିଲା ।

ଶନିବାର IPL ଏକ ବିବୃତି ଜାରି କରିବା ସହ, ଆଇପିଏଲ କୋଡ୍‌ ଅଫ୍‌ କଣ୍ଡକ୍ଟର ଧାରା ୨.୭ର ଲେଭଲ ୨ ଅପରାଧ କରିଥିବା ସ୍ବୀକାର କରିଛନ୍ତି ଓ ଜୋରିମାନାକୁ ମଧ୍ୟ ଗ୍ରହଣ କରିଥିବା ଘୋଷଣା କରିଛି । ଦିଲ୍ଲୀ କ୍ୟାପିଟାଲ୍ସର ଶାର୍ଦ୍ଦୁଳ ଠାକୁରଙ୍କୁ ମଧ୍ୟ ମ୍ୟାଚ୍‌ ପାଉଣାର ୫୦ ପ୍ରତିଶତ ଜୋରିମାନା ଲାଗିଛି । ଦିଲ୍ଲୀର ସହକାରୀ କୋଚ୍‌ ପ୍ରବୀଣ ଆମ୍ରେଙ୍କୁ ଗୋଟିଏ ମ୍ୟାଚ୍‌ ପାଇଁ ବ୍ୟାସନ୍ଦ ସହିତ ୧୦୦ ପ୍ରତିଶତ ମ୍ୟାଚ୍‌ ପାଉଣା ଜୋରିମାନା ଦଣ୍ଡ ମିଳିଛି ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.