ETV Bharat / sports

IPL 2022 Auction: ଚେତା ହରାଇଲେ ହ୍ୟୁଜ, ଚାରୁ ଶର୍ମାଙ୍କୁ ନିଲାମ ଦାୟିତ୍ବ

author img

By

Published : Feb 12, 2022, 4:41 PM IST

ହ୍ୟୁଜ ଏଡମିଡ୍‌ଜ ଅସୁସ୍ଥ ପରେ IPL ୨୦୨୨ ନୂଆ ନିଲାମକାରୀ ଭାବେ ନିଯୁକ୍ତ ହେଲେ ଚାରୁ ଶର୍ମା । ଅଧିକ ପଢନ୍ତୁ

IPL 2022 Auction: ନିଲାମକାରୀ ହ୍ୟୁଜଙ୍କ ବଦଳରେ ଚାରୁ ଶର୍ମା ନିଯୁକ୍ତ

ବେଙ୍ଗାଲୁରୁ: IPL ୨୦୨୨ ନୂଆ ନିଲାମକାରୀ ଭାବେ ନିଯୁକ୍ତ ହେଲେ ଚାରୁ ଶର୍ମା । ହ୍ୟୁଜ ଏଡମିଡ୍‌ଜ ନିଲାମ ସମୟରେ ଚେତାଶୂନ୍ୟ ହୋଇ ପଡିଯିବା ପରେ ଚାରୁଙ୍କୁ ଦାୟିତ୍ବ ହସ୍ତାନ୍ତର । ସେ ଆଗାମୀ ନିଲାମୀ ପ୍ରକ୍ରିୟାରେ ସାମିଲ ରହିବେ ।

ସୂଚନା ଅନୁଯାୟୀ, ଆଜି(ଶନିବାର) ବେଙ୍ଗାଲୁରରେ ଫଟାଫଟ୍ କ୍ରିକେଟ IPL ୨୦୨୨ ର ନିଲାମି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ସମୟରେ ଚେତାଶୂନ୍ୟ ହୋଇ ଷ୍ଟେଜରେ ଟଳିପଡିଥିଲେ ବରିଷ୍ଠ ନିଲାମକାରୀ ହ୍ୟୁଜ ଏଡମିଡ୍‌ଜ । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିବାବେଳେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ:- IPL 2022 Auction: ନିଲାମ ବେଳେ ବିଗିଡିଲା ସ୍ବାସ୍ଥ୍ୟ, ଷ୍ଟେଜରେ ଚେତାଶୂନ୍ୟ ହେଲେ ନିଲାମକାରୀ

ରକ୍ତଚାପ ଲୋ କାରଣରୁ ହ୍ୟୁଜ ମୁର୍ଚ୍ଛା ହୋଇଯାଇଥିଲେ । ଫଳରେ ତାଙ୍କ ସ୍ଥାନରେ ଚାରୁ ଶର୍ମାଙ୍କୁ ଦାୟିତ୍ବ ହସ୍ତାନ୍ତର କରାଯାଇଛି । ସେ ଆଗାମୀ ନିଲାମ ପ୍ରକ୍ରିୟା ପରିଚାଳନା କରିବେ । ତେବେ ବର୍ତ୍ତମାନ ସୁଦ୍ଧା ହ୍ୟୁଜ ୨ ହଜାର ୭୦୦ ଟି ନିଲାମରେ ଯୋଗଦାନ କରିଛନ୍ତି । ମାତ୍ର ଆଜି ଶ୍ରୀଲଙ୍କା ସ୍ପିନର ୱାନିନ୍ଦୁ ହସରଂଗାଙ୍କ ନିଲାମୀ ଡାକିବା ସମୟରେ ହଠାତ୍ ମୁର୍ଚ୍ଛା ହୋଇ ଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.