ETV Bharat / sports

IPL 2022: ଶେଷ ଲିଗ ମ୍ୟାଚ ଜିତିଲା ପଞ୍ଜାବ କିଙ୍ଗ୍ସ - ପଞ୍ଜାବ ବନାମ ହାଇଦ୍ରାବାଦ

ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର ଶେଷ ତଥା 70ତମ ଲିଗ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିଥିଲେ । ମ୍ୟାଚରେ ହାଇଦ୍ରାବାଦକୁ 5 ୱିକେଟରେ ହରାଇ 14 ପଏଣ୍ଟ ସହ ଅଭିଯାନ ଶେଷ କରିଛି କିଙ୍ଗ୍ସ । ଅଧିକ ପଢନ୍ତୁ

ଶେଷ ଲିଗ ମ୍ୟାଚ ଜିତିଲା ପଞ୍ଜାବ କିଙ୍ଗ୍ସ
ଶେଷ ଲିଗ ମ୍ୟାଚ ଜିତିଲା ପଞ୍ଜାବ କିଙ୍ଗ୍ସ
author img

By

Published : May 23, 2022, 8:18 AM IST

ମୁମ୍ବାଇ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର ଶେଷ ତଥା 70ତମ ଲିଗ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିଥିଲେ । ମ୍ୟାଚରେ ହାଇଦ୍ରାବାଦକୁ 5 ୱିକେଟରେ ହରାଇ 14 ପଏଣ୍ଟ ସହ ଅଭିଯାନ ଶେଷ କରିଛି କିଙ୍ଗ୍ସ । ଅନ୍ତିମ ଲିଗ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ପଞ୍ଜାବ ।

ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ 8 ୱିକେଟ ହରାଇ ୧୫୭ ରନ କରିଥିଲା । ଅଭିଷେକ ଶର୍ମା ସର୍ବାଧିକ ୪୩ ରନ୍‌ କରିଥିଲେ । ଅଭିଷେକ ୨ଟି ଛକା ଓ ୫ଟି ଚୌକା ସହ ସ୍କୋରବୋର୍ଡରେ ଏହି ରନ୍‌ ଯୋଡ଼ିଥିଲେ। ହାଇଦ୍ରାବାଦର ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ରୋମାରିଓ ସେଫର୍ଡ ୨ଟି ଲେଖାଏଁ ଚୌକା ଓ ଛକା ସହ ୧୫ ବଲ୍‌ ଖେଳି ୨୬ ରନ୍‌ କରିଥିଲେ । ୱାଶିଟନ ସୁନ୍ଦର ୧ଟି ଛକା ଓ ୩ଟି ଚୌକା ସାହାଯ୍ୟରେ ୧୯ ବଲ୍‌ ଖେଳି ୨୫ ରନ୍‌ ସଂଗ୍ରହ କରିଥିଲେ । ରାହୁଲ ତ୍ରିପାଠୀ 11 ବଲରେ 20 ରନରେ (1ଚୌକା, 1 ଛକା) ଆଉଟ ହୋଇଥିଲେ । ଦଳ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା । ସେଫର୍ଡ 2 ଚୌକା ଓ 2 ଛକା ବଳରେ ଅପରାଜିତ 26 ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାରକ୍ରମ 21, ନିକୋଲାସ ପୂରନ 5 ଓ ଭୁବନେଶ୍ବର କୁମାର 1 ରନ କରିଥିଲେ । ପଞ୍ଜାବକୁ 158 ରନ ଟାର୍ଗେଟ ଦେଇଥିଲା ହାଇଦ୍ରାବାଦ ।

ଜବାବରେ ପଞ୍ଜାବ କିଙ୍ଗ୍ସର ଦୁଇ ଓପନର ଜନି ବେୟାରଷ୍ଟୋ ଓ ଶିଖର ଧାୱନ ପାଳି ଆରମ୍ଭ କରିଥିଲେ । ବେୟାରଷ୍ଟୋ 5 ଚୌକା ବଳରେ 23 ରନ କରି ପ୍ରଥମେ ଆଉଟ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଶାହାରୁଖ ଖାନ ଧାୱନଙ୍କ ସହିତ ମିଶି ସ୍ଥିତି ସମ୍ଭାଳିଥିଲେ । ଶାହରୁଖ (19) ରନ କରି ଆଉଟ ହେବା ପରେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଧାୱନ 39 ରନ କରି ପାଭିଲିୟନ ଫେରିଥିଲେ । ଲାଏମ ଲିଭିଙ୍ଗଷ୍ଟୋନ ବିସ୍ଫୋରକ ବ୍ୟାଟିଂ ଜାରି ରଖି ଦଳକୁ ବିଜୟୀ କରାଇଥିଲେ । ସେ 22 ବଲରେ 49 ରନ ସଂଗ୍ରହ କରିଥିଲେ । ପଞ୍ଜାବ 15.1 ଓଭରରେ 5 ୱିକେଟ ହରାଇ ଆବଶ୍ୟକୀୟ ରନ ସଂଗ୍ରହ କରି ନେଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମୟଙ୍ଗ ଅଗ୍ରୱାଲ 1, ଜିତେଶ ଶର୍ମା 19 ଓ ପ୍ରେରକ ଅପରାଜିତ 4 ରନ କରିଥିଲେ । ସଫଳ ବୋଲିଂ ପାଇଁ ହରପ୍ରୀତ ବ୍ରାର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.