ମୁମ୍ବାଇ: ଆଜି ଆଇପିଏଲର 48 ତମ ଲିଗ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ନବାଗତ ଗୁଜୁରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗ୍ସ ପରସ୍ପରକୁ ଭେଟିବେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତାଧୀନ ଗୁଜୁରାଟ ଟାଇଟନ୍ସର ବିଜୟ ଧାରା ଜାରି ରହିଛି । ଆଜିର ମ୍ୟାଚକୁ ଜିତିଲେ ଟାଇଟନ୍ସ ପ୍ରଥମ ଦଳ ଭାବେ ପ୍ଲେ ଅଫରେ ପ୍ରବେଶ କରିବ । ସେପଟେ ଟେବୁଲ ସପ୍ତମ ସ୍ଥାନରେ ରହିଥିବା ପଞ୍ଜାବ ବିଜୟ ପାଇଁ କୌଣସି ସୁଯୋଗ ହାତଛଡା କରିବ ନାହିଁ ।
ଏହା ବି ପଢନ୍ତୁ...IPL 2022: ବିଜୟ ଟ୍ରାକ୍କୁ ଫେରିଲା କୋଲକାତା ନାଇଟ ରାଇଡର୍ସ
ଚଳିତ ସିଜିନରେ ଆଇପିଏଲରେ ଡେବ୍ୟୁ କରିଥିବା ଟିମ ଗୁଜୁରାଟ ଅପ୍ରତିନ୍ଦ୍ବତୀ ସାବ୍ୟସ୍ତ ହୋଇଛି । ସମୁଦାୟ 9ଟି ମ୍ୟାଚ ଖେଳି 8ଟିରେ ଜିତିଛି । ଫୁଲ ଫର୍ମରେ ଅଛି ଟାଇଟନ୍ସ । ଦଳଗତ ପ୍ରଦର୍ଶନ ଓ ବ୍ୟକ୍ତିଗତ ପ୍ରଦର୍ଶନ ଦଳର ବିଜୟର ପ୍ରମୁଖ କାରଣ ହୋଇଛି । ଆଜିର ମ୍ୟାଚକୁ ଜିତିବାକୁ ଦଳ ମଧ୍ୟ ପୂର୍ବ ପ୍ରଦର୍ଶନ ଜାରି ରଖିବ ।
ସେପଟେ ଟାଇଟନ୍ସକୁ ହରାଇବାକୁ ହେଲେ ପଞ୍ଜାବକୁ ଉଭୟ ବୋଲିଂ ଓ ବ୍ୟାଟଂରେ ସନ୍ତୁଳନ ରକ୍ଷା କରି ଖେଳିବାକୁ ପଡିବ । ଦଳରେ ବହୁ ଦକ୍ଷ ଖେଳାଳି ରହିଛନ୍ତି । ଆଜି ସେମାନଙ୍କ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିବାକୁ ପଡିବ । ଦଳର ବୋଲିଂ ବିଭାଗ ଉନ୍ନତ ରହିଛି । ଲିଆମ ଲିଭିଙ୍ଗଷ୍ଟୋନ ଓ ଜନି ବେୟାରଷ୍ଟୋଙ୍କୁ ବିସ୍ଫୋରକ ବ୍ୟାଟିଂ କରିବାକୁ ପଡିବ। ଏପ୍ରିଲ 8 ତାରିଖରେ ଦୁଇଦଳ ପରସ୍ପରକୁ ଭେଟିଥିଲେ । ଏଥିରେ ପଞ୍ଜାବ ପରାସ୍ତ ହୋଇଥିଲା । ଆଜିର ମ୍ୟାଚକୁ ଜିତି ପ୍ରତିଶୋଧ ଲକ୍ଷ୍ୟରେ ରହିବ ଦଳ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ