ETV Bharat / sports

IPL 2022: ଆଜି ଚେନ୍ନାଇ ବନାମ ବାଙ୍ଗାଲୋର ମୁକାବିଲା - ଆଇପିଏଲ 2022

ଚଳିତ ଆଇପିଏଲରେ ଆଜି (ବୁଧବାର) 49 ତମ ଲିଗ ମ୍ୟାଚ ଖେଳାଯିବ । ଡିଫେଣ୍ଡିଂ ଚମ୍ପିୟାନ ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

ଆଜି ଚେନ୍ନାଇ ବନାମ ବାଙ୍ଗାଲୋର ମୁକାବିଲା
ଆଜି ଚେନ୍ନାଇ ବନାମ ବାଙ୍ଗାଲୋର ମୁକାବିଲା
author img

By

Published : May 4, 2022, 12:45 PM IST

ପୁଣେ: ଚଳିତ ଆଇପିଏଲରେ ଆଜି (ବୁଧବାର) 49 ତମ ଲିଗ ମ୍ୟାଚ ଖେଳାଯିବ । ଡିଫେଣ୍ଡିଂ ଚମ୍ପିୟାନ ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ । ଉଭୟ ଦଳ ପାଇଁ ପ୍ଲେ ଅଫ ସୁଯୋଗ ରହିଥିବାରୁ ଆଜିର ମ୍ୟାଚ ଜିତିବାକୁ ଦୁଇ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ।

ସୁପରସିଙ୍ଗ୍ସ 9ଟି ମ୍ୟାଚ ଖେଳି 3ଟି ଜିତିଛି । 6 ପଏଣ୍ଟ ସହ ଟେବୁଲ ନବମ ସ୍ଥାନରେ ରହିଛି । ପ୍ଲେ ଅଫରେ ପ୍ରବେଶ କରିବାକୁ ଦେଲେ ଦଳକୁ ଶେଷ 5ଟି ଯାକ ମ୍ୟାଚ ଜିତିବାକୁ ହେବ । ଶେଷ ମ୍ୟାଚରୁ ଜାଡେଜା ଅଧିନାୟକତ୍ବ ଛାଡିଛନ୍ତି ଓ ପୁଣି ମହେନ୍ଦ୍ର ସିଂ ଧୋନୀ ଦଳର ମଙ୍ଗ ଧରିଛନ୍ତି । ପୂର୍ବ ମ୍ୟାଚରେ ହାଇଦ୍ରାବାଦକୁ ହରାଇଥିଲା ଦଳ । ଆଜିର ମ୍ୟାଚରେ ମଧ୍ୟ ଭଲ ପ୍ରଦର୍ଶନ କରି ଜିତିବାକୁ ଚେଷ୍ଟା କରିବ ଦଳ । ଆଜି ଋତୁରାଜ ଗାଏକ୍ବାଡ ଓ କନୱେଙ୍କ ଉପରେ ନଜର ରହିବ । ସନରାଇଜର୍ସ ବିପକ୍ଷରେ ଋତୁରାଜ ଦମଦାମ ଇନିଂସ ଖେଳିଥିଲେ । 99ରନର ପାଳି ଖେଳିଥିଲେ ଗାଏକ୍ବାର୍ଡ ।

ସେପଟେ ସୁପରକିଙ୍ଗ୍ସକୁ ହରାଇବା ବାଙ୍ଗାଲୋର ପାଇଁ ସହଜ ହେବନାହିଁ । ପୂର୍ବ ମ୍ୟାଚରେ ଗୁଜୁରାଟଠୁ ପରାସ୍ତ ହୋଇଥିଲା ବାଙ୍ଗଲୋର । ପୂର୍ବ ପରାଜୟ ପୀଡାକୁ ଭୁଲି ଆଜିର ମ୍ୟାଚକୁ ଜିତିବାକୁ ଦଳ କୌଣସି ସୁଯୋଗ ହାତ ଛଡା କରିବା ନାହିଁ । ଆଜିର କୋହଲିଙ୍କ ଉପରେ ନଜର ରହିବ । ସୁପରକିଙ୍ଗ୍ସ ବିପକ୍ଷରେ ସେ 949 ରନ ସଂଗ୍ରହ କରିଛନ୍ତି ଆଜି 1000ରନ ଛୁଇଁବ କୋହଲିଙ୍କ ରନ ଗାଡି । ଏଯାଏଁ ଦଳ 10ଟି ମ୍ୟାଚ ଖେଳି 5ଟି ଜିତି 10 ପଏଣ୍ଟ ହାସଲ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.