ETV Bharat / sports

ଧିମା ବୋଲିଂ କରି ୧୨ ଲକ୍ଷ ତଣ୍ଡ ଗଣିଲେ ରାଜସ୍ଥାନ ରୟାଲ୍ସ ଅଧିନାୟକ

author img

By

Published : Sep 22, 2021, 5:11 PM IST

Updated : Sep 22, 2021, 5:19 PM IST

ଧିମା ଓଭର ବୋଲିଂ ପାଇଁ ଦଣ୍ଡିତ ହେଲେ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ୍‌ । ସେପ୍ଟେମ୍ବର ୨୧ ତାରିଖରେ ପଞ୍ଜାବ କିଙ୍ଗ୍ସ୍‌ ବିପକ୍ଷରେ ଏକ ରୋମାଞ୍ଚକର ମ୍ୟାଚ୍‌ରେ ୨ ରନ୍‌ରେ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ । ଅଧିକ ପଢ଼ନ୍ତୁ...

୧୨ ଲକ୍ଷ ତଣ୍ଡ ଗଣିଲେ RR ଅଧିନାୟକ ସଞ୍ଜୁ ସାମସନ୍‌

ଦୁବାଇ: ଧିମା ଓଭର ବୋଲିଂ ପାଇଁ ଦଣ୍ଡିତ ହେଲେ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ୍‌ । ସେପ୍ଟେମ୍ବର ୨୧ ତାରିଖରେ ପଞ୍ଜାବ କିଙ୍ଗ୍ସ୍‌ ବିପକ୍ଷରେ ଏକ ରୋମାଞ୍ଚକର ମ୍ୟାଚ୍‌ରେ ୨ ରନ୍‌ରେ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ । ତେବେ ଧିମା ଓଭର ବୋଲିଂ ଯୋଗୁଁ ସଞ୍ଜୁ ସାମସନ୍‌ଙ୍କୁ ୧୨ ଲକ୍ଷ ଟଙ୍କା ଜୋରିମାନା ଗଣିବାକୁ ପଡ଼ିଛି ।

କାର୍ତ୍ତିକ ତ୍ୟାଗିଙ୍କ ରୋମାଞ୍ଚକର ଶେଷ ଓଭର ଯୋଗୁଁ ରାଜସ୍ଥାନ ରୟାଲ୍ସ ଦଳ ମ୍ୟାଚ୍‌ରେ ବିଜୟୀ ହୋଇ ପାରିଛି । ଶେଷ ଓଭରରେ ବିଜୟୀ ହେବାକୁ ପଞ୍ଜାବ କିଙ୍ଗ୍‌ସ୍‌କୁ ମାତ୍ର ୪ ରନ୍‌ ଆବଶ୍ୟକ ଥିଲା । ତେବେ କାର୍ତ୍ତିକ ତ୍ୟାଗୀ ଶେଷ ଓଭରରେ ଦୁଇ ୱିକେଟ ନେଇ ମାତ୍ର ୧ ରନ୍‌ ହିଁ ଦେଇଥିଲେ । ଫଳର ମ୍ୟାଚକୁ ଦୁଇ ରନରେ ହାତେଇ ନେଇଥିଲା ରାଜସ୍ଥାନ ରୟାଲ୍ସ ଦଳ ।

ସେପଟେ ମ୍ୟାଚ୍‌ରେ ଧିମା ଓଭର ବୋଲିଂ କରିଥିବା କଥା ସ୍ବୀକାର କରିଛନ୍ତି ସଞ୍ଜୁ ସାମସନ୍‌ । ଏଥିପାଇଁ ଏହି ମାମଲାରେ କୌଣସି ଶୁଣାଣି ହେବ ନାହିଁ । ପଞ୍ଜାବ କିଙ୍ଗ୍‌ସ୍ ବିପକ୍ଷରେ ଧାର୍ଯ୍ୟ ହୋଇଥିବା ସମୟ ମଧ୍ୟରେ ଓଭର ସାରି ପାରିନଥିଲା ରାଜସ୍ଥାନ ରୟାଲ୍ସ । ଯାହାର ଫଳ ସ୍ବରୂପ ଦଳ ଅଧିନାୟକଙ୍କୁ ତଣ୍ଡ ଗଣିବାକୁ ପଡ଼ିଛି । ଚଳିତ ଆଇପିଏଲ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ପ୍ରଥମ ଥର ପାଇଁ ଧିମା ଓଭର ବୋଲିଂ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 22, 2021, 5:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.