ETV Bharat / sports

'ଚୂଡ଼ାନ୍ତ ଏକାଦଶରେ ସାମିଲ ନ ହେବା ପରେ ନିରାଶ ଥିଲେ ୱାର୍ଣ୍ଣର'

author img

By

Published : May 3, 2021, 9:21 PM IST

"ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଚୂଡ଼ାନ୍ତ ଏକାଦଶରେ ସାମିଲ ନହେବା ପରେ ନିରାଶ ଓ ଆଶ୍ଚର୍ଯ୍ୟ ହୋଇଥିଲେ ୱାର୍ଣ୍ଣର।" ଏଭଳି ମନ୍ତବ୍ୟ ଦେଇଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଦଳର ନିର୍ଦ୍ଦେଶକ ଟମ ମୁଡି । ଅଧିକ ପଢ଼ନ୍ତୁ...

'ଚୂଡ଼ାନ୍ତ ଏକାଦଶରେ ସାମିଲ ନହେବା ପରେ ନିରାଶ ଥିଲେ ୱାର୍ଣ୍ଣର'

ନୂଆଦିଲ୍ଲୀ: "ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଚୂଡ଼ାନ୍ତ ଏକାଦଶରେ ସାମିଲ ନହେବା ପରେ ନିରାଶ ଓ ଆଶ୍ଚର୍ଯ୍ୟ ହୋଇଥିଲେ ୱାର୍ଣ୍ଣର ।" ଏଭଳି ମନ୍ତବ୍ୟ ଦେଇଛନ୍ତି ସନରାଇଜର୍ସ ହାଇଦ୍ରାବାଦର ଦଳର ନିର୍ଦ୍ଦେଶକ ଟମ ମୁଡି । ସନରାଇଜର୍ସ ହାଇଦ୍ରାବାଦ ଡେଭିଡ ୱାର୍ଣ୍ଣରଙ୍କ ନେତୃତ୍ବରେ 6ଟି ମ୍ୟାଚ ଖେଳି 5ଟି ପରାଜିତ ହୋଇଥିଲା। ଏହାପରେ ତାଙ୍କୁ ଅଧିନାୟକ ପଦରୁ ହଟାଇଥିଲା ଦଳ । ତାଙ୍କ ବଦଳରେ କେନ ୱିଲିୟମସନଙ୍କୁ ଦଳର ଅଧିନାୟକ ଦାୟିତ୍ବ ଦିଆଯାଇଛି । ତେବେ ରାଜସ୍ଥାନ ବିପକ୍ଷରେ ମଧ୍ୟ ଦଳକୁ 55 ରନରେ ପରାସ୍ତ ହେବାକୁ ପଡ଼ିଛି ।

ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପରାଜିତ ହେବାପରେ ସନରାଇଜର୍ସ ହାଇଦ୍ରାବାଦର ନିର୍ଦ୍ଦେଶକ ଟମ୍ କହିଛନ୍ତି ଯେ, "ୱାର୍ଣ୍ଣରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ ନକରିବା ନିଷ୍ପତ୍ତି ଦଳର ଥିଲା । କାରଣ ଆମେ ଚାହୁଁଥିଲୁ ଦୁଇଜଣ ବିଦେଶୀ ବ୍ୟାଟସମ୍ୟାନ ଦଳରେ ସାମିଲ ରୁହନ୍ତୁ । ଏହାସହ ରାଶିଦ ଖାନଙ୍କୁ ମଧ୍ୟ ଭଲ ବୋଲିଂ କରିଥିଲେ, ତେଣୁ ତାଙ୍କୁ ଦଳରୁ ବାହାର କରିବା ପ୍ରଶ୍ନ ଉଠୁନଥିଲା । ୱାର୍ଣ୍ଣରଙ୍କ ଫର୍ମ ଭଲ ନଥିବାରୁ ବାଧ୍ୟ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରି ପାରିନଥିଲୁ। କିନ୍ତୁ ଏହାପରେ ୱାର୍ଣ୍ଣର ନିରାଶ ହୋଇଥିଲେ।"

ଡେଭିଡ ୱାର୍ଣ୍ଣର ଦଳରେ ରହି ନିଜ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ଚାହୁଁଥିଲେ । କିନ୍ତୁ ଲଗାତାର ଆଶାନୁରୂପ ପ୍ରଦର୍ଶନ କରିବାରେ ସେ ବିଫଳ ହୋଇଥିଲେ । ଫଳରେ ଚୂଡ଼ାନ୍ତ ଏକାଦଶରୁ ସେ ବାଦ ପଡ଼ିଥିଲେ। ତେବେ ଏହାପରେ ମଧ୍ୟ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ବିଜୟୀ ହୋଇ ପାରିନଥିଲା । 221 ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ହାଇଦ୍ରାବାଦ ବ୍ୟାଟସମ୍ୟାନ ମାତ୍ର 165 ରନ କରି ପାରିଥିଲା । ଜୋଶ ବଟଲରଙ୍କ ଧୁଆଁଦାର 124 ରନ ବଳରେ ରାଜସ୍ଥାନ ରୟାଲ୍ସ 220 ରନ କରିଥିଲା । ସନରାଇଜର୍ସ ହାଇଦ୍ରାବାଦ ବର୍ତ୍ତମାନ ସୁଦ୍ଧା 7ଟି ମ୍ୟାଚ ଖେଳିଥିବା 6ଟି ମ୍ୟାଚରେ ପରାଜିତ ହୋଇ ପଏଣ୍ଟ ତାଲିକାର ସର୍ବନିମ୍ନ ସ୍ଥାନରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.