ETV Bharat / sports

IPL 2022: ଆଜି ନମ୍ବର 1 ଲଢେଇ, ପ୍ଲେ-ଅଫ୍‌ରେ ପହଞ୍ଚିବ ବିଜୟୀ ଟିମ

ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର (IPL 2022) 57ତମ ମ୍ୟାଚ୍‌ ଖେଳାଯିବ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃାତାଧୀନ ଗୁଜୁରାଟ ଟାଇଟନ୍ସ ଓ କେଏଲ ରାହୁଲଙ୍କ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ(LSG) ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

author img

By

Published : May 10, 2022, 1:05 PM IST

IPL 2022: ଆଜି ନମ୍ବର 1 ଲଢେଇ, ପ୍ଲେ-ଅଫ ପକ୍କା କରିବ ବିଜୟୀ ଟିମ

ପୁଣେ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର (IPL 2022) 57ତମ ମ୍ୟାଚ୍‌ ଖେଳାଯିବ । ଏଥିରେ ନବାଗତ ଗୁଜୁରାଟ ଟାଇଟନ୍ସ(GT) ଓ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ(LSG) ପରସ୍ପରକୁ ଭେଟିବେ । ଉଭୟଙ୍କ ପାଇଁ ଆଜିର ମ୍ୟାଚ୍‌ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ପଏଣ୍ଟ ଟେବୁଲରେ ଦୁଇ ଦଳ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଆଜିର ମ୍ୟାଚ ବିଜେତା ଦଳ ପ୍ଲେ-ଅଫ୍‌ରେ ସ୍ଥାନ ପକ୍କା କରିବ । ଆଜିର ମ୍ୟାଚ୍‌ ଦୁଇଦଳ ପାଇଁ ସଂଘର୍ଷପୂର୍ଣ୍ଣ ହେବ ।

ଉଭୟ ଦଳ 11ଟି ଲେଖାଏଁ ମ୍ୟାଚ୍‌ ଖେଳି 8ଟି ମ୍ୟାଚ୍‌ ଜିତିଛନ୍ତି । 16 ପଏଣ୍ଟ ସହ ପଏଣ୍ଟ ଟେବୁଲ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ରନ ରେଟ୍‌ ଆଧାରରେ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ଆଗରେ ରହିଛି । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ପର୍ଦାପଣ ମ୍ୟାଚ୍‌ରେ ଟାଇଟନ୍ସ ବିଜୟୀ ହୋଇଥିଲା । ଆଜିର ମ୍ୟାଚକୁ ଜିତି ସୁପଜିଆଣ୍ଟ୍ସ ପୂର୍ବ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ସୁପରଜିଆଣ୍ଟ୍ସ ତାର ଶେଷ 4ଟି ଯାକ ମ୍ୟାଚ୍‌ ଜିତିଛି । ଟାଇଟନ୍ସ ତାର ଶେଷ 2ଟି ମ୍ୟାଚ୍‌ରେ ପରାସ୍ତ ହୋଇଛି ।

ଏହା ବି ପଢନ୍ତୁ...IPL 2022: ମୁମ୍ବାଇକୁ ଆଉଏକ ପରାଜୟର ସ୍ବାଦ ଚଖାଇଲା କୋଲକାତା

ଟାଇଟନ୍ସର ପ୍ରଦର୍ଶନରେ କୌଣସି ସମସ୍ୟା ନାହିଁ । ଦଳର ବୋଲିଂ ଓ ବ୍ୟାଟିଂ ବିଭାଗ ଭଲ ରହିଛି । ଦଳର ଓପନର ରିଦ୍ଧିମାନ ଶାହ ନିୟମିତ ଭାବେ ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି । ତାଙ୍କ ବ୍ୟାଟିଂ ପ୍ରଦର୍ଶନ ଦଳକୁ ବିଜୟୀ କରିବା ପାଇଁ ଶୁଭଙ୍କର ହେବ । ସେପଟେ ଶୁଭମନ ଗିଲ୍‌ ଓ ହାର୍ଦ୍ଦିକ ପାଣ୍ଡ୍ୟା ଫର୍ମକୁ ଫେରିଛନ୍ତି । ଆଜିର ମ୍ୟାଚରେ ଉଭୟଙ୍କୁ ସଫଳ ହେବାକୁ ପଡିବ । ସୁପରଜିଆଣ୍ଟ୍ସର ମଧ୍ୟଭାଗ ବ୍ୟାଟିଂ ବିଭାଗ ଦୁର୍ବଳ ଅଛି । ଦୁଇ ଓପନର ଡି କକ୍ ଓ ଅଧିନାୟକ ଲୋକେଶ ରାହୁଲଙ୍କ ଉନ୍ନତ ବ୍ୟାଟିଂ ଜାରି ରଖିଛନ୍ତି । ଆଜି ଦଳର ସମସ୍ତ ଖେଳାଳିଙ୍କୁ ସଫଳ ହେବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.