ETV Bharat / sports

IPL 2023: ଆରମ୍ଭ ହେଲା IPL ମହାସମର, ଉଦ୍‌ଘାଟନୀ ଉତ୍ସବରେ ବଲିଉଡ୍‌ ଷ୍ଟାରଙ୍କ ସହ ଝୁମିଲେ ଦର୍ଶକ

author img

By

Published : Mar 31, 2023, 7:20 PM IST

ଆରମ୍ଭ ହେଲା ଆଇପିଏଲ ୨୦୨୩ ମହାସମର । ଉଦ୍‌ଘାଟନୀ ଉତ୍ସବରେ ବଲିଉଡ୍‌ ଷ୍ଟାରଙ୍କ ସହ ଝୁମିଲେ ଦର୍ଶକ । ପ୍ରଥମ ମ୍ୟାଚ୍‌ରେ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି ଗୁଜୁରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଅଧିକ ପଢ଼ନ୍ତୁ

ଆରମ୍ଭ ହେଲା IPL ମହାସମର
ଆରମ୍ଭ ହେଲା IPL ମହାସମର

ଅହମ୍ମଦାବାଦ: ଆରମ୍ଭ ହୋଇଯାଇଛି ଆଇପିଏଲ ମହାସମର । ଆଇପିଏଲ ୨୦୨୩ର ଦମଦାର ଉଦ୍‌ଘାଟନୀ ଉତ୍ସବ ଆଜି ସନ୍ଧ୍ୟାରେ ଗୁଜୁରାଟର ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ଏହି ଉଦ୍‌ଘାଟନୀ ଉତ୍ସବରେ ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର ଅରିଜିତ ସିଂହ, ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ଓ ଦକ୍ଷିଣି ଅଭିନେତ୍ରୀ ରଶ୍ମିକା ମାନ୍ଧାନା ଯୋଗଦେଇ ଦର୍ଶକ ମାନଙ୍କୁ ଝୁମାଇଥିଲେ । ତେବେ ପ୍ରଥମ ମ୍ୟାଚ୍‌ରେ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି ଗୁଜୁରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ।

ସରିଲା କାଉଣ୍ଟ ଡାଉନ । ଆରମ୍ଭ ହେଲା ଦେଶର ସବୁ ଠାରୁ ହାଇପ୍ରୋଫାଇଲ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ । ପ୍ରଥମ ଦିନରେ ଉଦ୍‌ଘାଟନୀ ଉତ୍ସବରେ ଆଇପିଏଲ ମ୍ୟାଚ୍‌ ଉପଭୋଗ କରିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା । ଚଳିତ ବର୍ଷ ଆଇପିଏଲ୍‌ରେ ୧୦ ଟିମ୍‌ ଭାଗ ନେଇଥିବା ବେଳେ ୫୨ ଦିନ ଧରି ଟ୍ରଫି ହାତେଇବାକୁ ଚାଲିବ ମହା ଲଢ଼େଇ । ୧୨ଟି ସହରରେ ସମୁଦାୟ ୭୦ଟି ମ୍ୟାଚ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ୧୮ଟି ଡବଲ ହେଡର ହେବ । ତେବେ ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଥିଲା ଉଦ୍‌ଘାଟନୀ ଉତ୍ସବ । ଏଥିରେ ପ୍ରଥମେ ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର ଅରିଜିତ ସିଂହଙ୍କ ଗୀତରେ ଝୁମିଥିଲେ ଦର୍ଶକ । 'ଏ ୱତନ, ମେରେ ୱତନ' ଗୀତରୁ ଆରମ୍ଭ ହୋଇଥିଲା ଉଦ୍‌ଘାଟନୀ ଉତ୍ସବ । ଏହି ଉତ୍ସବରେ ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ଓ ଦକ୍ଷିଣି ଅଭିନେତ୍ରୀ ରଶ୍ମିକା ମନ୍ଦାନା ଯୋଗଦେଇ ଦର୍ଶକ ମାନଙ୍କୁ ଝୁମାଇଥିଲେ ।

ଆଜି ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଗତଥରର ଚାମ୍ପିଅନ ଗୁଜୁରାଟ ଟାଇଟନ୍ସ ଓ ୪ ଥରର ଆଇପିଏଲ ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ । ଭାରତୀୟ କ୍ରିକେଟ ଦଳର ସଫଳତମ ଅଧିନାୟକ ଭାବେ ନିଜର ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବା ପରେ ଆଇପିଏଲରେ ମଧ୍ୟ ନିଜ ଯାଦୁଗରୀ ଅଧିନାୟକତ୍ବର ଝଲକ ଦେଖାଇଛନ୍ତି ମହେନ୍ଦ୍ର ସିଂହ ଧୋନି । ସେପଟେ ଗତବର୍ଷ ନୂଆକରି ଆଇପିଏଲରେ ଯୋଗ ଦେଇଥିବା ଫ୍ରାଞ୍ଚାଇଜି ଗୁଜୁରାଟ ଟାଇଟନ୍ସର ପ୍ରଥମ ଥର ପାଇଁ କମାଣ ସମ୍ଭାଳିଥିଲେ ଅନଭିଜ୍ଞ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । କିନ୍ତୁ ପ୍ରଥମ ସିଜିନରେ ହିଁ ଟ୍ରଫି ହାତେଇ ଫ୍ୟାନ୍ସଙ୍କୁ ଚକ୍‌ମା ଦେଇଥିଲେ ପାଣ୍ଡ୍ୟା । ଆଜି ପ୍ରଥମ ମ୍ୟାଚ୍‌ ଦେଖିବା ପାଇଁ ଷ୍ଟାଡିୟମରେ ଖଚାଖଚ୍‌ ଭିଡ଼ ଜମିଛି । ତେବେ ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତିଛନ୍ତି ଗୁଜୁରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସକୁ ଆମନ୍ତ୍ରଣ କରିଛନ୍ତି ପାଣ୍ଡ୍ୟା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.