ETV Bharat / sports

ଆଇପିଏଲ ପଏଣ୍ଟ ଟେବୁଲ: ଶୀର୍ଷରେ ଆରସିବି, ଶେଷରେ ରାଜସ୍ଥାନ - ଆରସିବି ପଏଣ୍ଟ ଟେବୁଲ

ମୋଟ 8 ପଏଣ୍ଟ ସହ ଆଇପିଏଲ ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) । ଅଧିକ ପଢନ୍ତୁ...

IPL table: RCB solidify top spot, RR rooted to bottom
ଆଇପିଏଲ ପଏଣ୍ଟ ଟେବୁଲର ଶୀର୍ଷରେ ଆରସିବି
author img

By

Published : Apr 23, 2021, 4:40 PM IST

ମୁମ୍ବାଇ: ଚଳିତ ଆଇପିଏଲ ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) । ଚଳିତ ସଂସ୍କରଣରେ କ୍ରମାଗତ ଚତୁର୍ଥ ମ୍ୟାଚରେ ବିଜୟ ସହ ମୋଟ 8 ପଏଣ୍ଟ ହାସଲ କରି ବିରାଟ କୋହଲିଙ୍କ ଟିମ ପ୍ରଥମ ସ୍ଥାନରେ ରହିଛି । ଟିମର ନେଟ ରନ୍‌ ରେଟ୍‌ ମଧ୍ୟ +1.009ରେ ପହଞ୍ଚିଛି । ଚତୁର୍ଥ ମ୍ୟାଚ ପୂର୍ବରୁ ରନ୍‌ ରେଟ୍‌ ରହିଥିଲା +0.750 ।

ଚେନ୍ନାଇ ସୁପର କିଙ୍ଗ୍ସ 4ଟି ମ୍ୟାଚରୁ ଗୋଟିଏ ପରାଜୟ ସହ ତାଲିତାର ଦ୍ବିତୀୟ ସ୍ଥାନରେ ରହିଛି । ସମାନ 6 ପଏଣ୍ଟ ଦିଲ୍ଲୀ କ୍ୟାପିଟାଲ୍ସର ମଧ୍ୟ ରହିଛି ମାତ୍ର ସିଏସକେର ରନ୍‌ ରେଟ୍‌ ଅଧିକ ଥିବାରୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିଛି ଋଷଭ ପନ୍ତଙ୍କ ଟିମ । ସିଏସକେର ନେଟ୍‌ ରନରେଟ୍‌ +1.142 ଥିବାବେଳେ ଦିଲ୍ଲୀର +0.426 ରହିଛି ।

ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ +0.187 ନେଟ୍‌ ରନରେଟ୍‌ ସହ ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ମୁମ୍ବାଇ ପରେ ପଏଣ୍ଟ ଟେବୁଲରେ ଥିବା ପ୍ରତ୍ୟେକ ଟିମ 4ଟି ଲେଖାଁ ମ୍ୟାଚରେ 3ଟି ପରାଜୟ ଓ ଗୋଟିଏରେ ବିଜୟ ହାସଲ କରିଛନ୍ତି । ତେବେ ନେଟ୍‌ ରନ୍‌ରେଟ ଆଧାରରେ ସନରାଇଜର୍ସ ହାଇଦ୍ରାବାଦ ପଞ୍ଚମ, କୋଲକାତା ନାଇଟ ରାଇଡର୍ସ ଷଷ୍ଠ ଓ ପଞ୍ଜାବ କିଙ୍ଗ୍ସ ସପ୍ତମ ଓ ଶେଷରେ -1.011 ନେଟ୍‌ ରନରେଟ୍‌ ସହ ରାଜସ୍ଥାନ ରୟାଲ୍ସ ଶେଷରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.