ETV Bharat / sports

IPL 2022: ଆଜି DC-PBKS ମୁକାବିଲା - ଆଜି ଦିଲ୍ଲୀ କ୍ୟାପିଟାଲ୍ସ ବନାମ ପଞ୍ଜାବ

ଚଳିତ ଆଇପିଏଲରେ ଆଜି 32ତମ ଲିଗ ମ୍ୟାଚ ଖେଳାଯିବ । ଏଥିରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗସ ପରସ୍ପରକୁ ଭେଟିବେ । ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ କୋରୋନା ଆତଙ୍କ ଥିବାକୁ ସଠିକ ସମୟରେ ମ୍ୟାଚ ହେବା ନେଇ ଆଶଙ୍କା ରହିଛି । ଅଧିକ ପଢନ୍ତୁ

ଆଜି DC - PBKS ମୁକାବିଲା
ଆଜି DC - PBKS ମୁକାବିଲା
author img

By

Published : Apr 20, 2022, 9:12 AM IST

ମୁମ୍ବାଇ: ଚଳିତ ଆଇପିଏଲରେ ଆଜି 32ତମ ଲିଗ ମ୍ୟାଚ ଖେଳାଯିବ । ଏଥିରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗସ ପରସ୍ପରକୁ ଭେଟିବେ । ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ କୋରୋନା ଆତଙ୍କ ଥିବାକୁ ସଠିକ ସମୟରେ ମ୍ୟାଚ ହେବା ନେଇ ଆଶଙ୍କା ରହିଛି । ମ୍ୟାଚକୁ ପୁଣେରୁ ମୁମ୍ବାଇକୁ ସ୍ତାନାନ୍ତରିତ କରାଯାଇଛି । ତଥାପି ସମସ୍ତ ଖେଳାଳିଙ୍କ କୋରୋନା ରିପୋର୍ଟ ଆସିବା ପରେ ମ୍ୟାଚ ଆୟୋଜିତ ହେବ ।

ଉଭୟ ଦଳ ପାଇଁ ଆଜିର ମ୍ୟାଚ ଜିତିବା ଗୁରୁତ୍ବପୂର୍ଣ୍ଣ । ଦିଲ୍ଲୀ 5ଟି ମ୍ୟାଚରୁ 2ଟି ଜିତି ପଏଣ୍ଟ ଟେବୁଲ ଶେଷ ଆଡୁ ତୃତୀୟରେ ରହିଛି । ଯଦି ମ୍ୟାଚ ହୁଏ ତେବେ ଆଜିର ମ୍ୟାଚକୁ ଜିତିବାକୁ ଦଳ ସବୁ ଶକ୍ତି ଖଟାଇବ । ସେହପରି ପଞ୍ଜାବ କିଙ୍ଗସ 6ଟି ମ୍ୟାଚରୁ 3ଟି ଜିତି ଦିଲ୍ଲୀ ଉପର ସ୍ଥାନରେ ରହିଛି । ଆଜିର ମ୍ୟାଚ ଜିତିବାକୁ ଦଳ କୌଣସି ସୁଯୋଗ ହାତଛଡା କରିବ ନାହିଁ ।

ଏହା ବି ପଢନ୍ତୁ...IPL2022: ବାଙ୍ଗାଲୋରର ପଞ୍ଚମ ବିଜୟ, 18 ରନରେ ହାରିଲା ଲକ୍ଷ୍ନୌ

କ୍ୟାପିଟାଲ୍ସ ଦଳର 5 ସଦସ୍ୟ କୋରୋନା ସଂକ୍ରମିତ ହୋଇଛନ୍ତି । ମିଚେଲ ମାର୍ଶ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଫିଜିଓ, ମସାଜ ଥେରାପିଷ୍ଟ ଚେତନ କୁମାର, ଟିମ ଡାକ୍ତର ଅଭିଜିତ ସାଲଭି ଓ ସୋସିଆଲ ମିଡିଆ ଟିମ ସଦସ୍ୟ ଆକାଶ ମାଣେ ରହିଛନ୍ତି । ଆଜିର ମ୍ୟାଚ ହେବା ନେଇ ଆଶଙ୍କା ଉପୁଜିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.