ETV Bharat / sports

ଭାଙ୍ଗିଲା ଷ୍ଟାର କ୍ରିକେଟରଙ୍କ ହୃଦୟ, କାହାକୁ ମିଳିଲା ବେସ୍‌ ପ୍ରାଇସ୍‌ ତ କିଏ ଅନ୍‌ସୋଲ୍ଡ - କିଏ ଅନ୍‌ସୋଲ୍ଡ

IPL 2024 Auction: ଆଇପିଏଲ୍‌ ୨୦୨୪ ପାଇଁ ହୋଇଥିବା ମିନି ଅକ୍ସନରେ ଅନେକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ବହୁ ଟଙ୍କାରେ ନିଲାମ ହେବା ନେଇ ଆଶା କରାଯାଉଥିବା କିଛି ଷ୍ଟାର କ୍ରିକେଟରଙ୍କ ପ୍ରତି ଫ୍ରାଞ୍ଚାଇଜ୍‌ ଗୁଡ଼ିକ ସେଭଳି ଆଗ୍ରହ ଦେଖାଇ ନାହାନ୍ତି । ଅଧିକ ପଢ଼ନ୍ତୁ

କାହାକୁ ମିଳିଲା ବେସ୍‌ ପ୍ରାଇସ୍‌ ତ କିଏ ଅନ୍‌ସୋଲ୍ଡ

author img

By ETV Bharat Odisha Team

Published : Dec 20, 2023, 9:12 PM IST

ନୂଆଦିଲ୍ଲୀ: ଆଇପିଏଲ୍‌ ୨୦୨୪ ପାଇଁ ହୋଇଥିବା ମିନି ନିଲାମୀରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଅଷ୍ଟ୍ରେଲୀୟ ଷ୍ଟାର ମିଚେଲ୍‌ ଷ୍ଟାର୍କ ଓ ପ୍ୟାଟ୍‌ କମିନ୍ସଙ୍କ ଭଳି ଖେଳାଳିଙ୍କ ଉପରେ ଟଙ୍କା ବର୍ଷା ହୋଇଛି । ତେବେ ଏନେଇ ପୂର୍ବରୁ ମଧ୍ୟ ଆକଳନ କରାଯାଉଥିଲା । ନ୍ୟୁଜିଲାଣ୍ଡର ଷ୍ଟାର ଅଲରାଉଣ୍ଡର ଡାରିଲ ମିଚେଲ ମଧ୍ୟ ବେଶ ଭଲ ଟଙ୍କାରେ ନିଲାମ ହୋଇଛନ୍ତି । ଏପରିକି କିଛି ଅନ୍‌କ୍ୟାପଡ୍‌ ଖେଳାଳିଙ୍କୁ ମଧ୍ୟ ନିଜ ଦଳରେ ସାମିଲ କରିବା ପାଇଁ ବିଭିନ୍ନ ଦଳ ଗୁଡ଼ିକ ଝାଳ ବୁହାଇଥିଲେ । ହେଲେ ଷ୍ଟିଭ୍‌ ସ୍ମିଥ୍‌, ଫିଲିପ୍‌ ସଲ୍ଟ, ଜୋଶ ଇଂଲିଶ୍‌ ଓ ମାଇକେଲ୍‌ ବ୍ରେସ୍‌ୱେଲ୍‌ଙ୍କ ଭଳି କିଛି ଷ୍ଟାର ଖେଳାଳିଙ୍କୁ କୌଣସି ଫ୍ରାଞ୍ଚାଇଜ୍‌ କିଣିବାକୁ ରୁଚି ଦେଖାଇ ନଥିବା ଦେଖିବାକୁ ମିଳିଛି । ଫଳରେ ସେମାନେ ଅନ୍‌ସୋଲ୍ଡ ହୋଇଯାଇଛନ୍ତି । ସେପଟେ ଅନେକ ଖେଳାଳିଙ୍କୁ ମଧ୍ୟ ସେମାନଙ୍କର ଆଶା ମୁତାବକ ଟଙ୍କା ମିଳିନାହିଁ । ନଜର ପକାନ୍ତୁ ସେହିଭଳି କିଛି ଖେଳାଳିଙ୍କ ଉପରେ...

ଚେତନ ସକାରିଆ: ଭାରତୀୟ ଯୁବ ଦ୍ରୁତ ବୋଲର ଚେତନ ସକାରିଆ ନିଜ ବେସ୍‌ ପ୍ରାଇସ୍‌ ୫୦ ଲକ୍ଷ ଟଙ୍କା ରଖିଥିଲେ । କୁହାଯାଉଥିଲା ତାଙ୍କୁ ହୁଏତ ଅନେକ ଦଳ କିଣିବା ପାଇଁ ଆଗ୍ରହ ପ୍ରକାଶ କରିବେ ଓ ସେ ବହୁତ ଟଙ୍କାରେ ବିକ୍ରି ହେବେ । ହେଲେ କୋଲକାତା ନାଇଟ୍‌ ରାଇଡର୍ସ ବ୍ୟତୀତ ଅନ୍ୟ କୌଣସି ଦଳ ତାଙ୍କୁ କିଣିବାକୁ ଆଗ୍ରହ ପ୍ରକାଶ କରିନଥିଲେ । ଫଳରେ ଚେତନ ନିଜର ବେସ୍‌ ପ୍ରାଇସ୍‌ରେ ହିଁ ବିକ୍ରି ହୋଇଛନ୍ତି ।

ଟ୍ରିଷ୍ଟନ ଷ୍ଟବ୍ସ: ଦକ୍ଷିଣ ଆଫ୍ରିକାର ଧୂଆଁଧାର ବ୍ୟାଟର ଟ୍ରିଷ୍ଟନ ଷ୍ଟବ୍ସଙ୍କୁ ୫୦ ଲକ୍ଷ ଟଙ୍କାର ମୂଳ ମୂଲ୍ୟରେ ନିଜ ଦଳରେ ସାମିଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ ।

ରଚିନ ରବୀନ୍ଦ୍ର: ନ୍ୟୁଜିଲାଣ୍ଡର ଏହି ଯୁବ ଅଲରାଉଣ୍ଡର ଦିନିକିଆ ବିଶ୍ବକପ୍‌ ୨୦୨୩ରେ ନିଜର ଦମଦାର ପ୍ରଦର୍ଶନରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ହେଲେ ତାଙ୍କୁ କିଣିବା ପାଇଁ ଅଧିକ ଦଳ ବିଶେଷ ଆଗ୍ରହ ଦେଖାଇନଥିଲେ । ଚେନ୍ନାଇ ସୁପର କିଙ୍ଗସ୍‌ ଏହି ଷ୍ଟାର କ୍ରିକେଟରଙ୍କୁ କେବଳ ୧.୮୦ କୋଟିରେ କିଣିଛି ।

କ୍ରିସ ୱକ୍ସ: ଇଂଲଣ୍ଡର ଅଭିଜ୍ଞ ଅଲରାଉଣ୍ଡର କ୍ରିସ୍‌ ୱକ୍ସଙ୍କୁ ପଞ୍ଜାବ କିଙ୍ଗସ୍‌ କେବଳ ୪.୨୦ କୋଟି ଟଙ୍କାରେ ନିଜ ଦଳରେ ସାମିଲ୍‌ କରିଛି ।

ଶାର୍ଦ୍ଦୁଲ ଠାକୁର: ଭାରତୀୟ ଦ୍ରୁତ ବୋଲର ଶାର୍ଦ୍ଦୁଲ ବହୁତ ଟଙ୍କାରେ ବିକ୍ରି ହେବା ନେଇ ଆଲୋଚନା ହେଉଥିଲା । ହେଲେ ସେ କେବଳ ୪ କୋଟି ଟଙ୍କାରେ ଚେନ୍ନାଇ ସୁପର କିଙ୍ଗସ୍‌ରେ ଯୋଗ ଦେଇଛନ୍ତି ।

ହ୍ୟାରି ବ୍ରୁକ: ଇଂଲଣ୍ଡର ହ୍ୟାରି ବ୍ରୁକଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ କେବଳ ୪ କୋଟି ଟଙ୍କାରେ କିଣିଛି । ଗତ ଆଇପିଏଲ୍‌ ୨୦୨୩ ପାଇଁ ହୋଇଥିବା ନିଲାମୀରେ ବ୍ରୁକ ପାଖାପାଖି ୧୩ କୋଟି ଟଙ୍କାରେ ବିକ୍ରି ହୋଇଥିଲେ ।

ଆଜମତୁଲ୍ଲା ଓମରଜାଇ: ଆଫଗାନିସ୍ତାନର ଏହି ଷ୍ଟାର ଅଲରାଉଣ୍ଡର ବିଶ୍ବକପ୍‌ରେ ନିଜର ପ୍ରଭାବୀ ଛାପ ଛାଡ଼ିଥିଲେ । ହେଲେ କେବଳ ୫୦ ଲକ୍ଷ ଟଙ୍କାରେ ତାଙ୍କୁ କିଣିଛି ଗୁଜରାଟ ଟାଇଟନ୍ସ ।

ଗେରାଲ୍ଡ୍‌ କୋଏଜି: ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ଗେରାଲ୍ଡ କୋଏଜି ମଧ୍ୟ ବିଶ୍ବକପ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ତାଙ୍କୁ ନିଜ ଦଳରେ ନେବା ପାଇଁ ଏକାଧିକ ଫ୍ରାଞ୍ଚାଇଜ୍‌ ମଧ୍ୟ ଆଗ୍ରହ ପ୍ରକାଶ କରିଥିଲେ । ହେଲେ ବେଶୀ ବଡ଼ ବିଡ୍‌ ପର୍ଯ୍ୟନ୍ତ ଯାଇନଥିଲେ କୋଏଜି । ମୁମ୍ବାଇ ଇଣ୍ଡିଆନ୍ସ ୫ କୋଟି ଖର୍ଚ୍ଚ କରି ତାଙ୍କୁ ନିଜ ଦଳରେ ସାମିଲ୍‌ କରିଛି ।

ୱାନିନ୍ଦୁ ହସରଙ୍ଗା: ଶ୍ରୀଲଙ୍କାର ଅଲରାଉଣ୍ଡର ତଥା ମିଷ୍ଟ୍ରି ସ୍ପିନର ୱାନିନ୍ଦୁ ହସରଙ୍ଗା ଗତ ଆଇପିଏଲ୍‌ ୨୦୨୨ ସଂସ୍କରଣରେ ବେଶ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ହେଲେ ଆର୍‌ସିବିରେ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ ହସରଙ୍ଗା । ଯାହାଙ୍କୁ ଏଥର ଅକ୍ସନ ପୂର୍ବରୁ ରିଲିଜ୍‌ କରିଥିଲା ବାଙ୍ଗାଲୋର । ତେବେ ହାଇଦ୍ରାବାଦ ୱାନିଙ୍କୁ ତାଙ୍କ ବେସ୍‌ ପ୍ରାଇସ୍‌ ୧.୫ କୋଟି ଟଙ୍କାରେ ହିଁ ନିଜ ଦଳରେ ସାମିଲ କରିଛି ।

କେଏସ୍‌ ଭରତ: ଭାରତୀୟ ୱିକେଟ୍‌ କିପର ଓ ବ୍ୟାଟର କେଏସ୍‌ ଭରତ ମଧ୍ୟ ବେଶ ଭଲ ଦରରେ ଯିବେ ବୋଲି ଆଶା କରାଯାଉଥିଲା । ହେଲେ ତାଙ୍କୁ ବେସ୍‌ ପ୍ରାଇସ୍‌ ୫୦ ଲକ୍ଷ ଟଙ୍କାରେ କୋଲକାତା ନାଇଟ୍ ରାଇଡର୍ସ କିଣିଛି ।

ଏହା ମଧ୍ୟ ପଢ଼ନ୍ତୁ...ସରିଲା ଆଇପିଏଲ୍‌ ୨୦୨୪ ମିନି ଅକ୍ସନ, ଜାଣନ୍ତୁ କେଉଁ ଦଳକୁ ଗଲେ କେଉଁ ଖେଳାଳି

ଅନ୍‌ସୋଲ୍ଡ ଷ୍ଟାର କ୍ରିକେଟର: କରୁଣ ନାୟର, ଷ୍ଟିଭ୍‌ ସ୍ମିଥ୍‌, ଫିଲିପ୍‌ ସଲ୍ଟ, ଜୋଶ ଇଂଲିଶ୍‌, ଜୋଶ ହାଜଲେଉଡ୍‌, ଆଦିଲ ରଶିଦ, ଅକିଲ ହୋସେନ୍‌, ଇଶ ସୋଧୀ, ତବ୍ରାଇଜ୍‌ ସାମ୍ସି, ମନନ ଭୋରା, ସର୍ଫରାଜ ଖାନ, ମୁରୁଗାନ ଅଶ୍ବିନ, ଫିନ୍‌ ଆଲେନ୍‌, କଲିନ ମୁନ୍ରୋ, ରସି ଭାନ୍‌ ଡେର୍‌ ଡସେନ୍‌, ମାଇକେଲ୍‌ ବ୍ରେସ୍‌ୱେଲ୍‌, ଜିମି ନିଶାମ, ଓଡେନ୍‌ ସ୍ମିଥ୍‌, ଦୁଷ୍ମନ୍ତ ଚମୀରା, ତାଇମାଲ ମିଲ୍ସ, ଆଡାମ ମିଲନେ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.