ETV Bharat / sports

IPL 2022: ଆଜି ସଞ୍ଜୁ ସାମସନ- କେନ ୱିଲିୟମସନ ଫାଇଟ

ଆଜି ଅନୁଷ୍ଠିତ ହେବାକୁ ଥିବା ପଞ୍ଚମ ଲିଗ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ ପରସ୍ପରକୁ ଭେଟିବେ । ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି ଉଭୟ ଦଳ । ଅଧିକ ପଢନ୍ତୁ

author img

By

Published : Mar 29, 2022, 10:30 AM IST

ଆଜି ସଞ୍ଜୁ ସାମସନ- କେନ ୱିଲିୟମସନ ଫାଇଟ
ଆଜି ସଞ୍ଜୁ ସାମସନ- କେନ ୱିଲିୟମସନ ଫାଇଟ

ପୁଣେ: ଫଟାଫଟ କ୍ରିକେଟ ଆଇପିଏଲର ମ୍ୟାଚ ଜାରି ରହିଛି । ଆଜି ଅନୁଷ୍ଠିତ ହେବାକୁ ଥିବା ପଞ୍ଚମ ଲିଗ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ ପରସ୍ପରକୁ ଭେଟିବେ । ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି ଉଭୟ ଦଳ । ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମେଗା ନିଲାମରେ ଦୁଇଦଳରେ ଅନେକ ଖେଳାଳି ପରିବର୍ତ୍ତନ ହୋଇଛନ୍ତି । ଆଜିର ମ୍ୟାଚକୁ ନେଇ ପୂର୍ବାନୁକରିବା କଷ୍ଟସାଧ୍ୟ ।

ସନରାଇଜର୍ସକୁ ଅନେକ ମ୍ୟାଚ ଜିତାଇଥିବା ବୋଲର ରସିଦ ଖାନ ଦଳରେ ନାହାନ୍ତି । ତାଙ୍କ ପାଇଁ ଦଳ ଥରେ ଚମ୍ପିୟନ ମଧ୍ୟ ହୋଇଥିଲା । ହେଲେ ଏଥର ତାଙ୍କ ବିନା ଗ୍ରାଉଣ୍ଡକୁ ଓହ୍ଲାଇବ ଦଳ । ଭୁବନେଶ୍ବର କୁମାର, ଟି ନଟରାଜନ ଓ ଉମ୍ରାନ ମଲିକ ଦଳର ପେସ ବୋଲିଂ ବିଭାଗ ସମ୍ଭାଳିବେ । ୱାସିଂଟନ ସୁନ୍ଦର ମୁଖ୍ୟ ସ୍ପିନର ଭାବେ ଖେଳିବେ । ଏଥର ଦଳର ବ୍ୟାଟିଂ ବିଭାଗ ସନ୍ତୁଳିତ ଅଛି । ରାହୁଲ ତ୍ରିପାଠୀ, ଅଭିଷେକ ପାଳି ଆରମ୍ଭ କରିବେ । ଅଧିନାୟକ କେନ ୱିଲିୟମସନଙ୍କୁ କିଛି କମାଲ କରିବାକୁ ହେବ ।

ସେହିପରି ଗତ ସିଜିନ ପରି ଏଥର ରାଜସ୍ଥାନ ରୟାଲ୍ସ ସନ୍ତୁଳିତ ଓ ଦମଦାର ରଣନୀତି ସହ ଅଭିଯାନ ଆରମ୍ଭ କରିବ । ଅଧିନାୟକ ସଞ୍ଜୁ ସାମସନ, ଟ୍ରେଣ୍ଡ ବୋଲ୍ଡ, ଆର ଆଶ୍ବିନ ଓ ୟୁଝବେନ୍ଦ୍ର ଚହର ବୋଲିଂ ବିଭାଗ ସମ୍ଭାଳିବେ । ବଟଲର, ଦେବଦତ୍ତ ପାଡିକଲ, ସିମରନ ହେତମେୟର ଯଶସ୍ବୀ, ସଞ୍ଜୁ ବ୍ୟାଟିଂ ବିଭାଗ ସମ୍ଭାଳିବେ । ଆଇପିଏଲ ଇତିହାସରେ ୧୪୦ରୁ ଅଧିକ ଷ୍ଟ୍ରାଇକ ରେଟରେ ସ୍କୋର କରିଥିବା ୫ ଖେଳାଳିଙ୍କ ମଧ୍ୟରୁ ୨ ଜଣ ରୟାଲ୍ସ ଟିମରେ ଅଛନ୍ତି । ତେଣୁ ଆଜି ସେମାନଙ୍କ ବ୍ୟାଟରୁ କିଛି ଭଲ ରନ ଆଶା କରିବେ କ୍ରିକେଟ ପ୍ରେମୀ । ସନ୍ଧ୍ୟା ୭ଟା ୩୦ରୁ ମ୍ୟାଚ ଆରମ୍ଭ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.