ETV Bharat / sports

IPL 2022: ଆଜି ଚେନ୍ନାଇ-ପଞ୍ଜାବ ଫାଇଟ - ଆଜି ଚେନ୍ନାଇ ବନାମ ପଞ୍ଜାବ ଫାଇଟ

ଚଳିତ ଆଇପିଏଲର ଆଜି (ସୋମବାର) 38 ତମ ଲିଗ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଓ ପଞ୍ଜାବ କିଙ୍ଗସ ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

IPL 2022
IPL 2022
author img

By

Published : Apr 25, 2022, 9:54 AM IST

ମୁମ୍ବାଇ: ଚଳିତ ଆଇପିଏଲର ଆଜି (ସୋମବାର) 38 ତମ ଲିଗ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଓ ପଞ୍ଜାବ କିଙ୍ଗସ ପରସ୍ପରକୁ ଭେଟିବେ । 6 ପଏଣ୍ଟ ସହ ପଞ୍ଜାବ ଟେବୁଲର ଅଷ୍ଟମ ସ୍ଥାନରେ ଥିବାବେଳେ ଚେନ୍ନାଇ 4 ପଏଣ୍ଟ ସହ ନବମ ସ୍ଥାନରେ ରହିଛି । ଆଜିର ମ୍ୟାଚ ଜରିଆରେ ଉଭୟ ଦଳ ପଏଣ୍ଟ ତାଲିକା ଉପରକୁ ଉଠିବାକୁ ପ୍ରୟାସ କରିବେ ।

ଲିଗ ପର୍ଯ୍ୟାୟର ଅଷ୍ଟମ ଲିଗ ମ୍ୟାଚରେ ପଞ୍ଜାବ କିଙ୍ଗସ ଓ ଚେନ୍ନାଇ ସୁପରକିଙ୍ଗସ ସାମ୍ନାସାମ୍ନି ହୋଇଥିଲେ । ଉକ୍ତ ମ୍ୟାଚରେ ଚେନ୍ନାଇ 54ରନରେ ପରାସ୍ତ ହୋଇଥିଲା । ଆଜିର ମ୍ୟାଚକୁ ଜିତି ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଚେନ୍ନାଇ । ଆଜିର ମ୍ୟାଚକୁ ଜିତିବାକୁ ଜାଡେଜାଙ୍କ ନେତୃତ୍ବଧୀନ ଚେନ୍ନାଇକୁ ଆଜି ସବୁ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ପଡିବ । ଶେଷ ମ୍ୟାଚରେ ସୁପରକିଙ୍ଗସ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିଥିଲା ।

ମୁମ୍ବାଇକୁ ହରାଇଥିଲେ ଚେନ୍ନାଇ । ଫିନିସର ମହେନ୍ଦ୍ର ସିଂଙ୍କ ଜବରଦସ୍ତ ଫିନିସ ପାଇଁ ଦଳ ବିଜୟୀ ହୋଇଥିଲା । ଏହି ବିଜୟ ପରେ ଦଳର ମନୋବଳ ବଢିଛି । ଆଜିର ମ୍ୟାଚକୁ ଜିତିବାକୁ ଦଳ କୌଣସି ସୁଯୋଗ ହାତଛଡା କରିବ ନାହିଁ । ଯଦି ଚେନ୍ନାଇ ଆଜିର ମ୍ୟାଚ ଜିତେ ତେବେ ଏହା ତାର ତୃତୀୟ ବିଜୟ ହେବ ।

ଏହା ବି ପଢନ୍ତୁ...IPL 2022: ମୁମ୍ବାଇର ଅଷ୍ଟମ ପରାଜୟ, 36 ରନରେ ଜିତିଲା ଲକ୍ଷ୍ନୌ

ସେପଟେ ପଞ୍ଜାବ କିଙ୍ଗସ ବି କିଛି କମରେ ନାହିଁ । ମୟଙ୍କ ଅଗ୍ରୱାଙ୍କ ନେତୃତ୍ବାଧୀନ ପଞ୍ଜାବ କିଙ୍ଗସ ସୁପରକିଙ୍ଗସ ବିପକ୍ଷରେ ଜୟଯାତ୍ରା ଜାରି ରଖିବାକୁ ଚେଷ୍ଟା କରିବ । ଆଜିର ମ୍ୟାଚରେ ଷ୍ଟାର ବ୍ୟାଟର ଲାଏମ ଲିଭିଙ୍ଗଷ୍ଟୋନଙ୍କ ଉପରେ ନଜର ରହିବ । ଆଜି ଓଡେନ ସ୍ମିଥ ଓ ଭାନୁକା ରାଜପାକସା ଏକାଦଶକୁ ଫେରିବାର ସମ୍ଭାବନା ଅଛି । ପଞ୍ଜାବ ବର୍ତ୍ତମାନ ସୁଦ୍ଧା 7ଟି ମ୍ୟାଚ ଖେଳି 3ଟିରେ ବିଜୟ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.