ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ (IPL 2022) 63ତମ ଲିଗ ମ୍ୟାଚରେ ବିଜୟ ହାସଲ କରି ନେଇଛି ରାଜସ୍ଥାନ ରୟାଲ୍ସ(RR) । ଲକ୍ଷ୍ନୌ ସୁପରଜିଆଣ୍ଟ୍ସକୁ 24 ରନରେ ପରାସ୍ତ କରିଛି ରାଜସ୍ଥାନ । ବିଜୟ ସହ ପଏଣ୍ଟ ଟେବୁଲ ଦ୍ବିତୀୟ ସ୍ଥାନ ଦଖଲ କରିବା ସହ ପ୍ଲେ-ଅଫ୍ରେ ଏକପ୍ରକାର ସ୍ଥାନ ପକ୍କା କରିଛି ଦଳ । ରାଜସ୍ଥାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଆଉ ଏହା ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହେଲା । ଓପନର ଜସ୍ ବଟଲର ଓ ଯଶସ୍ବୀ ଜୟଶ୍ବାଲ ପାଳି ଆରମ୍ଭ କରିଥିଲେ । ବଟଲର ବ୍ୟାଟିଂରେ ବିଫଳ ହୋଇଥିଲେ ମାତ୍ର 2 ରନ କରି ଶୀଘ୍ର ପାଭିଲିୟନ ଫେରିଥିଲେ ।
-
.@rajasthanroyals return to winning ways! 👏 👏@IamSanjuSamson & Co. register their 8⃣th victory of the season as they beat #LSG by 24 runs. 👍 👍
— IndianPremierLeague (@IPL) May 15, 2022 " class="align-text-top noRightClick twitterSection" data="
Scorecard 👉 https://t.co/9jNdVDnQqB#TATAIPL | #LSGvRR pic.twitter.com/9vA9lVStm5
">.@rajasthanroyals return to winning ways! 👏 👏@IamSanjuSamson & Co. register their 8⃣th victory of the season as they beat #LSG by 24 runs. 👍 👍
— IndianPremierLeague (@IPL) May 15, 2022
Scorecard 👉 https://t.co/9jNdVDnQqB#TATAIPL | #LSGvRR pic.twitter.com/9vA9lVStm5.@rajasthanroyals return to winning ways! 👏 👏@IamSanjuSamson & Co. register their 8⃣th victory of the season as they beat #LSG by 24 runs. 👍 👍
— IndianPremierLeague (@IPL) May 15, 2022
Scorecard 👉 https://t.co/9jNdVDnQqB#TATAIPL | #LSGvRR pic.twitter.com/9vA9lVStm5
ଏହାପରେ ଅଧିନାୟକ ସଞ୍ଜୁ ସାମସନ ଓ ୟସଶ୍ବୀ ଜୟଶ୍ବାଲ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଦ୍ବିତୀୟ ୱିକେଟ ବେଳକୁ ଦଳୀୟ ସ୍କୋର 75ରେ ପହଞ୍ଚିଥିଲା । ଜୈସ୍ବାଲ ୨୯ ବଲ୍ରେ ଗୋଟିଏ ଛକା ଓ ୪ଟି ଚୌକା ସହ ସର୍ବାଧିକ ୪୧ ରନ କରିଥିଲେ । ଏହାପରେ ଦେବଦତ୍ତ ପଡିକ୍କଲ ୧୮ ବଲ୍ରେ ୨ଟି ଛକା ଓ ୫ଟି ଚୌକା ସହ ୩୯ ରନ୍ କରିଛନ୍ତି । କ୍ୟାପଟେନ ସଞ୍ଜୁ ସାମସନ ୨୪ ବଲ୍ରେ ୬ଟି ଚୌକା ସହ ୩୨ ରନ କରି ଆଉଟ ହୋଇଥିଲେ ।
ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୬ ୱିକେଟ ହରାଇ ମୋଟ ୧୭୮ ରନ କରିଥିଲା । ସୁପରଜିଆଣ୍ଟ୍ସକୁ 179ରନ ବିଜୟ ଲକ୍ଷ୍ୟ ଦେଇଥିଲା ରୟାଲ୍ସ । ସେପଟେ ଲକ୍ଷ୍ନୌ ବୋଲରଙ୍କ ମଧ୍ୟରେ ରବି ବିଷ୍ଣୋଇ ୪ ଓଭର ବୋଲିଂ କରି ସର୍ବାଧିକ ୨ଟି ୱିକେଟ ନେଇଥିବା ବେଳେ ଆଭେଶ ଖାନ, ଜେସନ ହୋଲ୍ଡର, ଆୟୁଷ ବଦୋନି ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।
179 ବିଜୟ ଲକ୍ଷ୍ୟ ପିଛା କରି ଲକ୍ଷ୍ନୌ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର 29ରନରେ ଦଳର 3ଟି ୱିକେଟ ପତନ ହୋଇଥିଲା । ଓପନର କ୍ବିଣ୍ଟନ ଡି' କକ 7, ଅଧିନାୟକ ଲୋକେଶ ରାହୁଲ 10 ଓ ଆୟୁଷ ବଦୋନି ଖାତା ଖୋଲି ନପାରି ପାଭିଲିୟନ ଫେରିଥିଲେ । ଦୀପକ ହୁଡା ଓ କୃନାଲ ପାଣ୍ଡ୍ୟା ସତର୍କତାର ସହ ବ୍ୟାଟିଂ କରିଥିଲେ । ଦଳୀୟ ସ୍କୋର 94ର କୃନାଲ 25 ରନ କରି ଆଉଟ ହୋଇଥିଲେ । ପରେ ଦୀପକ ହୁଡା 33 ବଲରୁ 59 ରନ କରି ଆଉଟ ହୋଇଥିଲେ ।
ଏହାପରେ ଦଳର ପରାଜୟ ନିଶ୍ଚିନ୍ତ ହୋଇଯାଇଥିଲା । ପରେ ପରେ ଜାସନ ହୋଲ୍ଡର 1 ଓ ଦୁଷ୍ମନ୍ତ ଚାମୀରା ଖାତା ନଖୋଲି ଆଉଟ ହୋଇଥିଲେ। ଅଲରାଉଣ୍ଡର ମାର୍କସ ଷ୍ଟଇନିସ (27) ଦର୍ଶନୀୟ ସଟ୍ ଖେଳିଥିଲେ ହେଲେ ତାହା ବିଜୟ ପାଇଁ ଯଥେଷ୍ଟ ନଥିଲା । ସୁପରଜିଆଣ୍ଟ୍ସର 8 ୱିକେଟ ହରାଇ 154 କରିବାକୁ ସକ୍ଷମ ହୋଇଥିଲା । 13ଟି ମ୍ୟାଚ ଖେଳି 8ଟି ବିଜୟ ସହ ମୋଟ 16 ପଏଣ୍ଟ ହାସଲ କରି ରାଜସ୍ଥାନ ଟେବୁଲ ଦ୍ବିତୀୟ ସ୍ଥାନରେ ରହିଛି ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ