ETV Bharat / sports

IPL 2022: ଆସନ୍ତା ୨୬ରୁ IPL ସମର, ନୂଆ ନେୃତୃତ୍ବ ଉପରେ ନଜର

author img

By

Published : Mar 21, 2022, 9:23 PM IST

ଷ୍ଟାର ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଓପନର ମୟଙ୍କ ଅଗ୍ରୱାଲ ଓ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍‌ର ଫାଫ୍‌ ଡୁପ୍ଲେସିସଙ୍କୁ ଆଇପିଏଲ ଟିମର ଅଧିନାୟକ ଭାବେ ଦେଖିବାକୁ ମିଳିବ ।

IPL 2022: Take a look at new leadership as Cricket's biggest festival starts from 26th March
IPL 2022: ମାର୍ଚ୍ଚ ୨୬ରୁ ଆଇପିଏଲ ସମର, ନୂଆ ନେୃତୃତ୍ବ ଉପରେ ନଜର

ମୁମ୍ବାଇ: ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବର ବିତ୍ତଶାଳୀ ତଥା ବୃହତ ଟି-୨୦ କ୍ରିକେଟ ଲିଗ ଇଣ୍ଡିଆନ ପ୍ରିମିୟର ଲିଗ (IPL) । କ୍ରିକେଟର ଏହି ବିରାଟ ଉତ୍ସବକୁ ନେଇ କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି । ଏଥର ଟୁର୍ଣ୍ଣାମେଣ୍ଟରେ ଦୁଇଟି ନୂଆ ଟିମ ସାମିଲ ହୋଇଥିବାରୁ ଟୁର୍ଣ୍ଣାମେଣ୍ଟ ଅଧିକ ପ୍ରତିନ୍ଦନ୍ଦ୍ବୀତାପୂର୍ଣ୍ଣ ହେବାର ସମ୍ଭାବନା ରହିଛି । ଏଥିସହିତ ମେଗା ନିଲାମୀରେ ଷ୍ଟାର ଖେଳାଳିଙ୍କ କ୍ୟାମ୍ପ୍‌ ବଦଳିଥିବାରୁ ସମସ୍ତ ୧୦ଟି ଟିମ ପ୍ରାୟତଃ ସମାନ ଭାବେ ଶକ୍ତିଶାଳୀ ରହିଛନ୍ତି । ସବୁଠୁ ମଜାଦାର କଥା ହେଉଛି କିଛି ଖେଳାଳିଙ୍କୁ ନୂଆ ଅବତାରରେ ଆଇପିଏଲର ଏହି ସଂସ୍କରଣରେ ଦେଖିବାକୁ ମିଳିବ । ଷ୍ଟାର ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଓପନର ମୟଙ୍କ ଅଗ୍ରୱାଲ ଓ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍‌ର ଫାଫ୍‌ ଡୁପ୍ଲେସିସଙ୍କୁ ଆଇପିଏଲ ଟିମର ଅଧିନାୟକ ଭାବେ ଦେଖିବାକୁ ମିଳିବ ।

ଡୁପ୍ଲେସିସଙ୍କ ଆଇପିଏଲ ଅଧିନାୟକ ଡେବ୍ୟୁ:

ଡୁପ୍ଲେସିସ ଦକ୍ଷିଣ ଆଫ୍ରିକା ଜାତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ରହିସାରିଥିବାରୁ ପୂର୍ବରୁ ତାଙ୍କର ଅଧିନାୟକ ଅଭିଜ୍ଞତା ରହିଛି । ମାତ୍ର ଆଇପିଏଲରେ ଅଧିନାୟକ ଭାବେ ଡେବ୍ୟୁ କରିବେ ଡୁପ୍ଲେସିସ । ଷ୍ଟାର ବ୍ୟାଟ୍‌ର ବିରାଟ କୋହଲି IPLର ଚର୍ଚ୍ଚିତ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)ର ଅଧିନାୟକ ଛାଡିବା ପରେ ଡୁପ୍ଲେସିସଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସରୁ ଆମଦାନୀ କରି ନେୃତୃତ୍ବ ଭାର ପ୍ରଦାନ କରିଛି RCB । ଆଇପିଏଲ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସର୍ବାଧିକ ସଫଳତମ ଟିମ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ(CSK)ର ମ୍ୟାଚ୍‌ ବିଜେତା ଖେଳାଳି ରହିଥିଲେ ଡୁପ୍ଲେସିସ ।

ଅଗ୍ରରୱାଲଙ୍କ ଅଧିନାୟକତ୍ବରେ ଭାଗ୍ୟ ପରୀକ୍ଷା କରିବ ପଞ୍ଜାବ:

ପଞ୍ଜାବ କିଙ୍ଗ୍ସ କ୍ୟାମ୍ପ୍‌ ଛାଡି କେଏଲ ରାହୁଲ ନୂଆ ଟିମ ଲକ୍ଷ୍ନୌକୁ ଡିଆଁ ମାରିବା ପରେ, ପଞ୍ଜାବର କିଙ୍ଗ ହୋଇଛନ୍ତି ମୟଙ୍କ । ଆଇପିଏଲର ନୂଆ ସଂସ୍କରଣରେ ସେନାପତି ପରିବର୍ତ୍ତନ ପରେ ପଞ୍ଜାବର ପ୍ରଦର୍ଶନ ବଦଳୁଛି କି ନାହିଁ, ସମସ୍ତଙ୍କ ନଜର ରହିବ । ତେବେ ମେଗା ନିଲାମୀରେ କିଛି ଷ୍ଟାର ମ୍ୟାଚ୍‌ ବିଜେତା ଖେଳାଳିଙ୍କୁ କ୍ୟାମ୍ପ୍‌ରେ ସାମିଲ କରିଥିବାରୁ ପଞ୍ଜାବ ଏଥର ଭଲ ପ୍ରଦର୍ଶନ ପାଇଁ ଦୃଢ ଆଶାବାଦୀ ରହିଛି । ଅଧିନାୟକ ମୟଙ୍କ ମଧ୍ୟ କହିସାରିଛନ୍ତି ଯେ, ଏଥର ପଞ୍ଜାବ ଟାଇଟେଲ ବିଜୟୀ ସ୍କ୍ବାଡ୍‌ ପାଇଛି ।

ଅଧିନାୟକ ହାର୍ଦ୍ଦିକଙ୍କୁ ଆଇପିଏଲରେ ହାର୍ଦ୍ଦିକ ଶୁଭେଚ୍ଛା:

ନୂଆକରି ଆଇପିଏଲରେ ଡେବ୍ୟୁ କରିବାକୁ ଯାଉଥିବା ଗୁଜରାଟ ଟାଇଟନ୍‌ସ, ଷ୍ଟାର ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଭରସା କରି ନେତୃତ୍ବ ଭାର ପ୍ରଦାନ କରିଛି । ହାର୍ଦ୍ଦିକ ଆଇପିଏଲରେ ଅଧିନାୟକ ଡେବ୍ୟୁ କରିବେ । ଆଇପିଏଲ ଟୁର୍ଣ୍ଣାମେଣ୍ଟ ଅଧିନାୟକ ଭାବେ ହାର୍ଦ୍ଦିକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବ । ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପ୍‌ର ମ୍ୟାଚ୍‌ ବିଜେତା ଟାଇଟନ୍‌ସକୁ ଟ୍ରଫି ବିଜେତା କରାଇବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବେ । ଫଳରେ ଏହି ଟିମ ଉପରେ କ୍ରିକେଟ ଫ୍ୟାନ୍ସଙ୍କ ସ୍ବତନ୍ତ୍ର ନଜର ରହିବ । ତେବେ UAEରେ ଖେଳାଯାଇଥିବା ଟି-୨୦ ବିଶ୍ବକପ ପରେ କ୍ରିକେଟଠୁ ଦୂରରେ ରହିଛନ୍ତି ପାଣ୍ଡ୍ୟା । ଏପରିକି ନିକଟରେ NCAରେ ଫିଟ୍‌ନେସ ଟେଷ୍ଟ ମଧ୍ୟ କରାଇଛନ୍ତି । ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଆହତ ସମସ୍ୟା ଓ ପ୍ରଦର୍ଶନକୁ ନେଇ ସମାଲୋଚିତ ହୋଇଥିଲେ ପାଣ୍ଡ୍ୟା । ଫଳସ୍ବରୂପ ଭାରତୀୟ ଟିମରୁ ସେ ନିଜର ସ୍ଥାନ ମଧ୍ୟ ହରାଇଛନ୍ତି । ଏପରି ସ୍ଥିତିରେ ପାଣ୍ଡ୍ୟାଙ୍କ ପାଇଁ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଅନେକ ଆହ୍ବାନ ରହିଛି ।

ସେହିପରି ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ବ ନେଇସାରିଥିବା ଶ୍ରେୟସ ଆୟରଙ୍କୁ ଏଥର କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଓ କେଏଲ ରାହୁଲଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସର ଅଧିନାୟକ ଭାବେ ଦେଖିବାକୁ ମିଳିବ ।

ଏଥର ଆଇପିଏଲ ଭିନ୍ନ ଫର୍ମାଟରେ ମଧ୍ୟ ଖେଳାଯାଉଛି । ୧୦ଟି ଟିମକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି ଓ ପ୍ରତି ଗ୍ରୁପରେ ୫ଟି ଲେଖାଏଁ ଟିମ ରହିଛନ୍ତି । ପ୍ରତ୍ୟେକ ଟିମ ନିଜ ଗ୍ରୁପରେ ଥିବା ଅନ୍ୟ ୪ଟି ଟିମ ସହିତ ଦୁଇଥର ଲେଖାଏଁ ଓ ଅନ୍ୟଗ୍ରୁପର ଟିମ ସହିତ ଥରେ ଲେଖାଏଁ ଲିଗ ପର୍ଯ୍ୟାୟରେ ମ୍ୟାଚ୍‌ ଖେଳିବ । ଯାହା ଟୁର୍ଣ୍ଣାମେଣ୍ଟକୁ ଅଧିକ ରୋମାଞ୍ଚକର କରିବ ।

ନୂଆ ନେତୃତ୍ବ, ନୂଆ ଟିମ, ବିଜୟ ସମୀକରଣ ଓ ଚୁଡାନ୍ତ ଏକାଦଶ ଯାହା ହେଉନା କାହିଁକି କ୍ରିକେଟ ପ୍ରେମୀଙ୍କୁ କ୍ରିକେଟର ଏହି ବଡ ଉତ୍ସବରେ ଭରପୁର ମନୋରଞ୍ଜନ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.