ETV Bharat / sports

ଆଇପିଏଲ୍‌ ୨୦୨୪ ସମୀକରଣ: କେମିତି ରହିବ ଚେନ୍ନାଇର ଚୂଡ଼ାନ୍ତ ଏକାଦଶ ?

author img

By ETV Bharat Odisha Team

Published : Dec 23, 2023, 9:58 PM IST

IPL 2024: ଆଇପିଏଲ୍‌ ୨୦୨୪ ପାଇଁ ଅକ୍ସନ ସରିବା ପରେ ରଣନୀତି ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ଦଳ । ତେବେ ଆଇପିଏଲ୍‌ର ସବୁଠାରୁ ସଫଳତମ ଦଳ ଚେନ୍ନାଇ ସୁପର କିଙ୍ଗସ୍‌ର ଚୂଡ଼ାନ୍ତ ଏକାଦଶ କିପରି ବାଛିବେ ଅଧିନାୟକ ଏମ୍‌ଏସ୍‌ ଧୋନୀ ? ଅଧିକ ପଢ଼ନ୍ତୁ

ଆଇପିଏଲ୍‌ ୨୦୨୪ ସମୀକରଣ
ଆଇପିଏଲ୍‌ ୨୦୨୪ ସମୀକରଣ

ହାଇଦ୍ରାବାଦ: ଆଇପିଏଲ୍‌ ୨୦୨୪ ପାଇଁ ନିଲାମ ପ୍ରକ୍ରିୟା ଶେଷ ହେବା ପରେ ରଣନୀତି ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ଦଳ । କେବଳ ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ବ୍ୟତୀତ ଅନ୍ୟ ସମସ୍ତ ଦଳର ସ୍କ୍ବାଡ୍‌ରେ ୨୫ ଜଣ ଲେଖାଏଁ ଖେଳାଳି ସାମିଲ ହୋଇଛନ୍ତି । ଏବେ କେଉଁ ଦଳର ଚୂଡ଼ାନ୍ତ ଏକାଦଶ କିପରି ରହିବ, ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏନେଇ ସବୁଠୁ ବେଶୀ ଚର୍ଚ୍ଚାରେ ରହିଛି ଆଇପିଏଲ୍‌ର ସବୁଠାରୁ ସଫଳତମ ଦଳ ଏମ୍‌ଏସ୍‌ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍‌ ।

ଚଳିତବର୍ଷ ଅକ୍ସନରେ ଚେନ୍ନାଇ ସୁପର କିଙ୍ଗସ୍‌ ୬ ଜଣ ଖେଳାଳିଙ୍କୁ ଦଳରେ ସାମିଲ କରିଛି । ଶାର୍ଦ୍ଦୁଲ ଠାକୁର, ରଚିନ ରବିନ୍ଦ୍ର, ଡାରିଲ ମିଚେଲ, ସମୀର ରିଜଭୀ, ମୁସ୍ତାଫିଜୁର ରେହମାନ ଓ ଅରାବେଲୀ ଅବନୀଶ ୟେଲୋ ଜର୍ସି ପାଇଁ ଚେନ୍ନାଇ ସହ ଯୋଡ଼ି ହୋଇଛନ୍ତି । ତେବେ ଅକ୍ସନ ପରେ ଚେନ୍ନାଇ ସୁପର କିଙ୍ଗସ୍‌ର ସମ୍ଭାବ୍ୟ ଚୂଡ଼ାନ୍ତ ଏକାଦଶକୁ ନେଇ ଏବେ ଆଲୋଚନା ଆରମ୍ଭ ହୋଇଛି । ଆଗାମୀ ସିଜନରେ କେଉଁ ଖେଳାଳିଙ୍କୁ ମାହି ଦଳରେ ସୁଯୋଗ ଦେବେ, ସେନେଇ ଖୁବ ଚର୍ଚ୍ଚା ଲାଗି ରହିଛି । କାରଣ ଆଇପିଏଲ୍‌ ନିୟମ ଅନୁସାରେ, ଚୂଡ଼ାନ୍ତ ଏକାଦଶରେ କୌଣସି ଦଳ ମାତ୍ର ୪ ଜଣ ବିଦେଶୀ ଖେଳାଳିଙ୍କୁ ସାମିଲ କରିପାରିବେ ।

ତେବେ ଚେନ୍ନାଇର ଚୂଡ଼ାନ୍ତ ଏକାଦଶରେ ୪ର୍ଥ ସ୍ଥାନ ପାଇଁ ଦଳର ଷ୍ଟାର ଅଲରାଉଣ୍ଡର ମୋଇନ୍ ଅଲୀ ଏବଂ ନବାଗତ ଡାରିଲ ମିଚେଲଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇପାରେ । କାରଣ ଅନ୍ୟ ସମସ୍ତ ସ୍ଲଟ୍‌ରେ ଧୋନୀ ନିଜର ସିପାହୀଙ୍କୁ ପ୍ରସ୍ତୁତ କରି ରଖିଛନ୍ତି । ଏହା ବ୍ୟତୀତ ନୂଆ କରି ଲାଗୁ ହୋଇଥିବା 'ଇମ୍ପାକ୍ଟ ପ୍ଲେୟର' ରୁଲ ମଧ୍ୟ ଧୋନୀଙ୍କ ପାଇଁ ଖୁବ ସହାୟକ ହୋଇପାରେ । କାରଣ ମ୍ୟାଚ୍‌ର ମୋଡ଼ ବଦଳାଇବା ଭଳି ଧୂଆଁଧାର ବ୍ୟାଟର ଓ ଘାତକ ବୋଲର ଚେନ୍ନାଇ ପାଖରେ ଉପଲବ୍ଧ ଅଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଆଇପିଏଲ୍‌ ଅକ୍ସନରେ ସମୀରଙ୍କ ଜଲୱା, ୪୨ ଗୁଣା ଅଧିକା ଟଙ୍କାରେ କିଣିଲା CSK

ଚେନ୍ନାଇର ସମ୍ଭାବ୍ୟ ଚୂଡ଼ାନ୍ତ ଏକାଦଶ: ଋତୁରାଜ ଗାଏକ୍ବାଡ୍‌, ଡେଭନ୍ କନୱେ/ରଚିନ ରବୀନ୍ଦ୍ର, ଅଜିଙ୍କ୍ୟ ରାହାଣେ, ମୋଇନ୍ ଅଲୀ/ଡାରିଲ ମିଚେଲ, ଶିବମ ଦୁବେ, ଏମ୍‌ଏସ୍‌ ଧୋନୀ (ଅଧିନାୟକ), ରବୀନ୍ଦ୍ର ଜାଡେଜା, ଦୀପକ ଚହର, ଶାର୍ଦ୍ଦୁଲ ଠାକୁର, ମହୀଶ ତୀକ୍ଷଣା ଓ ମଥୀଶା ପାଥୀରାନା

ଏହା ବ୍ୟତୀତ ଇମ୍ପାକ୍ଟ ପ୍ଲେୟର ଭାବେ ମୁକେଶ ଚୌଧୂରୀ ଏବଂ ସମୀର ରିଜ୍‌ଭୀଙ୍କୁ ବ୍ୟବହାର କରିପାରନ୍ତି ଧୋନୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.