ETV Bharat / sports

ଟମ୍‌ ମୁଡିଙ୍କ ଭବିଷ୍ଯବାଣୀ: ସବୁଠୁ ଦାମି ଖେଳାଳି ସାବ୍ୟସ୍ତ ହେବେ ଷ୍ଟାର୍କ, ସ୍ମିଥ୍‌ଙ୍କୁ କେହି କିଣିବେନି

author img

By ETV Bharat Odisha Team

Published : Dec 18, 2023, 6:21 PM IST

IPL 2024 Auction: ଆଇପିଏଲ୍‌ ୨୦୨୪ ଅକ୍ସନ ନେଇ ଦୁଇଟି ବଡ଼ ଭବିଷ୍ଯବାଣୀ କରିଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ଟମ୍‌ ମୁଡି । ମିଚେଲ୍‌ ଷ୍ଟାର୍କ ଏଥର ଅକ୍ସନରେ ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ ହେବେ ବୋଲି ସେ କହିଛନ୍ତି । ସେହିପରି ଭେଟେରାନ ଅଷ୍ଟ୍ରେଲୀୟ ବ୍ୟାଟର ଷ୍ଟିଭ୍‌ ସ୍ମିଥ୍‌ ଏଥର ଅନ୍‌ସୋଲ୍ଡ ହୋଇପାରନ୍ତି ବୋଲି ଅନୁଭବ କରିଛନ୍ତି ମୁଡି । ଅଧିକ ପଢ଼ନ୍ତୁ

ସବୁଠାରୁ ଦାମି ଖେଳାଳି ସାବ୍ୟସ୍ତ ହେବେ ଷ୍ଟାର୍କ

ହାଇଦ୍ରାବାଦ: ଭାରତୀୟ କ୍ରିକେଟ୍‌ ମହାକୁମ୍ଭ ଆଇପିଏଲ୍‌ ୨୦୨୪ ପାଇଁ ମିନି ଅକ୍ସନ ଆରମ୍ଭ ହେବାକୁ ଆଉ ଅଳ୍ପ ସମୟ ବାକି ଅଛି । ଡିସେମ୍ବର ୧୯, ଅର୍ଥାତ ଆସନ୍ତାକାଲି ଦୁବାଇରେ ଭାରତୀୟ ସମୟ ଅପରାହ୍ନ ୧ଟାରେ ଆରମ୍ଭ ହେବ ଖେଳାଳି ନିଲାମୀ ପ୍ରକ୍ରିୟା । ତେବେ ଏହାର ଯଥେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆର ଷ୍ଟାର ପେସର୍‌ ମିଚେଲ୍‌ ଷ୍ଟାର୍କଙ୍କ ବିଷୟରେ ଅନେକ ଆଲୋଚନା ହେଉଛି । ୨୦୧୫ ପରେ ପ୍ରଥମ ଥର ପାଇଁ ଆଇପିଏଲ୍‌ ଖେଳିବାକୁ ମନସ୍ଥ କରିଥିବା ଷ୍ଟାର୍କଙ୍କ ଉପରେ ନଜର ପକାଇଛନ୍ତି ଅଧିକାଂଶ ଫ୍ରାଞ୍ଚାଇଜ । ଏପରିକି ସେ ଏଥର ଅକ୍ସନରେ ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ ହେବେ ବୋଲି ପୂର୍ବାନୁମାନ କରିଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ତଥା ସନରାଇଜର୍ସ ହାଇଦ୍ରାବାଦ କୋଚ୍‌ ଟମ୍‌ ମୁଡି ।

ମିଚେଲ ଷ୍ଟାର୍କ: ଷ୍ଟାର୍କ ଜଣେ ଅଭିଜ୍ଞ ବାମହାତୀ ଦ୍ରୁତ ବୋଲର । ସେ ଘଣ୍ଟାପ୍ରତି ପ୍ରାୟ ୧୫୦ କିଲୋମିଟର ବେଗରେ ନୂଆ ବଲ୍‌କୁ ସୁଇଙ୍ଗ୍ କରିବାର କ୍ଷମତା ରଖିଛନ୍ତି । କ୍ରିକେଟ୍‌ ବିଶେଷଜ୍ଞଙ୍କ ମତରେ ଓପନ ଏବଂ ଡେଥ୍‌ ଓଭରରେ ଷ୍ଟାର୍କ ଜଣେ ଅଭିଜ୍ଞ ବୋଲର । ପୂର୍ବରୁ ଆଇପିଏଲ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍‌ (ଆର୍‌ସିବି) ପାଇଁ ବେଶ ମ୍ୟାଚ୍‌ ବିଜୟୀ ସ୍ପେଲ୍‌ ପକାଇଛନ୍ତି ଷ୍ଟାର୍କ । ଯଦିଓ ନିକଟରେ ଶେଷ ହୋଇଥିବା ଦିନିକିଆ ବିଶ୍ବକପ୍‌ରେ ସେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇପାରିନଥିଲେ, ତଥାପି ଅନେକ ଫ୍ରାଞ୍ଚାଇଜ୍‌ ଏହି ଦ୍ରୁତ ବୋଲରଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ନଜର ରଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଆଇପିଏଲ୍‌ ୨୦୨୪ ଅକ୍ସନ୍‌: କେଉଁ ଦଳକୁ ଯିବେ କିଏ ? ସବୁ ଦଳ ନଜରରେ ଏହି ଦାମୀ ଖେଳାଳି

ଷ୍ଟିଭ୍‌ ସ୍ମିଥ୍‌: ଅଷ୍ଟ୍ରେଲିଆର ଅଭିଜ୍ଞ ବ୍ୟାଟର ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ଆଇପିଏଲ୍‌ ୨୦୨୧ରେ ଦିଲ୍ଲୀ କ୍ୟାପିଟାଲ୍ସ ନିଜ ଦଳରେ ସାମିଲ କରିଥିଲା । ହେଲେ ଏହି ଅଭିଜ୍ଞ ବ୍ୟାଟର ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ । ସେ ୨୫.୩୩ ହାରରେ କେବଳ ୧୫୨ ରନ କରିଥିଲେ । ଯାହା ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ଏହାପରେ ତାଙ୍କୁ ଆଇପିଏଲ୍‌ ୨୦୨୨ ପୂର୍ବରୁ ଦିଲ୍ଲୀ ରିଲିଜ୍‌ କରିଦେଇଥଲା । ଯଦିଓ ଆଇପିଏଲ୍‌ ୨୦୨୨ ଅକ୍ସନ ସମୟରେ ସୀମିତ ଓଭର କ୍ରିକେଟ୍‌ରେ ସ୍ମିଥଙ୍କ ପ୍ରଦର୍ଶନ ଜବରଦସ୍ତ ଥିଲା, ହେଲେ ଆଶ୍ଚର୍ଯ୍ୟଜନକ ଭାବେ ସେ ଏହି ଅକ୍ସନରେ ଅନ୍‌ସୋଲ୍ଡ ହୋଇଯାଇଥିଲେ । କୌଣସି ଫ୍ରାଞ୍ଚାଇଜ୍‌ ସ୍ମିଥ୍‌ଙ୍କୁ ବିଶ୍ବାସକୁ ଆଣିନଥିଲେ । ଏହାପରେ ୨୦୨୩ ଅକ୍ସନରେ ନିଜକୁ ସାମିଲ କରିନଥିଲେ ସ୍ମିଥ । ଏଥର ଅକ୍ସନ ପୂର୍ବରୁ ସେ ଅନ୍‌ସୋଲ୍ଡ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

ଏହା ମଧ୍ୟ ପଢ଼ନ୍ତୁ...ଆଇପିଏଲ୍‌ ୨୦୨୪ ମିନି ଅକ୍ସନ: ବିସିସିଆଇର ନୂଆ ପ୍ରୋତ୍ସାହନ ପ୍ଲାନ, ଲକ୍ଷପତି ହେବେ ଅନ୍‌କ୍ୟାପଡ୍‌ ଖେଳାଳି

ଏମିତି ପୂର୍ବାନୁମାନ କଲେ ମୁଡି: ଏହାରି ଭିତରେ ଆଇପିଏଲ୍‌ ୨୦୨୪ ଅକ୍ସନ ପୂର୍ବରୁ ଦୁଇଟି ବଡ଼ ଭବିଷ୍ୟବାଣୀ କରିଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ତଥା ସନରାଇଜର୍ସ ହାଇଦ୍ରାବାଦ କୋଚ୍‌ ଟମ୍‌ ମୁଡି । କ୍ରିକେଟ୍‌ ଖବର ପ୍ରସାରଣ କରୁଥିବା ଏକ ଘରୋଇ ମିଡିଆ ସହ ଆଲୋଚନା ବେଳେ ମୁଡି କହିଛନ୍ତି, "ଏଥର ଆଇପିଏଲ୍‌ ଅକ୍ସନରେ ମିଚେଲ ଷ୍ଟାର୍କ ଆଇପିଏଲ୍‌ ଅକ୍ସନ ଇତିହାସର ସର୍ବକାଳୀନ ରେକର୍ଡ ଭାଙ୍ଗିବେ, ଯାହା ବର୍ତ୍ତମାନ ସାମ କରନଙ୍କ ନାମରେ ରହିଛି ।" ଗତ ୨୦୨୩ ସଂସ୍କରଣରେ ସର୍ବକାଳୀନ ଦାମୀ ଖେଳାଳି ସାବ୍ୟସ୍ତ ହୋଇଥିଲେ ସାମ୍‌ କରନ । ପଞ୍ଜାବ କିଙ୍ଗସ୍‌ ସାମ୍‌ କନରଙ୍କୁ ୧୮.୫୦ କୋଟି ଟଙ୍କାରେ କିଣିଥିଲା । କିନ୍ତୁ ଟମ୍ ମୁଡି ଅନୁଭବ କରିଛନ୍ତି ଯେ ମିଚେଲ ଷ୍ଟାର୍କଙ୍କୁ ଏହି ବର୍ଷ ୧୮.୫୦ କୋଟିରୁ ଅଧିକ ଟଙ୍କା ମିଳିବ । ଏହା ବ୍ୟତୀତ ଭେଟେରାନ ଅଷ୍ଟ୍ରେଲୀୟ ବ୍ୟାଟର ଷ୍ଟିଭ୍‌ ସ୍ମିଥ୍‌ ଏଥର ପୁଣିଥରେ ଅନସୋଲ୍ଡ ହୋଇପାରନ୍ତି ବୋଲି ଅନୁମାନ କରିଛନ୍ତି ଟମ୍‌ ମୁଡି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.