ETV Bharat / sports

IPL 2023: ୩୧ରୁ ଆଇପିଏଲ ମହାସମର, କିଏ ହାତେଇବ ଟ୍ରଫି ?

author img

By

Published : Mar 28, 2023, 11:06 PM IST

ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗର ୧୬ ତମ ସଂସ୍କରଣ । ଏବେ ମଧ୍ୟ ୪ଟି ଦଳ ଆଇପିଏଲ ଟାଇଟଲ ଜିତିବାରେ ଅସମର୍ଥ ରହିଥିବାବେଳେ, ଚଳିତ ସଂସ୍କରଣରେ ସେମାନଙ୍କର ଭାଗ୍ୟ ଚମକିବ ନା ପୁରୁଣା ଦଳର ପୁନରାବୃତ୍ତି ହେବ, ତାହାକୁ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ଅଧିକ ପଢ଼ନ୍ତୁ

୩୧ରୁ ଆଇପିଏଲ ମହାସମର
୩୧ରୁ ଆଇପିଏଲ ମହାସମର

୩୧ରୁ ଆଇପିଏଲ ମହାସମର

ହାଇଦ୍ରାବାଦ: ମାର୍ଚ୍ଚ ୩୧ରୁ ଆରମ୍ଭ ହେବ ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗର ୧୬ତମ ସଂସ୍କରଣ । ଏନେଇ ଦେଶ ବିଦେଶରୁ ଖେଳାଳି ମାନେ ଆସି ନିଜ ନିଜ ଦଳରେ ଯୋଗ ଦେଇ ଅଭ୍ୟାସ ଆରମ୍ଭ କରିଦେଲେଣି । ବିଭିନ୍ନ ଦଳର ମ୍ୟାନେଜମେଣ୍ଟ ମଧ୍ୟ ଚଳିତ ବର୍ଷ ଆଇପିଏଲ ଟ୍ରଫି ହାତେଇବା ପାଇଁ ଖେଳାଳି ମାନଙ୍କୁ ନେଇ ରଣନୀତି ପ୍ରସ୍ତୁତ କଲେଣି । ତେବେ ଆଇପିଏଲ ୨୦୨୩ରେ କେଉଁ ଦଳ ବାଜି ମାରିବ ? ଏବେ ମଧ୍ୟ ୪ଟି ଦଳ ଆଇପିଏଲ ଟାଇଟଲ ଜିତିବାରେ ଅସମର୍ଥ ରହିଥିବାବେଳେ, ଚଳିତ ସଂସ୍କରଣରେ ସେମାନଙ୍କର ଭାଗ୍ୟ ଚମକିବ ନା ପୁରୁଣା ଦଳର ପୁନରାବୃତ୍ତି ହେବ, ତାହାକୁ ଅପେକ୍ଷା କରିଛନ୍ତି ଫ୍ୟାନ୍ସ ।

ସରିବାକୁ ଯାଉଛି ଦୀର୍ଘ ଦିନର ଅପେକ୍ଷା । ଆରମ୍ଭ ହେବାକୁ ଯାଉଛି ବିଶ୍ବର ସବୁଠାରୁ ବଡ଼ ଡୋମେଷ୍ଟିକ କ୍ରିକେଟ ଲିଗ୍‌ । ମାର୍ଚ୍ଚ ୩୧ରେ ଆଇପିଏଲ ୨୦୨୩ ଆରମ୍ଭ ହେବାକୁ ଥିବା ବେଳେ ଉଦ୍‌ଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ପରସ୍ପରକୁ ଭେଟିବେ । ମୋଟ ୫୨ ଦିନରେ ୭୦ଟି ମ୍ୟାଚ ଖେଳାଯିବ । ୧୦ ଦଳ ମଧ୍ୟରେ ହେବ ୭୦ଟି ମ୍ୟାଚ । ମେ ମାସ ୨୮ ତାରିଖରେ ଫାଇନାଲ ମ୍ୟାଚ୍‌ ଖେଳାଯିବାକୁ ସୂଚୀ ରହିଛି । ୧୨ଟି ସହରରେ ସମସ୍ତ ମ୍ୟାଚ ଖେଳାଯିବ । ପ୍ରତି ଦଳ ୧୪ଟି ଲେଖାଏଁ ଲିଗ୍‌ ମ୍ୟାଚ ଖେଳିବେ । ମେ ମାସ ୨୧ ତାରିଖରେ ଶେଷ ଲିଗ୍‌ ମ୍ୟାଚ ଅନୁଷ୍ଠିତ ହେବ ।

ତେବେ ଚଳିତ ବର୍ଷ ଆଇପିଏଲ୍‌ର ୧୬ତମ ସଂସ୍କରଣ ଖେଳାଯିବାକୁ ଥିବା ବେଳେ ଏଥିରେ ୧୦ ଟିମ୍‌ ୫୨ ଦିନ ଧରି ଟ୍ରଫି ହାତେଇବାକୁ ଲଢ଼ିବେ ମହା ଲଢ଼େଇ । ଏବେ ମଧ୍ୟ ୪ ଫ୍ରାଞ୍ଚାଇଜି ଥରେ ଚମ୍ପିଆନ୍‌ ହେବାକୁ ଅନାଇ ବସିଛନ୍ତି । ଏହାରି ମଧ୍ୟରେ ୩ଟି ପୁରୁଣା ଫ୍ରାଞ୍ଚାଇଜି ସାମିଲ ଥିବା ବେଳେ ଗୋଟିଏ ନୂଆ ଦଳ ସାମିଲ ରହିଛି । ଗୁଜୁରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ଗତ ବର୍ଷ ଲିଗ୍‌ରେ ନୂଆ କରି ସାମିଲ ହୋଇଛନ୍ତି । ତେବେ ଡେବ୍ୟୁ ସଂସ୍କରଣରେ ହିଁ ଚମ୍ପିଆନ୍‌ ହୋଇ ଫ୍ୟାନ୍ସଙ୍କୁ ଚକମା ଦେଇଥିଲା ଗୁଜୁରାଟ ଟାଇଟନ୍ସ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ପଞ୍ଜାବ କିଙ୍ଗ୍‌ସ୍‌ ଓ ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବରୁ ୧୫ଟି ସିଜିନ୍‌ରେ ଭାଗ ନେଇଥିଲେ ସୁଦ୍ଧା ଏଯାଏଁ ଗୋଟିଏ ମଧ୍ୟ ଟାଇଟଲ ହାତେଇ ପାରିନାହାନ୍ତି ।

ଆଇପିଏଲ୍‌ ଇତିହାସରେ ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ୫ ଥର ଚମ୍ପିଆନ୍‌ ହୋଇଥିବା ବେଳେ ତା ପଛକୁ ରହିଛି ମହେନ୍ଦ୍ର ସିଂହ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍‌ସ । ଏହି ଦଳ ୪ ଥର ଚମ୍ପିଆନ୍‌ ହୋଇଛି । କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ଦୁଇଥର ଲେଖାଏଁ ଟ୍ରଫି ଉଠାଇଛନ୍ତି । ରାଜସ୍ଥାନ ରୟାଲ୍ସ ପ୍ରଥମ ସଂସ୍କରଣ ୨୦୦୮ରେ ଟ୍ରଫି ଉଠାଇଥିଲା । ଏଥର ପ୍ରତ୍ୟେକ ଦଳ ୧୪ ଟି ଲେଖାଏଁ ମ୍ୟାଚ୍‌ ଖେଳିବେ । ଘରୋଇ ଗ୍ରାଉଣ୍ଡରେ ୭ଟି ମ୍ୟାଚ୍‌ ଖେଳିବାକୁ ଥିବା ବେଳେ ଅନ୍ୟ ଗ୍ରାଉଣ୍ଡରେ ୭ଟି ମ୍ୟାଚ୍‌ ଖେଳାଯିବ । ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଧନାଢ୍ୟ ଲିଗ୍‌ର ଫାଇନାଲ ମ୍ୟାଚ୍‌ ମେ ମାସ ୨୮ ତାରିଖରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.