ETV Bharat / sports

ଆଇପିଏଲ୍‌ ୨୦୨୪ ଅକ୍ସନ୍‌: କେଉଁ ଦଳକୁ ଯିବେ କିଏ ? ସବୁ ଦଳ ନଜରରେ ଏହି ଦାମୀ ଖେଳାଳି

author img

By ETV Bharat Odisha Team

Published : Dec 17, 2023, 9:05 PM IST

IPL 2024 Auction: ଆଇପିଏଲ୍‌ ୨୦୨୪ ଅକ୍ସନ ପାଇଁ ଅନେକ ବଡ଼ ଚେହେରା ରହିଛନ୍ତି, ଯେଉଁମାନେ ଏଥରର ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇପାରନ୍ତି । ଏମାନଙ୍କ ମଧ୍ୟରେ ଅନେକ ଖେଳାଳି ସେମାନଙ୍କ ବେସ୍‌ ପ୍ରାଇସ୍‌ ମଧ୍ୟ ୧ରୁ ୨କୋଟି ଧାର୍ଯ୍ୟ କରିଛନ୍ତି । ଅଧିକ ପଢ଼ନ୍ତୁ

ଆଇପିଏଲ୍‌ ୨୦୨୪ ଅକ୍ସନ୍‌
ଆଇପିଏଲ୍‌ ୨୦୨୪ ଅକ୍ସନ୍‌

ହାଇଦ୍ରାବାଦ: ଆଉ ଗୋଟିଏ ଦିନ ପରେ ଆଇପିଏଲ୍‌ ୨୦୨୪ ପାଇଁ ହେବ ମିନି ଅକ୍ସନ । ବିଶ୍ବର ସବୁଠାରୁ ବଡ଼ କ୍ରିକେଟ୍‌ ପ୍ରିମିୟର୍‌ ଲିଗ୍‌ ପାଇଁ ଦୁବାଇରେ ହେବ ନିଲାମୀ ପ୍ରକ୍ରିୟା । ଏହାର ବେଶ ପୂର୍ବରୁ ସମସ୍ତ ଦଳ ନିଜ ନିଜର ପସନ୍ଦର ଖେଳାଳିଙ୍କୁ ରିଟେନ୍‌ ରଖି ଅନ୍ୟମାନଙ୍କୁ ଅକ୍ସନ ପାଇଁ ରିଲିଜ୍‌ କରିଛନ୍ତି । ତେଣୁ ଅକ୍ସନରେ ଏଥର ବହୁ ବଡ଼ ବଡ଼ ଚେହେରାଙ୍କୁ ନିଜ ଦଳରେ ସାମିଲ କରିବାକୁ ନଜର ରଖିଛନ୍ତି ବିଭିନ୍ନ ଫ୍ରାଞ୍ଚାଇଜ୍‌ । ହେଲେ ଏମାନଙ୍କ ପାଇଁ ଲାଗିପାରେ ବହୁତ ବଡ଼ ବଡ଼ ବିଡ୍‌ । କେତେକ ଷ୍ଟାର ପ୍ଲେୟାର ନିଜ ନିଜର ବେସ୍‌ ପ୍ରାଇସ୍‌ ମଧ୍ୟ ୧ରୁ ୨ କୋଟି ପର୍ଯ୍ୟନ୍ତ ରଖିଛନ୍ତି ।

ଏଥର ଅକ୍ସନ ପୂର୍ବରୁ ବିଭିନ୍ନ ଦଳ ଅନେକ ଦାମୀ ଖେଳାଳିଙ୍କୁ ରିଲିଜ କରି ସମସ୍ତଙ୍କୁ ଚକିତ କରିଛନ୍ତି । କୋଲକାତାର ଶାର୍ଦ୍ଦୁଲ ଠାକୁର ଓ ଲକି ଫର୍ଗୁସନଙ୍କୁ ରିଲିଜ୍‌ କରିବା ଯେତିକି ଆଶ୍ଚର୍ଯ୍ୟ କରିଛି, ବାଙ୍ଗାଲୋର ହର୍ଷଲ ପଟେଲ, ୱାନିନ୍ଦୁ ହସରଙ୍ଗା ଓ ଜୋଶ ହାଜଲେଉଡ୍‌ଙ୍କୁ ରିଲିଜ କରି ସମସ୍ତଙ୍କୁ ଚକିତ କରିଦେଇଛି । ତେବେ ଏମାନଙ୍କ ଭଳି ଟପ୍‌ କ୍ଲାସ୍‌ ଖେଳାଳିଙ୍କ ଉପରେ ଏଥର ମଧ୍ୟ ବଡ଼ ବିଡ୍‌ ଆସିବାର ସମ୍ଭାବନା ରହିଛି । ହେଲେ ଏମାନଙ୍କ ମଧ୍ୟରୁ କିଛି ସେମାନଙ୍କ ବେସ୍‌ ପ୍ରାଇସ୍‌ ମଧ୍ୟ ୨ କୋଟି ସ୍ଥିର କରିଛନ୍ତି । କିଛି ୧.୫ କୋଟି ଓ କେତେକ ୧ କୋଟି ଲେଖାଏଁ ବେସ୍‌ ପ୍ରାଇସ୍‌ ସହ ଅକ୍ସନ ପାଇଁ ନିଜ ନାମକୁ ଚୂଡ଼ାନ୍ତ କରିଛନ୍ତି । ନଜର ପକାନ୍ତୁ ୧ କୋଟିରୁ ୨ କୋଟି ମଧ୍ୟରେ ରହିଥିବା କିଛି ଟପ୍‌ କ୍ଲାସ୍‌ ଖେଳାଳିଙ୍କ ଉପରେ..

ଏହା ମଧ୍ୟ ପଢ଼ନ୍ତୁ...ମିନି-ଅକ୍ସନକୁ ଆଉ ଗୋଟିଏ ଦିନ, ଜାଣନ୍ତୁ କେତେବେଳେ ଓ କେମିତି ଦେଖିବେ

ବେସ୍‌ ପ୍ରାଇସ୍‌ ୨ କୋଟି: ହର୍ଷଲ ପଟେଲ, ଜୋଶ ଇଂଲିଶ୍‌, ମିଚେଲ୍‌ ଷ୍ଟାର୍କ, ଶାର୍ଦ୍ଦୁଲ ଠାକୁର, ଉମେଶ ଯାଦବ, କେଦାର ଯାଦବ, ବେନ୍‌ ଡକେଟ୍‌, ମୁଜୀବୁର ରେହମାନ, ସେନ୍‌ ଆବଟ୍‌, ପ୍ୟାଟ୍‌ କମିନ୍ସ, ଜୋଶ ହାଜଲେଉଡ୍‌, ଟ୍ରାଭିସ୍‌ ହେଡ୍‌, ଷ୍ଟିଭ ସ୍ମିଥ୍‌, ମୁସ୍ତାଫିଜୁର ରେହମାନ, ଟମ୍‌ ବାଣ୍ଟନ, ହ୍ୟାରୀ ବ୍ରୁକ୍‌, ଜେମି ଓଭର୍ଟନ, ଆଦିଲ ରଶିଦ, ଡେଭିଡ୍‌ ୱିଲି, କ୍ରିସ୍‌ ୱକ୍ସ, ଲକି ଫର୍ଗୁସନ, ଗେରାଲ୍ଡ କୋଏଜି, ରିଲି ରୁଶୋ, ରସି ଭାନ୍‌ଡେର୍‌ ଡସେନ୍‌, ଓ ଆଞ୍ଜେଲୋ ମାଥ୍ୟୁସ

ବେସ୍‌ ପ୍ରାଇସ୍‌ ୧.୫ କୋଟି: ଡାନିଏଲ୍‌ ସାମ୍ସ, ତାଇମାଲ୍‌ ମିଲ୍ସ, ମହମ୍ମଦ ନବୀ, ଜିମି ନିଶାମ, ଜାଶନ ହୋଲ୍ଡର, ଜାଶନ ହୋଲ୍ଡର, ମୋଇସେସ୍‌ ହେନ୍‌ରିକ୍ସ, ୱାନିନ୍ଦୁ ହସରଙ୍ଗା, କ୍ରିସ୍‌ ଲିନ୍‌, କେନ୍‌ ରିଚାର୍ଡସନ୍‌, ଶର୍ଫେନ୍‌ ରଦରଫୋର୍ଡ, ଡାନିଏଲ୍‌ ୱରାଲ୍‌, ଟମ୍‌ କରନ, କଲିନ୍‌ ମୁନ୍‌ରୋ, ମର୍ଚାଣ୍ଟ ଡି ଲେଙ୍ଗ୍‌, କ୍ରିସ୍‌ ଜୋର୍ଦ୍ଦାନ, ଡାୱିଡ୍‌ ମଲାନ୍‌, ଫିଲ୍‌ ସଟ୍‌, କୋରି ଆଣ୍ଡରସନ୍‌, ଟିମ୍‌ ସାଉଦୀ ଓ କଲିନ୍‌ ଇନ୍‌ଗ୍ରାମ୍‌

ବେସ୍‌ ପ୍ରାଇସ୍‌ ୧ କୋଟି: ଆଷ୍ଟନ ଅଗର୍‌, ଡେଭିଡ୍‌ ୱିଜି, ରିଲେ ମେରେଡିଥ୍‌, ଡେରାଇଲ୍‌ ମିଚେଲ୍‌, ଡି'ଆର୍ସି ଶର୍ଟ, ଆଷ୍ଟନ ଟର୍ଣ୍ଣର, ଅଲାଜାରୀ ଜୋସେଫ, ଗସ୍‌ ଆଟ୍‌କିନ୍‌ସନ୍‌, ସାମ୍‌ ବିଲିଙ୍ଗ୍ସ, ମାଇକେଲ୍‌ ବ୍ରେସ୍‌ୱେଲ୍‌, ମାର୍ଟିନ୍‌ ଗପ୍ଟିଲ୍‌, କାଇଲ୍‌ ଜାମିସନ, ଆଡାମ ମିଲନେ, ୱାନି ପାର୍ଣ୍ଣେଲ୍‌, ଡ୍ବେନ୍‌ ପ୍ରିଟୋରିୟସ ଓ ରୋଭମାନ୍‌ ପାୱେଲ୍‌

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.