ETV Bharat / sports

IPL 2022 Auction: ଲିଆମ ଲିଭିଂଷ୍ଟୋନଙ୍କୁ ୧୧ କୋଟିରେ କିଣିଲା ପଞ୍ଜାବ କିଙ୍ଗ୍‌ସ - ଲିଆମ ଲିଭିଂଷ୍ଟୋନଙ୍କୁ ୧୦ କୋଟିରେ କିଣିଲା ପଞ୍ଜାବ କିଙ୍ଗ୍‌ସ

ଆଇପିଏଲ ମେଗା ନିଲାମ ଦ୍ବିତୀୟ ଦିନରେ ଜାରି ରହିଛି ଖେଳାଳି କ୍ରୟ ପ୍ରକ୍ରିୟା । ଇଂଲଣ୍ଡ କ୍ରିକେଟର ଲିଆମ ଲିଭିଂଷ୍ଟୋନଙ୍କୁ ପଞ୍ଜାବ କିଙ୍ଗ୍‌ସ ୧୧.୫୦ କୋଟିରେ କିଣିଛି । ଅଧିକ ପଢନ୍ତୁ

ଲିଆମ ଲିଭିଂଷ୍ଟୋନଙ୍କୁ ୧୦ କୋଟିରେ କିଣିଲା ପଞ୍ଜାବ କିଙ୍ଗ୍‌ସ

author img

By

Published : Feb 13, 2022, 1:37 PM IST

Updated : Feb 13, 2022, 4:10 PM IST

ବେଙ୍ଗାଲୁର: ଆଜି ଆରମ୍ଭ ହୋଇଛି ଆଇପିଏଲ ମେଗା ନିଲାମ । ଦ୍ବିତୀୟ ଦିନରେ ଜାରି ରହିଛି ଖେଳାଳି କ୍ରୟ ପ୍ରକ୍ରିୟା । ଇଂଲଣ୍ଡ କ୍ରିକେଟର ଲିଆମ ଲିଭିଂଷ୍ଟୋନ ଏ ପର୍ଯ୍ୟନ୍ତ ସବୁଠୁ ଦାମୀ ଖେଳାଳି ରହିଛନ୍ତି । ପଞ୍ଜାବ କିଙ୍ଗ୍‌ସ ତାଙ୍କୁ ୧୧ କୋଟି ୫୦ ଲକ୍ଷରେ କିଣିଛି । ସେହିପରି ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ଖେଳାଳି ଓଡେନ ସ୍ମିଥଙ୍କୁ ୬ କୋଟିରେ କିଣିଛି ପଞ୍ଜାବ କିଙ୍ଗସ । ଦକ୍ଷିଣ ଆଫ୍ରିକା ଖେଳାଳି ମାର୍କୋ ଜନସେନଙ୍କୁ ୪ କୋଟି ୨ ଲକ୍ଷରେ କିଣିଲା ସରରାଇର୍ଜସ । ସନ୍ଦୀପ ଶର୍ମାଙ୍କୁ ୫୦ ଲକ୍ଷରେ କିଣିଲା ପଞ୍ଜାବ କିଙ୍ଗସ ।

ପ୍ରଥମ ଦିନରେ ମୋଟ ୭୪ ଜଣ ଖେଳାଳି ବିକ୍ରି ହୋଇଛନ୍ତି । ୧୦ ଫ୍ରାଞ୍ଚାଇଜ ମୋଟ ୩,୮୮, ୧୦,୦୦,୦୦୦ କୋଟି ଟଙ୍କାରେ ଖେଳାଳିଙ୍କୁ କ୍ରୟ କରିଛନ୍ତି । ମାେଟ ୬୦୦ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହୋଇଥିବାବେଳେ ୨୧୭ ଜଣ ଖେଳାଳି ବିକ୍ରି ହେବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ଦିନରେ ଇଶାନ କିଷନ ସବୁଠୁ ଦାମୀ ଖେଳାଳି ଥିବାବେଳେ ପଛକୁ ପଛ ଦୀପକ ଚହର ଓ ଶାହରୁଖ ଖାନ ରହିଥିଲେ ।

Last Updated : Feb 13, 2022, 4:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.