ETV Bharat / sports

ବଢ଼ୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚାହିଦା; ୨୦୧୫ରେ ୧୦ ଲକ୍ଷ, ଏବେ ୧୫ କୋଟିରେ କିଣିଲା ମୁମ୍ବାଇ - ପାଣ୍ଡ୍ୟାଙ୍କୁ ୧୫ କୋଟିରେ କିଣିଲା ମୁମ୍ବାଇ

ଆଇପିଏଲ୍‌ ୨୦୧୫ ପାଇଁ ବେସ୍‌ ପ୍ରାଇସ୍‌ ୧୦ ଲକ୍ଷ ଟଙ୍କାରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କିଣିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଏବେ ଆଇପିଏଲ୍‌ ୨୦୨୪ ପାଇଁ ୧୫ କୋଟି ଦେଇ ପାଣ୍ଡ୍ୟାଙ୍କୁ ନିଜ ଦଳରେ ପୁଣି ସାମିଲ କରିଛି ମୁମ୍ବାଇ । ଅଧିକ ପଢ଼ନ୍ତୁ

୨୦୧୫ରେ ୧୦ ଲକ୍ଷ, ଏବେ ୧୫ କୋଟିରେ କିଣିଲା ମୁମ୍ବାଇ

author img

By ETV Bharat Odisha Team

Published : Nov 27, 2023, 10:35 PM IST

ହାଇଦ୍ରାବାଦ: ଆଇପିଏଲ୍‌ରେ ବଢ଼ୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚାହିଦା । ଆଇପିଏଲ୍‌ ୨୦୧୫ ପାଇଁ କେବଳ ୧୦ ଲକ୍ଷ (ବେସ୍‌ ପ୍ରାଇସ୍‌)ରେ ପାଣ୍ଡ୍ୟାଙ୍କୁ କିଣିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଏଥର ଆଇପିଏଲ୍‌ ୨୦୨୪ ପାଇଁ ୧୫ କୋଟି ଟଙ୍କାରେ ଗୁଜରାଟଠାରୁ ଏହି ଷ୍ଟାର ଅଲରାଉଣ୍ଡରଙ୍କୁ ଆଣିଛି ମୁମ୍ବାଇ । ଦୁଇ ବର୍ଷ ପରେ ମୁମ୍ବାଇକୁ ଫେରିବାକୁ ନେଇ ଖୁସି ପ୍ରକାଶ କରିଛନ୍ତି ପାଣ୍ଡ୍ୟା । ଏହି ସମୟରେ ସେ ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ଏକ ଭିଡିଓ ପୋଷ୍ଟ କରି ଭାବପ୍ରବଣ କ୍ୟାପ୍ସନ ଦେଇଛନ୍ତି । ଏଥିରେ ସେ ୨୦୧୫ ଆଇପିଏଲ୍‌ ପାଇଁ କେବଳ ୧୦ ଲକ୍ଷ ଟଙ୍କାରେ ମୁମ୍ବାଇକୁ ବିକ୍ରି ହୋଇଥିବା ଦେଖାଯାଉଛି ।

ଆଇପିଏଲ୍‌ ୨୦୨୪ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କଲେଣି ସମସ୍ତ ୧୦ ଦଳ । ଏହି କ୍ରମରେ ନଭେମ୍ବର ୨୬ (ରବିବାର) ସମସ୍ତ ଦଳ ନିଜ ନିଜର ରିଲିଜ୍‌ ଏବଂ ରିଟେନ୍‌ ଖେଳାଳିଙ୍କ ତାଲିକା ଜାରି କରିଛନ୍ତି । ଏହାରି ମଧ୍ୟରେ ଦୁଇ ବର୍ଷ ପରେ ନିଜର ପୁରୁଣା ଦଳକୁ ଫେରିଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଆଇପିଏଲ୍‌ ୨୦୨୪ ପାଇଁ ପ୍ରସ୍ତୁତିର ପ୍ରଥମ ଦିନରେ ହିଁ ବେଶ ରୋଚକ ଘଟଣାମାନ ଘଟିଥିଲା । ଯାହା ପ୍ରଶଂସକଙ୍କ ଉତ୍ସାହକୁ ଆହୁରି ଦୁଇଗୁଣା କରିଛି । ଆଇପିଏଲ୍‌ ଇତିହାସର ୨ଟି ସବୁଠାରୁ ବଡ଼ ଟ୍ରେଡ୍‌ ଦେଖିବାକୁ ମିଳିଥିଲା । ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ପୁଣିଥରେ ନିଜ ପୁରୁଣା ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି । ସେପଟେ ୧୭.୫ କୋଟି ଟଙ୍କାର ବଡ଼ ଟ୍ରେଡ୍‌ ସହ ମୁମ୍ବାଇରୁ କ୍ୟାମେରନ ଗ୍ରୀନଙ୍କୁ ଆଣିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

ଏହା ମଧ୍ୟ ପଢ଼ନ୍ତୁ...ଦୁଇ ବର୍ଷ ପରେ ପାଣ୍ଡ୍ୟାଙ୍କ ଘର ବାହୁଡ଼ା, ଏକ୍ସରେ କଲେ ଭାବପୂର୍ଣ୍ଣ ପୋଷ୍ଟ

ଆଇପିଏଲ୍‌ ୨୦୧୫ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୦ ଲକ୍ଷ ଟଙ୍କାରେ କିଣିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ସେବେଠାରୁ ଆଇପିଏଲ୍‌ ୨୦୨୧ ପର୍ଯ୍ୟନ୍ତ ପାଣ୍ଡ୍ୟା ମୁମ୍ବାଇ ଦଳ ପାଇଁ ଖେଳିଥିଲେ । ହେଲେ ଆଇପିଏଲ୍‌ ୨୦୨୨ ପୂର୍ବରୁ ପାଣ୍ଡ୍ୟାଙ୍କୁ ରିଲିଜ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଦୁଇ ପାଣ୍ଡ୍ୟା ବ୍ରଦର୍ସ (ହାର୍ଦ୍ଦିକ ଓ କ୍ରୁଣାଲ)ଙ୍କୁ ମୁମ୍ବାଇ ରିଲିଜ କରିବା ପ୍ରଶଂସକଙ୍କୁ ଚକିତ କରିଥିଲା । ମୁମ୍ବାଇ ହାତ ଛାଡ଼ିବା ପରେ ଆଇପିଏଲ୍‌ରେ ନୂଆ କରି ସାମିଲ ହୋଇଥିବା ଗୁଜରାଟ ଟାଇଟନ୍ସ ସହିତ ହାତ ମିଳାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଏହି ନୂଆ ଦଳର ସେନାପତି ସାଜି ବହୁ ପୁରୁଣା ଦଳକୁ ଧୂଳି ଚଟାଇବାରେ ସଫଳ ହୋଇଥିଲେ ପାଣ୍ଡ୍ୟା । ପ୍ରଥମ ବର୍ଷରେ ହିଁ ଗୁଜରାଟ ଟାଇଟନ୍ସକୁ ଚମ୍ପିଆନ୍‌ କରାଇଥିଲେ ପାଣ୍ଡ୍ୟା । ଏହାପରେ ଆଇପିଏଲ୍‌ ୨୦୨୩ରେ କ୍ରମାଗତ ଦ୍ବିତୀୟ ଥର ପାଇଁ ନିଜ ଦଳକୁ ଫାଇନାଲ୍‌ରେ ପହଞ୍ଚାଇଥିଲେ । ହେଲେ ଏଥିରେ ଚେନ୍ନାଇଠାରୁ ହାରି ରନର୍ସ ଅପ୍‌ ହୋଇଥିଲା ଗୁଜରାଟ । ଲଗାତାର ଦୁଇ ଦୁଇଥରର ଫାଇନାଲିଷ୍ଟ କ୍ୟାପ୍ଟେନ୍‌ ହଠାତ ଗୁଜରାଟ ଟାଇଟନ୍ସ ସହ ସମ୍ପର୍କ ତୁଟାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଜାଣନ୍ତୁ କେମିତି ରହିଛି ଆପଣଙ୍କ ପସନ୍ଦର IPL ଟିମ୍‌, ହାର୍ଦ୍ଦିକକୁ ଛାଡ଼ି ସବୁଠାରୁ ଧନୀ ଗୁଜରାଟ

ଦୁଇ ବର୍ଷ ପରେ ଗୁଜରାଟର ନେତୃତ୍ବ ଛାଡ଼ି ପୁଣିଥରେ ମୁମ୍ବାଇ ଫେରିବା ପରେ ନିଜ 'ଏକ୍ସ' ହ୍ୟାଣ୍ଡେଲରେ ଏକ ଭାବପୂର୍ଣ୍ଣ ପୋଷ୍ଟ କରିଛନ୍ତି ପାଣ୍ଡ୍ୟା । ସେ ତାଙ୍କ ଆଇପିଏଲ୍‌ ଯାତ୍ରାର ଏକ ଭିଡିଓ ସେୟାର କରି ଏହାର କ୍ୟାପ୍ସନରେ ସେ ଲେଖିଛନ୍ତି, "ଏହା ଅନେକ ସୁନ୍ଦର ସ୍ମୃତି ଫେରାଇ ଆଣିଛି । ମୁମ୍ବାଇ... ୱାଙ୍ଖେଡେ... ପଲ୍ଟନ... ମୁମ୍ବାଇକୁ ଫେରି ଭଲ ଲାଗିଲା ।" ତେବେ ଏହି ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି, ଆଇପିଏଲ୍‌ ୨୦୧୫ ପାଇଁ ପାଣ୍ଡ୍ୟାଙ୍କ ବେସ୍ ପ୍ରାଇସ୍ ମାତ୍ର ୧୦ ଲକ୍ଷ ଟଙ୍କା ଥିଲା । ଏହି ୧୦ ଲକ୍ଷରେ ତାଙ୍କୁ ମୁମ୍ବାଇ କିଣିଥିଲା । ହେଲେ ଏବେ ତାଙ୍କ ମୂଲ୍ୟ ୧୫ କୋଟି ଟଙ୍କାରେ ପହଞ୍ଚିଛି । ଅତଏବ ୧୦ ଲକ୍ଷ ଦେଇ ପାଣ୍ଡ୍ୟାଙ୍କୁ ଟିମରେ ସାମିଲ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଏବେ ୧୫ କୋଟି ଦେଇ ପୁଣିଥରେ ପାଣ୍ଡ୍ୟାଙ୍କୁ ନିଜ ଦଳରେ ସାମିଲ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.