ETV Bharat / sports

ଆଇପିଏଲ୍‌ ଅକ୍ସନରେ ସମୀରଙ୍କ ଜଲୱା, ୪୨ ଗୁଣା ଅଧିକା ଟଙ୍କାରେ କିଣିଲା CSK

author img

By ETV Bharat Odisha Team

Published : Dec 20, 2023, 7:31 PM IST

IPL 2024 Auction: ସବୁଠାରୁ ଦାମୀ ଭାରତୀୟ ଅନକ୍ୟାପଡ୍‌ ପ୍ଲେୟର ହେଲେ ସମୀର ରିଜ୍‌ଭୀ । ବେସ୍‌ ପ୍ରାଇସ୍‌ ୨୦ ଲକ୍ଷରୁ ଯାଇ ୮.୪୦ କୋଟିରେ କିଣିଲା ଚେନ୍ନାଇ ସୁପର କିଙ୍ଗସ୍‌ । ଅଧିକ ପଢ଼ନ୍ତୁ

ଆଇପିଏଲ୍‌ ଅକ୍ସନରେ ସମୀର ରିଜ୍‌ଭୀଙ୍କ ଜଲୱା
ଆଇପିଏଲ୍‌ ଅକ୍ସନରେ ସମୀର ରିଜ୍‌ଭୀଙ୍କ ଜଲୱା

ଦୁବାଇ: ଆଇପିଏଲ୍‌ ୨୦୨୪ ପାଇଁ ଅକ୍ସନରେ ଅନେକ ଆଶ୍ଚର୍ଯ୍ୟଜନକ ବିଡ୍‌ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ଦୁଇ ଦୁଇଜଣ ଖେଳାଳି ୨୦ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହୋଇଛନ୍ତି । ଏହା ପୂର୍ବରୁ କୌଣସି ଖେଳାଳି ୨୦ କୋଟି ଟଙ୍କା ବିଡ୍‌ ପର୍ଯ୍ୟନ୍ତ ଯାଇନଥିଲେ । ତେବେ କିଛି ଅନ୍‌କ୍ୟାପଡ୍‌ ଖେଳାଳି ମଧ୍ୟ ଏହି ନିଲାମୀରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ହୋଇଥିଲେ । ସେମାନଙ୍କ ମଧ୍ୟରେ ସବୁଠାରୁ ଶୀର୍ଷରେ ରହିଛନ୍ତି ଉତ୍ତର ପ୍ରଦେଶର ଯୁବ ବାମହାତୀ ବ୍ୟାଟର ସମୀର ରିଜଭୀ । ୨୦ ବର୍ଷୀୟ ଏହି ଯୁବ କ୍ରିକେଟର ନିଜ ବେସ୍‌ ପ୍ରାଇସ ୨୦ ଲକ୍ଷ ଟଙ୍କା ରଖିଥିଲେ । ହେଲେ ଆଇପିଏଲ୍‌ ସବୁଠୁ ସଫଳତମ ଟିମ୍‌ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍‌ ୪୨ ଗୁଣା ଅଧିକ ଟଙ୍କା ଦେଇ ରିଜଭୀଙ୍କୁ କିଣିଛି । ୨୦ ଲକ୍ଷରୁ ଯାଇ ୮.୪୦ କୋଟି ଟଙ୍କାରେ ସମୀରଙ୍କୁ ନିଜ ଦଳରେ ସାମିଲ କରିଛି ସିଏସ୍‌କେ । ଯାହା ଫଳରେ ସବୁଠାରୁ ଦାମୀ ଭାରତୀୟ ଅନକ୍ୟାପଡ୍‌ ପ୍ଲେୟର ହୋଇଛନ୍ତି ରିଜ୍‌ଭୀ ।

ଉତ୍ତର ପ୍ରଦେଶ ପାଇଁ ଘରୋଇ କ୍ରିକେଟ୍‌ ଖେଳୁଥିବା ସମୀର ରିଜ୍‌ଭୀ ଜଣେ ସ୍ପିନ୍‌ ଅଲରାଉଣ୍ଡର ଓ ବାମହାତୀ ଓପନର । ସେ ଚଳିତ ବର୍ଷ ଉତ୍ତର ପ୍ରଦେଶ ଟି୨୦ ଲିଗ୍‌ରେ ଧୂଆଁଧାର ବ୍ୟାଟିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସମୀର ବଡ଼ ବଡ଼ ଛକା ମାରିବାର ମଧ୍ୟ ଦକ୍ଷତା ରଖନ୍ତି । ଆଇପିଏଲରେ ବିସ୍ଫୋରକ ବ୍ୟାଟିଂ କରି ଏବେ ଟିମ୍‌ ଇଣ୍ଡିଆର ଜଣେ କି-ପ୍ଲେୟର ସାବ୍ୟସ୍ତ ହୋଇଥିବା ରିଙ୍କୁ ସିଂ ଉତ୍ତର ପ୍ରଦେଶ ପାଇଁ ଡେବ୍ୟୁ ବେଳେ ସମୀରଙ୍କୁ କ୍ୟାପ୍‌ ଦେଇଥିଲେ । ଚଳିତ ବର୍ଷ ଖେଳାଯାଇଥିବା ଉତ୍ତର ପ୍ରଦେଶ ଟି୨୦ ଲିଗ୍‌ରେ ସମୀର ୧୦ ମ୍ୟାଚ୍‌ରେ ୯ ଇନିଂସ ଖେଳି ୫୦.୫୬ ହାରରେ ୪୫୫ ରନ୍‌ ସଂଗ୍ରହ କରିଥିଲେ । ଏଥିରେ ସେ ୨ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ମଧ୍ୟ ଅର୍ଜନ କରିଥିଲେ । ଯେଉଁଥିପାଇଁ ତାଙ୍କୁ ନିଜ ଦଳରେ ସାମିଲ କରିବାକୁ ଦମ ଲଗାଇଥିଲା ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍‌ । ତାଙ୍କ ବେସ୍ ପ୍ରାଇସ ୨୦ ଲକ୍ଷ ଟଙ୍କାରେ ହିଁ ପ୍ରଥମ ବିଡ୍‌ ଡାକି ଥିଲା ଚେନ୍ନାଇ । ଏହାପରେ ଗୁଜରାଟ ଟାଇଟନ୍ସ ମଧ୍ୟ ସମୀରଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ଆଗ୍ରହ ଦେଖାଇଥିଲା । ପରେ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଏଣ୍ଟ୍ରି ମାରିଥିଲା । କିନ୍ତୁ ସମୀରଙ୍କୁ ଛାଡ଼ିବା ମୁଡ୍‌ରେ ନଥିଲା ଚେନ୍ନାଇ । ଶେଷରେ ୮.୪୦ କୋଟିରେ ସମୀରଙ୍କୁ ହାସଲ କରିଥିଲା ସିଏସ୍‌କେ ।

ଏହା ମଧ୍ୟ ପଢ଼ନ୍ତୁ...ସରିଲା ଆଇପିଏଲ୍‌ ୨୦୨୪ ମିନି ଅକ୍ସନ, ଜାଣନ୍ତୁ କେଉଁ ଦଳକୁ ଗଲେ କେଉଁ ଖେଳାଳି

ଆଇପିଏଲ୍‌ ୨୦୨୪ ଅକ୍ସନରେ ଚେନ୍ନାଇ କିଣିଥିବା ଖେଳାଳି: ଚେନ୍ନାଇ ସୁପର କିଙ୍ଗସ: ଡେରାଇଲ ମିଚେଲ (୧୪ କୋଟି), ସମୀର ରିଜଭୀ (୮.୪ କୋଟି), ଶାର୍ଦ୍ଦୁଲ ଠାକୁର (୪ କୋଟି), ମୁସ୍ତାଫିଜୁର ରେହମାନ (୨ କୋଟି), ରଚିନ ରବୀନ୍ଦ୍ର (୧.୮ କୋଟି), ଅବିନାଶ ରାଧ ଆରଭେଲୀ (୨୦ ଲକ୍ଷ)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.