ମୁମ୍ବାଇ: କୋରୋନା ସଂକ୍ରମଣରୁ ସୁସ୍ଥ ହେଲେ ଦକ୍ଷିଣ ଆଫ୍ରିକାର ଫାଷ୍ଟ ବୋଲର ଏନରିଚ ନୋର୍ଟଜେ। ଏପ୍ରିଲ 14 ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜିରେ ଯୋଗ ଦେବାକୁ ପହଞ୍ଚିଥିବା ବେଳେ ତାଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ତାଙ୍କୁ କ୍ବାରେଣ୍ଟିନରେ ରହିବାକୁ କୁହାଯାଇଥିଲା। ତେବେ ଏନରିଚ ନୋର୍ଟଜେଙ୍କ ତିନୋଟି କୋରୋନା ରିପୋର୍ଟ ନେଗେଟିଭ ଆସିବା ପରେ ସେ ଦିଲ୍ଲୀ ଦଳରେ ଯୋଗ ଦେଇଛନ୍ତି।
-
He's here 💙
— Delhi Capitals (@DelhiCapitals) April 16, 2021 " class="align-text-top noRightClick twitterSection" data="
Our 🇿🇦 pace superstar is now out of quarantine. After a false positive result for COVID-19, Anrich Nortje tested negative thrice, and is now part of our team bubble.
We can't wait to see him in action 🔥#YehHaiNayiDilli #IPL2021 @AnrichNortje02 @TajMahalMumbai pic.twitter.com/8dGh2GlniK
">He's here 💙
— Delhi Capitals (@DelhiCapitals) April 16, 2021
Our 🇿🇦 pace superstar is now out of quarantine. After a false positive result for COVID-19, Anrich Nortje tested negative thrice, and is now part of our team bubble.
We can't wait to see him in action 🔥#YehHaiNayiDilli #IPL2021 @AnrichNortje02 @TajMahalMumbai pic.twitter.com/8dGh2GlniKHe's here 💙
— Delhi Capitals (@DelhiCapitals) April 16, 2021
Our 🇿🇦 pace superstar is now out of quarantine. After a false positive result for COVID-19, Anrich Nortje tested negative thrice, and is now part of our team bubble.
We can't wait to see him in action 🔥#YehHaiNayiDilli #IPL2021 @AnrichNortje02 @TajMahalMumbai pic.twitter.com/8dGh2GlniK
ଏହାକୁ ନେଇ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜି ପକ୍ଷରୁ ଏନରିଚ ନୋର୍ଟଜେଙ୍କ ଏକ ଭିଡିଓ ଜାରି କରାଯାଇଛି । ଭିଡିଓ ଏନରିଚ ନୋର୍ଟଜେ କହିଛନ୍ତି ଯେ, "ଶେଷରେ ମୁଁ ବାହାରକୁ ଆସିଛି। ସଭିଙ୍କୁ ଗୋଟିଏ ଟେବୁଲ ଉପରେ ବସି ବ୍ରେକଫାଷ୍ଟ କରିବା ଦେଖି ଖୁସି ଲାଗୁଛି। ଖୁବଶୀଘ୍ର ଫିଲ୍ଡକୁ ଓହ୍ଲାଇବାକୁ ନେଇ ମୁଁ ଉତ୍ସାହିତ ରହିଛି। ଏଥିପାଇଁ ଯଥାଶୀଘ୍ର ଷ୍ଟାଡିୟମକୁ ଯାଇ ମୁଁ ଟ୍ରେନିଂ ଆରମ୍ଭ କରିବାକୁ ଯାଉଛି।"
ଭିଡିଓରେ ଏନରିଚ ନୋର୍ଡଜେ ହିନ୍ଦୀରେ ନିଜ ଖୁସି ଜାହିର କରୁଥିବା ଦେଖିବାକୁ ମିଳିଛି । ଗତବର୍ଷ ଆଇପିଏଲ ସିଜିନର ଫାଇନାଲରେ ପହଞ୍ଚି ପାରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ଏଥିରେ ଏନରିଚ ନୋର୍ଟଜେ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଥିଲେ । ସେ 16ଟି ମ୍ୟାଚରେ 23.27 ହାରରେ 22ଟି ୱିକେଟ ନେଇଥିଲେ। ନିକଟରେ ସେ ପାକିସ୍ତାନ ବିପକ୍ଷରେ ଦିନିକିଆ ସିରିଜ ଖେଳି ଫେରିଥିଲେ। ଏହାପରେ ମୁମ୍ବାଇ ଆସି ସେ 7ଦିନରେ କ୍ବାରେଣ୍ଟିନରେ ରହିଥିଲେ।
ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ 7 ୱିକେଟରେ ମାତ ଦେଇଛି । ଦ୍ବିତୀୟ ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ଭେଟିବ ଦିଲ୍ଲୀ। ଏପ୍ରିଲ 15 ତାରିଖରେ ୱାଙ୍ଖଡ଼େ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ