ETV Bharat / sports

IPL 2022: ଆଜି ଶ୍ରେୟସ-ଡୁ ପ୍ଲେସି ଫାଇଟ, ପ୍ରଥମ ବିଜୟ ଲକ୍ଷ୍ୟରେ RCB

ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯିବାକୁ ଥିବା ମ୍ୟାଚରେ କୋଲକତା ନାଇଟ ରାଇଡର୍ସ ଓ ରାୟଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

author img

By

Published : Mar 30, 2022, 8:30 AM IST

ଆଜି ଶ୍ରେୟସ- ଡୁ ପ୍ଲେସି ମୁକାବିଲ
ଆଜି ଶ୍ରେୟସ- ଡୁ ପ୍ଲେସି ମୁକାବିଲ

ମୁମ୍ବାଇ: ଚଳିତ ଆଇପିଏଲ ସଂସ୍କରଣରେ ଆଜି (ବୁଧବାର) ଷଷ୍ଠ ଲିଗ ମ୍ୟାଚ ଖେଳାଯିବ । ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯିବାକୁ ଥିବା ମ୍ୟାଚରେ କୋଲକତା ନାଇଟ ରାଇଡର୍ସ ଓ ରାୟଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ପରସ୍ପରକୁ ଭେଟିବେ । ପ୍ରଥମ ମ୍ୟାଚରେ ଚେନ୍ନାଇକୁ ହରାଇ ବିଜୟ ସ୍ବାଦ ଚାଖିଥିବା କେକେଆର ତାର ବିଜୟ ଧାରା ଜାରି ରଖିବାକୁ ଲକ୍ଷ୍ୟ ରଖିଥିବା ବେଳେ ପ୍ରଥମ ବିଜୟ ହାସଲ ଲକ୍ଷ୍ୟରେ ରହିଛି ଆରସିବି ।

ଆଜିର ମ୍ୟାଚରେ ଆଉ ଏକ ଅଲରାଉଣ୍ଡର ପ୍ରଦର୍ଶନ କରି ବିଜୟ ଧାରା ବଜାୟ ରଖିବାକୁ ପ୍ରୟାସ କରିବ କେକେଆର । କୋଲକାତାର ବୋଲିଂ ବିଭାଗ ବେଶ ସନ୍ତୁଳିତ ରହିଛି । ବିଶେଷ କରି ଦୁଇ ଓପନର ସୁନିଲ ନାରାଏନ ଓ ବରୁଣ ଚକ୍ରବର୍ତ୍ତୀ ଘାତକ ସାବ୍ୟସ୍ତ ହୋଇପାରନ୍ତି । ଦଳ ପକ୍ଷରୁ ଅଭିଜ୍ଞ ଖେଳାଳି ପାଳି ଆରମ୍ଭ କରିବେ । ନାଇଟ ରାଇଡର୍ସର ବ୍ୟାଟିଂ ବିଭାଗ ମଧ୍ୟ ଶକ୍ତିଶାଳୀ ରହିଛି । ମଧ୍ୟଭାଗରେ ଆନ୍ଦ୍ରେ ରସେଲ, ଶ୍ରେୟସ ଆୟରଙ୍କ ଭଳି ବିସ୍ଫୋରକ ବ୍ୟାଟ୍ସମ୍ୟାନ ରହିଛନ୍ତି । ତେବେ ଆଜିର ମ୍ୟାଚକୁ ନିଶ୍ଚିନ୍ତ ଜିତିବା ଲକ୍ଷ୍ୟରେ ଫୁଲ ପ୍ରସ୍ତୁତ ରହିଛି କେକେଆର ।

ସେପଟେ ଆରସିବି ତାର ପ୍ରଥମ ମ୍ୟାଚରେ ୨୦୫ ରନ ବିଶାଳ ସ୍କୋର କରିବା ପରେ ବି ପଞ୍ଜାବଠୁ ୫ ୱିକେଟରେ ପରାସ୍ତ ହୋଇଥିଲା । ଫିଲ୍ଡିଂ ଓ ବୋଲିଂରେ ଖରାପ ପ୍ରଦର୍ଶନ ପାଇଁ ଦଳକୁ ଦଶା ଭୋଗିବାକୁ ପଡିଥିଲା । ଆଜିର ମ୍ୟାଚରେ ପୂର୍ବ ତ୍ରୁଟିକୁ ସୁଧାରିବା ଦଳ ପାଇଁ ଜରୁରୀ । ଅଧିନାୟକ ଫାଫ ଡୁ ପ୍ଲେସି, ବିରାଟ କୋହଲି, ଦିନେଶ କାର୍ତ୍ତିକ ପ୍ରମୁଖ ଶ୍ରେଷ୍ଠ ଫର୍ମରେ ରହିଛନ୍ତି । ଭଲ ପ୍ରଦର୍ଶନ କଲେ ଆରସିବି ପାଇଁ ବିଜୟ ସମ୍ଭବ ହୋଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.