ETV Bharat / sports

IPL 2023: ଆଜି ମିନି ନିଲାମୀ, ସାମିଲ ହେବେ ୧୦ଟି ଟିମ୍‌ - ଆଇପିଏଲ ନିଲାମୀ

ଆଜି କେରଳର କୋଚିରେ ଆଇପିଏଲ 2023 ପାଇଁ ମିନି ନିଲାମୀ ହେବ । 2022ରେ ମେଗା (ବଡ) ନିଲାମୀ ହୋଇଥିଲା ମାତ୍ର 2023 ସଂସ୍କରଣରେ ମିନି (ଛୋଟ) ନିଲାମୀ ହେବାକୁ ଯାଉଛି । ଅଧିକ ପଢନ୍ତୁ

IPL 2023
ipl 2023 mini auction
author img

By

Published : Dec 23, 2022, 10:03 AM IST

ନୂଆଦିଲ୍ଲୀ: ବ୍ୟୟବହୁଳ ଟି-20 କ୍ରିକେଟ ଇଣ୍ଡିଆନ ପ୍ରିମିୟର ଲିଗ୍‌ 2023 (IPL)ର 16ତମ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି କେରଳର କୋଚିରେ ଆଇପିଏଲ ମିନି ନିଲାମୀ ହେବ । 2022ରେ ମେଗା (ବଡ) ନିଲାମୀ ହୋଇଥିଲା ମାତ୍ର 2023 ସଂସ୍କରଣରେ ମିନି (ଛୋଟ) ନିଲାମୀ ହେବାକୁ ଯାଉଛି । ନିଲାମୀ ପ୍ରକ୍ରିୟାରେ ୧୦ଟି ଟିମ ସାମିଲ ହେବେ । ୨୭୩ ଭାରତୀୟ ଖେଳାଳିଙ୍କ ସହ ମୋଟ ୪୦୫ ନିଲାମରେ ସାମିଲ ହେବେ । ନିଲାମ ପ୍ରକ୍ରିୟାରେ ଓଡ଼ିଶାରୁ ରାଜେଶ ମହାନ୍ତି ଓ ମୁସ୍ତାକ ବାଗ୍‌ ସାମିଲ ଅଛନ୍ତି । ଆଇପିଏଲର ଷୋଡ଼ଶ ସଂସ୍କରଣ ଆସନ୍ତା ମାର୍ଚ୍ଚରୁ ଆରମ୍ଭ ହେବ ।

ସର୍ଟଲିଷ୍ଟ କରାଯାଇଥିବା ୪୦୫ ଖେଳାଳିଙ୍କ ମଧ୍ୟରୁ ୨୭୩ ଭାରତୀୟ ଖେଳାଳି ଓ ୧୩୨ ବିଦେଶୀ ଖେଳାଳି ରହିଛନ୍ତି । ଆଇସିସିର ଆସୋସିଏଟ ଦେଶରୁ ଚାରି ଖେଳାଳିଙ୍କୁ ନାମକୁ ମଧ୍ୟ ଚୟନ କରାଯାଇଛି । ଏହି ଚାରି ଖେଳାଳିଙ୍କ ବ୍ୟତୀତ ୧୧୯ କେପ୍ଡ ଏବଂ ୨୮୨ ଅନକେପ୍ଡ ଖେଳାଳିଙ୍କ ପାଇଁ ଅକ୍ସନ ହେବ । ୧୦ ଟି ଫ୍ରାଞ୍ଚାଇଜ୍ ଟିମ୍ ମଧ୍ୟରୁ ପ୍ରାୟ ୮୭ ସ୍ଥାନ ଖାଲିଥିବା ବେଳେ ସେଥିରୁ ୩୦ ଜଣ ବିଦେଶୀ ଖେଳାଳି ରହିପାରିବେ । ୧୯ ଜଣ ଖେଳାଳି ଦୁଇ କୋଟି ଟଙ୍କା ତାଙ୍କର ବେସ୍ ପ୍ରାଇସ୍ ରଖିଛନ୍ତି । ୧୧ ଜଣ ଖେଳାଳି ୧.୫ କୋଟି ଟଙ୍କା ଏବଂ ୨୦ ଜଣ ଖେଳାଳି ଏକ କୋଟି ଟଙ୍କା ସେମାନଙ୍କ ବେସ୍ ପ୍ରାଇସ୍ ରଖିଛନ୍ତି । ନିଲାମୀକୁ ଜଣାଶୁଣା ଅନ୍ତର୍ଜାତୀୟ ନିଲାମୀକାରୀ ଇଂଲଣ୍ଡର ହଗ ଏଡମିସ୍କ ପରିଚାଳନା କରିବେ । ଗତବର୍ଷ ନିଲାମୀରେ 62 ବର୍ଷୀୟ ଏଡମିକ୍ସଙ୍କୁ ହୃଦଘାତ ହୋଇଥିଲା ।

ଏହା ବି ପଢନ୍ତୁ...IPL Mini Auction 2023: ଜାଣନ୍ତୁ କିଏ ସବୁଠୁ ଯୁବ ଓ କିଏ ବରିଷ୍ଠ ଖେଳାଳି

ଓଡିଶାରୁ ଦୁଇ ଖେଳାଳି...

ଆଜି ହେବାକୁ ଥିବା ମିନି ନିଲାମୀରେ ମୋଟ 405 ଖେଳାଳି ସର୍ଟଲିଷ୍ଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଦୁଇଜଣ ଓଡିଶାରୁ ଅଛନ୍ତି । ମୁସ୍ତାକ ବାଗ ଓ ରାଜେଶ ମହାନ୍ତିଙ୍କ ଭାଗ୍ୟ ପରୀକ୍ଷା ହେବ । ଏହି ଦୁଇ କ୍ରିକେଟରଙ୍କ ମଧ୍ୟରୁ ମୁସ୍ତାକ ବାଗ ଡାହାଣହାତୀ ଲେଗ ସ୍ପିନର ଓ ରାଜେଶ ମହାନ୍ତି ଦ୍ରୁତ ବୋଲର । ଉଭୟଙ୍କ ମୂଳଦର 20 ଲକ୍ଷ ଟଙ୍କା ରହିଛି । ମୁସ୍ତାକ ଚଳିତ ସିଜନରେ ଓଡିଶା ଘରୋଇ ଦଳରେ ଖେଳି ପଦାର୍ପଣ କରିଥିଲେ । ମୁସ୍ତାକ ଅଲି ଟ୍ରଫିରେ ସେ 5ଟି ୱିକେଟ ନେଇଥିଲେ । ଆଇପିଏଲ ଟ୍ରାଏଲରେ 2ଟି ମ୍ୟାଚ ଖେଳି ସେ 9ଟି ୱିକେଟ ହାସଲ କରିଥିଲେ । ସେହିପରି ଅନ୍ୟତମ ଦ୍ରୁତ ବୋଲର ରାଜେଶ ମହାନ୍ତିଙ୍କୁ ମଧ୍ୟ କ୍ରୟ କରିବାକୁ ଫ୍ରାଞ୍ଚାଇଜ ମନ ବଳାଇଛି । ପୂର୍ବ ସଂସ୍କରଣରେ ଚେନ୍ନାଇ ସୁପରକିଙ୍ଗସରେ ସାମିଲ ହୋଇଥିଲେ ଓଡିଆ ଖେଳାଳି ଶୁଭ୍ରାଂଶୁ ସେନାପତି । ତାଙ୍କୁ 20 ଲକ୍ଷ ଟଙ୍କାରେ କିଣିଥିଲା ଚେନ୍ନାଇ ।

ଷ୍ଟୋକ୍ସଙ୍କ ଉପରେ ନଜର....

10 ଫ୍ରାଞ୍ଚାଇଜ ପ୍ରସ୍ତୁତି ଚୂଡାନ୍ତ କରିସାରିଛି । ନିଲାମୀରେ କେଉଁ ଖେଳାଳି ସାମିଲ ହେବେ ରଣନୀତି ପ୍ରସ୍ତୁତି ସରିଛି । ଇଂଲଣ୍ଡର ଦୁଇ ଅଲରାଉଣ୍ଡର ବେନ ଷ୍ଟୋକ୍ସ, ସାମ କୁନାରଙ୍କ ସମେତ ଟ୍ରାଭିସ ହେଡ, ନିକୋଲସ ପୁରନ, କ୍ରିସ ଲିନ, ଶାକିବ ଅଲ ହାସନ, ମୟଙ୍କ ଅଗ୍ରୱାଲସ ଆଦିଲ ରଶିଦ ପ୍ରମୁଖଙ୍କ ଉପରେ ସମସ୍ତଙ୍କ ନଜର ରହିବ । ବିଶେଷ କରି 4 ଜଣ ଖେଳାଳି ଷ୍ଟୋକ୍ସ, କୁରାନ, ଗ୍ରୀନ ଓ ମୟଙ୍କ ଉପରେ ନଜର ରହିବ ।

ନଜର ପକାନ୍ତୁ କେଉଁ ଫ୍ରାଞ୍ଚାଇଜ୍ ପର୍ସରେ ଏବେ କେତେ ଟଙ୍କା ରହିଛି

୧. ଗୁଜୁରାଟ ଟାଇଟନ୍ସ - ୧୯.୨୫ କୋଟି ଟଙ୍କା

୨. ରାଜସ୍ଥାନ ରୟାଲ୍ସ - ୧୩.୨ କୋଟି ଟଙ୍କା

୩. ଲକ୍ଷ୍ନୌ ସୁପର ଜିଆନ୍ଟସ - ୨୩.୩୫ କୋଟି ଟଙ୍କା

୪. ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର - ୮.୭୫ କୋଟି ଟଙ୍କା

୫. ଦିଲ୍ଲୀ କ୍ୟାପିଟାଲ୍ସ - ୧୯.୪୫ କୋଟି ଟଙ୍କା

୬. ପଞ୍ଜାବ କିଙ୍ଗ୍ସ - ୩୨.୨ କୋଟି ଟଙ୍କା

୭. କୋଲକାତା ନାଇଟ ରାଇଡର୍ସ - ୭.୦୫ କୋଟି ଟଙ୍କା

୮. ସନରାଇଜର୍ସ ହାଇଦ୍ରାବାଦ - ୪୨.୨୫ କୋଟି ଟଙ୍କା

୯. ଚେନ୍ନାଇ ସୁପର କିଙ୍ଗ୍ସ -୨୦. ୪୫ କୋଟି ଟଙ୍କା

୧୦. ମୁମ୍ବାଇ ଇଣ୍ଡିଆନ୍ସ - ୨୦. ୫୫ କୋଟି ଟଙ୍କା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.