ମୁମ୍ବାଇ: ଚଳିତ ଆଇପିଏଲରେ ନୂଆ କରି ସାମିଲ ହୋଇଥିବା ଲକ୍ଷ୍ନୌ ସୁପରଜାଏଣ୍ଟସ ଦଳ ଫୁଲ ଫର୍ମରେ ଅଛି । ପ୍ରଥମ ମ୍ୟାଚ ହାରିବା ପରେ ଗୋଟିଏ ପରେ ଗୋଟିଏ ମ୍ୟାଚ ଜିତିବାକୁ ଲାଗିଛି । ଗୁରୁବାର ଦିଲ୍ଲୀ ବିପକ୍ଷରେ ବିଜୟ ପରେ ଦୁଇ ପ୍ଲେୟାର ରବି ବିଷ୍ଣୋଇ ଓ କେ କ୍ରୀଷ୍ଣାପ୍ପା ଗୌତମ ପରସ୍ପର ବାର୍ତ୍ତାଳପ କରିଛନ୍ତି । ବିଜୟକୁ ପରସ୍ପର ସମ୍ପର୍କୀୟଙ୍କୁ ଉତ୍ସର୍ଗ କରିଛନ୍ତି ।
ଦିଲ୍ଲୀର ଦୁଇଟି ବଡ ୱିକେଟ ପୃଥୀ ଶ’ ଓ ପାୱେଲଙ୍କ ୱିକେଟ ନେଇଥିଲେ । କେତେବେଳ ବି ଏ ଦୁହେଁ ଗେମ ଚେଞ୍ଜ କରିପାରିଥାନ୍ତେ । ଏ ଦୁଇ ୱିକେଟ ଦଳ ପାଇଁ ସହଯୋଗୀ ହୋଇଥିଲା । ଫଳରେ ଦଳ କମବ୍ୟାକ କରିଥିଲା । ସେହିପରି କ୍ରୀଷ୍ଣାପ୍ପା ଗୌତମ ୱାର୍ଣ୍ଣରଙ୍କୁ ଆଉଟ କରିଥିଲେ । ଚାପ ଭିତରେ ଭଲ ପ୍ରଦର୍ଶନ କରିଥିଲେ । ଏହି ବିଜୟ ଶ୍ରେୟ ଗୌତମ ତାଙ୍କ ଝିଅ ଓ ପରିବାରକୁ ଉତ୍ସର୍ଗ କରିଛନ୍ତି ।
ପ୍ରକାଶ ଥାଉ କି, ଡିୱାଇ ପାଟିଲ ଷ୍ଟାଡିୟମରେ ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର ପଞ୍ଚଦଶ ମ୍ୟାଚ୍ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା । ଯାହାକୁ 6 ୱିକେଟରେ ଜିତି ତୃତୀୟ ବିଜୟ ହାସଲ କରିଛି ଦଳ ।