ETV Bharat / sports

IPL 2022 Auction: ସାର୍ଦୁଲଙ୍କୁ ୧୦ କୋଟିରେ କିଣିଲା ଦିଲ୍ଲୀ

author img

By

Published : Feb 13, 2022, 12:47 PM IST

Updated : Feb 13, 2022, 1:17 PM IST

ପଞ୍ଜାବ କିଙ୍ଗସ, ଗୁଜୁରାଟ ଟାଇଟନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ କିଣିବା ପାଇଁ ଜୋରଜାର ପ୍ରତିନ୍ଦ୍ବନ୍ଦ୍ବିତା କରିଥିଲେ । ଶେଷରେ ଦିଲ୍ଲୀ କ୍ୟାପିଟାଲ୍ସ ୧୦ କୋଟି ୭୫ ଲକ୍ଷ୍ୟରେ ସାର୍ଦୁଳଙ୍କୁ କିଣିଥିଲା । ଅଧିକ ପଢନ୍ତୁ

ସାର୍ଦୁଲଙ୍କୁ ୧୦ କୋଟିରେ କିଣିଲା ଦିଲ୍ଲୀ
ସାର୍ଦୁଲଙ୍କୁ ୧୦ କୋଟିରେ କିଣିଲା ଦିଲ୍ଲୀ

ବେଙ୍ଗାଲୁରୁ: ଅନ୍ତର୍ଜାତୀୟ ପଦାର୍ପଣ ଦିନଠୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ସାର୍ଦୁଳ ଠାକୁରଙ୍କୁ ନେଇ ନିଲାମି ଟକ୍କର ଦେଖିବାକୁ ମିଳିଥିଲା । ସାର୍ଦୁଳ ଠାକୁରଙ୍କ ବେସ ପ୍ରାଇସ ୨ କୋଟି ରହିଥିଲା । ପଞ୍ଜାବ କିଙ୍ଗସ, ଗୁଜୁରାଟ ଟାଇଟନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ କିଣିବା ପାଇଁ ଜୋରଜାର ପ୍ରତିନ୍ଦ୍ବନ୍ଦ୍ବିତା କରିଥିଲେ । ଶେଷରେ ଦିଲ୍ଲୀ କ୍ୟାପିଟାଲ୍ସ ୧୦ କୋଟି ୭୫ ଲକ୍ଷ୍ୟରେ ସାର୍ଦୁଳଙ୍କୁ କିଣିଥିଲା ।

ପ୍ରାରମ୍ଭରୁ ଚେନ୍ନାଇ ସୁପରକିଙ୍ଗସ ଡାକ ଲଗାଇନଥିଲା । ମୁଲଚାଲ ମଧ୍ୟରେ ଠାକୁରଙ୍କ ମୂଲ୍ୟ ୬ କୋଟିରେ ପହଞ୍ଚିଥିଲା । ଏହାପରେ ସୁପରକିଙ୍ଗସର ପ୍ରବେଶ ହୋଇଥିଲା । ସିଏସକେ, ଦିଲ୍ଲୀ ଓ ପଞ୍ଜାବ ମଧ୍ୟରେ ଲଢେଇ ଚାଲିଥିଲା । ଶେଷରେ ଦିଲ୍ଲୀ ୧୦ କୋଟି ୭୫ ଲକ୍ଷ ଡାକ ଦେଇଥିଲା । ସିଏସକେ ଆଉ ପଞ୍ଜାବ ଆଗକୁ ବଢି ପାରି ନଥିଲେ । ଫଳରେ ସାର୍ଦୁଳଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ କିଣିବାରେ ସଫଳ ହୋଇଥିଲା ।

ପ୍ରକାଶ ଥାଉ କି, ପ୍ରଥମ ଦିନରେ ୭୪ ଜଣ ଖେଳାଳି ବିକ୍ରି ହୋଇଛନ୍ତି । ୧୦ ଫ୍ରାଞ୍ଚାଇଜ ମୋଟ ୩,୮୮, ୧୦,୦୦,୦୦୦ କୋଟି ଟଙ୍କାରେ ଖେଳାଳିଙ୍କୁ କ୍ରୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Feb 13, 2022, 1:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.