ଲକ୍ଷ୍ନୌ: ଇଣ୍ଡିଆନ ପ୍ରିମିୟର ଲିଗ୍(IPL)ର ନୂଆ ଫ୍ରାଞ୍ଚାଇଜ ସୋମବାର ଟିମ ନାମ ଲକ୍ଷ୍ନୌ ସୁପର ଜିଆଣ୍ଟସ ଘୋଷଣା କରିଛି । ଲକ୍ଷ୍ନୌ ଟିମ ମେଗା ନିଲାମ ପୂର୍ବରୁ ୩ ଖେଳାଳିଙ୍କୁ କ୍ୟାମ୍ପ୍ରେ ସାମିଲ କରିସାରିଛି । କେଏଲ ରାହୁଲଙ୍କୁ ଟିମର ଅଧିନାୟକ ଘୋଷଣା କରିବା ସହ ୧୭ କୋଟିରେ କିଣିଛି ଫ୍ରାଞ୍ଚାଇଜ । ସେହିପରି ଅଷ୍ଟ୍ରେଲୀୟ ଷ୍ଟାର ଅଲରାଉଣ୍ଡର ମାର୍କସ ଷ୍ଟୋଇନିସଙ୍କୁ ୯.୨ କୋଟି ଓ ଯୁବ ଭାରତୀୟ ସ୍ପିନର ରବି ବିଷ୍ଣୋଇଙ୍କୁ ୪ କୋଟିରେ କିଣିଛି ଲକ୍ଷ୍ନୌ । ଏଥିସହ ଆଣ୍ଡେ ଫ୍ଲାୱାରଙ୍କୁ ଲକ୍ଷ୍ନୌ ଫ୍ରାଞ୍ଚାଇଜ ମୁଖ୍ୟ କୋଚ୍ ଓ ପୂର୍ବତନ ଭାରତୀୟ ବ୍ୟାଟ୍ର ଗୌତମ ଗମ୍ଭୀରଙ୍କୁ ଫ୍ରାଞ୍ଚାଇଜ ମେଣ୍ଟର ନିଯୁକ୍ତ କରିଛି ।
-
And here it is,
— Lucknow Super Giants (@TeamLucknowIPL) January 24, 2022 " class="align-text-top noRightClick twitterSection" data="
Our identity,
Our name.... 🤩🙌#NaamBanaoNaamKamao #LucknowSuperGiants @BCCI @IPL @GautamGambhir @klrahul11 pic.twitter.com/OVQaw39l3A
">And here it is,
— Lucknow Super Giants (@TeamLucknowIPL) January 24, 2022
Our identity,
Our name.... 🤩🙌#NaamBanaoNaamKamao #LucknowSuperGiants @BCCI @IPL @GautamGambhir @klrahul11 pic.twitter.com/OVQaw39l3AAnd here it is,
— Lucknow Super Giants (@TeamLucknowIPL) January 24, 2022
Our identity,
Our name.... 🤩🙌#NaamBanaoNaamKamao #LucknowSuperGiants @BCCI @IPL @GautamGambhir @klrahul11 pic.twitter.com/OVQaw39l3A
ଏହାମଧ୍ୟ ପଢନ୍ତୁ: spot-fixing: ବ୍ରେଣ୍ଡନ ଟେଲରଙ୍କ ସାଙ୍ଘାତିକ ଖୁଲାସା, ବ୍ଲାକମେଲ୍ କରିଥିଲେ ଭାରତୀୟ ବ୍ୟବସାୟୀ
ନୂଆ ନାମ ଟିମର ଅଫସିଆଲ ଟ୍ବିଟ୍ର ହ୍ୟାଣ୍ଡେଲରେ ଘୋଷଣା କରିବା ସହ, "ଆମ ପରିଚୟ, ଆମର ନାମ...#NaamBanaoNaamKamao #LucknowSuperGiants," ଲେଖାଯାଇଛି । IPLର ଦୁଇ ନୂଆ ଟିମ - ସଞ୍ଜୀବ ଗୋୟେଙ୍କା RPSG ଗ୍ରୁପର ଲକ୍ଷ୍ନୌ ଫ୍ରାଞ୍ଚାଇଜ ଓ CVC କ୍ୟାପିଟାଲ୍ର ଅହମ୍ମଦାବାଦ ଟିମ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଠାରୁ ଔପଚାରିକ ଅନୁମତି(clearance) ହାସଲ କରିସାରିଛି । IPL ପରିଚାଳନା ପରିଷଦ ବୈଠକରେ ଏହି ଔପଚାରିକତା ସଂପୂର୍ଣ୍ଣ କରାଯାଇଛି ।
ଜାନୁଆରୀ ୨୦ରେ ଇଣ୍ଡିଆନ ପ୍ରିମିୟର ଲିଗ୍(IPL) ଖେଳାଳି ନିଲାମ ପାଇଁ ପଞ୍ଜୀକରଣର ଶେଷ ତାରିଖ ଶେଷ ହେବାପରେ, ମୋଟ ୧୨୧୪ ଖେଳାଳି(୮୯୬ ଭାରତୀୟ ଓ ୩୧୮ ବିଦେଶୀ) IPL 2022 ଖେଳାଳି ନିଲାମରେ ଅଂଶଗ୍ରହଣ କରିବାକୁ ତାଲିକାଭୁକ୍ତ ହୋଇଛନ୍ତି ।