ଅହମ୍ମଦାବାଦ: ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଗୁରୁବାର ସନ୍ଧ୍ୟାରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ 7 ୱିକେଟରେ ବିଜୟ ମିଳିବା ପରେ ଦ୍ବିତୀୟ ସ୍ଥାନକୁ ଲମ୍ଫମାରିଛି ଦିଲ୍ଲୀ ।
-
After Match 25 of #VIVOIPL, @DelhiCapitals are 2nd on the Points Table and @KKRiders are 5th. https://t.co/GDR4bTRtlQ #DCvKKR #VIVOIPL pic.twitter.com/tvzZ3DkKma
— IndianPremierLeague (@IPL) April 29, 2021 " class="align-text-top noRightClick twitterSection" data="
">After Match 25 of #VIVOIPL, @DelhiCapitals are 2nd on the Points Table and @KKRiders are 5th. https://t.co/GDR4bTRtlQ #DCvKKR #VIVOIPL pic.twitter.com/tvzZ3DkKma
— IndianPremierLeague (@IPL) April 29, 2021After Match 25 of #VIVOIPL, @DelhiCapitals are 2nd on the Points Table and @KKRiders are 5th. https://t.co/GDR4bTRtlQ #DCvKKR #VIVOIPL pic.twitter.com/tvzZ3DkKma
— IndianPremierLeague (@IPL) April 29, 2021
ଏହି ବିଜୟ ଫଳରେ ଦିଲ୍ଲୀର ପଏଣ୍ଟ ସଂଖ୍ୟା 10ରେ ପହଞ୍ଚିଛି । ପ୍ରଥମ ସ୍ଥାନରେ ଥିବା ଚେନ୍ନାଇ ସୁପର କିଙ୍ଗ୍ସ ଓ ତୃତୀୟ ସ୍ଥାନରେ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ ସମାନ 10 ପଏଣ୍ଟ ରହିଛି । ତେବେ ଦିଲ୍ଲୀର ନେଟ୍ ରନ୍ ରେଟ +0.4666 ରହିଛି, ଯାହାକି ଆରସିବିର +.089 ଠାରୁ ଅଧିକ କିନ୍ତୁ ସିଏସକେର +1.475 ଠାରୁ କମ୍ । ତେବେ ଏପ୍ରିଲ 30 ଅର୍ଥାତ(ଶୁକ୍ରବାର) ସନ୍ଧ୍ୟାରେ ପଞ୍ଜାବ କିଙ୍ଗସ ସହ ଆରସିବିର ମୁକାବିଲା ରହିଛି । ଆରସିବି ବିଜୟୀ ହୋଇପାରିଲେ ଶୀର୍ଷ ସ୍ଥାନକୁ ଫେରିବ ।
ଅନ୍ୟପଟେ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ 6 ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ସ୍ଥିର ରହିଛି । ଗୁରୁବାର ରାଜସ୍ଥାନ ରୟାଲ୍ସକୁ 7 ୱିକେଟରେ ହରାଇଥିଲା ମୁମ୍ବାଇ ।
ରାଜସ୍ଥାନ ରୟାଲ୍ସ ତାଲିକାର ସପ୍ତମ ସ୍ଥାନରେ ରହିଛି ଓ ଅଷ୍ଟମ ସ୍ଥାନରେ ସନରାଇଜର୍ସ ହାଇଦ୍ରାବାଦ ରହିଛି । କୋଲକାତା ନାଇଟ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍ସ ସମାନ 4 ପଏଣ୍ଟ ସହ ନେଟ୍ ରନ୍ ରେଟ ଆଧାରରେ ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ