ETV Bharat / sports

IPL 2022: ଶେଷ ସମ୍ବୋଧନ ବେଳେ ଭାବବିହ୍ବଳ ହେଲେ ବିଦାୟୀ KKR କୋଚ୍‌ ମାକ୍ୟୁଲମ - କୋଲକାତା ନାଇଟ ରାଇଡର୍ସ କୋଚ୍‌ ବିଦାୟ

ମାକ୍ୟୁଲମଙ୍କର ୩ ବର୍ଷ ପାଇଁ KKR ଫ୍ରାଞ୍ଚାଇଜର ମୁଖ୍ୟ କୋଚ୍‌ କାର୍ଯ୍ୟକାଳ ରହିଥିଲା । ଏବେ ସେ KKR କ୍ୟାମ୍ପ୍‌ ଛାଡିବା ସହ ଇଂଲଣ୍ଡ ଟେଷ୍ଟ ଟିମର ମୁଖ୍ୟ କୋଚ୍‌ ଭାବେ ଜୁନ୍‌ରୁ ଯୋଗଦେବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

IPL 2022: kKR's outgoing head coach Brendon McCullum addresses KKR stars in emotional farewell speech
IPL 2022: ଶେଷ ସମ୍ବୋଧନ ବେଳେ ଭାବବିହ୍ବଳ ହେଲେ ବିଦାୟୀ KKR କୋଚ୍‌ ମାକ୍ୟୁଲମ
author img

By

Published : May 20, 2022, 1:56 PM IST

ମୁମ୍ବାଇ: ଶେଷ ପର୍ଯ୍ୟାୟରେ ବିଶ୍ବର ବିତ୍ତଶାଳୀ ଟି୨୦ ଲିଗ୍‌ ଇଣ୍ଡିଆନ ପ୍ରିମିୟର ଲିଗର ୧୦ତମ ସଂସ୍କରଣ(IPL 2022) । ଲିଗ ପର୍ଯ୍ୟାୟ ମ୍ୟାଚ୍‌ ଶେଷ ହେବାକୁ ଯାଉଥିବାବେଳେ ପ୍ଲେ-ଅଫ୍‌ ଚିତ୍ର ଖୁବଶୀଘ୍ର ସ୍ପଷ୍ଟ ହେବ । ଆଇପିଏଲ ଟୁର୍ଣ୍ଣାମେଣ୍ଟର ସଫଳ ଟିମ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପରକିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ ପ୍ଲେ-ଅଫ୍‌ ରେସ୍‌ରୁ ବାଦ୍‌ ପଡିସାରିଛନ୍ତି । ପଞ୍ଜାବ କିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ପ୍ଲେ-ଅଫ୍‌ରୁ ବାହାର ହୋଇସାରିଛନ୍ତି । ୧୦ ଟିମ ବିଶିଷ୍ଟ ଟୁର୍ଣ୍ଣାମେଣ୍ଟରେ ଷଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଥିବା କୋଲକାତା ନାଇଟ ରାଇଡର୍ସର(KKR) ବିଦାୟୀ ମୁଖ୍ୟ କୋଚ୍‌ ବ୍ରେଣ୍ଡନ ମାକ୍ୟୁଲମ ଟିମର ସାଥୀ ଖେଳାଳି ଓ ଅବଶିଷ୍ଟ ସପୋର୍ଟ ଷ୍ଟାଫ ସଦସ୍ୟଙ୍କୁ ବିଦାୟକାଳୀନ ସମ୍ବୋଧନ କରିଛନ୍ତି ।

ମାକ୍ୟୁଲମଙ୍କର ୩ ବର୍ଷ ପାଇଁ KKR ଫ୍ରାଞ୍ଚାଇଜର ମୁଖ୍ୟ କୋଚ୍‌ କାର୍ଯ୍ୟକାଳ ରହିଥିଲା । ଏବେ ସେ KKR କ୍ୟାମ୍ପ୍‌ ଛାଡିବା ସହ ଇଂଲଣ୍ଡ ଟେଷ୍ଟ ଟିମର ମୁଖ୍ୟ କୋଚ୍‌ ଭାବେ ଜୁନ୍‌ରୁ ଯୋଗଦେବାକୁ ଯାଉଛନ୍ତି । କୋଲକାତା ନାଇଟ ରାଇଡର୍ସର ଜଣେ ଷ୍ଟାର ଖେଳାଳି ଭାବେ ସ୍ମରଣୀୟ ସ୍ମୃତି ସାଉଁଟିଥିବା ବ୍ରେଣ୍ଡନ ମାକ୍ୟୁଲମ ବର୍ଷ ୨୦୧୯ରେ ମୁଖ୍ୟ କୋଚ୍‌ ଭାର ସମ୍ଭାଳିଥିଲେ । ନିଜର ପ୍ରଥମ କୋଚ୍‌ କାର୍ଯ୍ୟକାଳରେ ପୂର୍ବତନ ଚାମ୍ପିୟନ ଟିମ ପଞ୍ଚମ ସ୍ଥାନରେ ରହିଥିଲା । ମାତ୍ର KKR ମାକ୍ୟୁଲମଙ୍କ ଭୟମୁକ୍ତ ଶୈଳୀକୁ ଆପଣାଇଥିଲା । IPL 2021 ସଂସ୍କରଣର ପ୍ରଥମାର୍ଦ୍ଧରେ ନୈରାଶାଜନକ ପ୍ରଦର୍ଶନ ସତ୍ତ୍ବେ, KKR ଜବରଦସ୍ତ ଲଢୁଆ ପ୍ରଦର୍ଶନ କରିଥିଲା ଓ ଫାଇନାଲରେ ପହଞ୍ଚିଥିଲା ।

ମାକ୍ୟୁଲମଙ୍କୁ ନୂଆ ଅଧିନାୟକ ଭାବେ IPL 2022ରେ ଶ୍ରେୟସ ଆୟରଙ୍କ ସାଥ୍‌ ମିଳିଥିଲା । ଟୁର୍ଣ୍ଣାମେଣ୍ଟରେ ଟିମ କିଛି ଚମତ୍କାର ପ୍ରଦର୍ଶନ ସହ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ କରି ମିଶ୍ରିତ ପ୍ରଦର୍ଶନ କରିଥିଲା । ମାତ୍ର ପ୍ଲେ-ଅଫ୍‌ ଖେଳିବାକୁ ବାଦ୍‌ ପଡିବାପରେ ମାକ୍ୟୁଲମ ନିଜର କୋଚ୍‌ କାର୍ଯ୍ୟକାଳ ଶେଷ କରିଛନ୍ତି ।

ନିଜର ବିଦାୟକାଳୀନ ବାର୍ତ୍ତାରେ କିୱି କିମ୍ବଦନ୍ତୀ କ୍ରିକେଟର ମାକ୍ୟୁଲମ, CEO ଭେଙ୍କି ମାଇସୋରଙ୍କୁ ଧନ୍ୟବାଦ ଜଣାଇବା ସହ, KKR ଭଳି ସଫଳତମ ଫ୍ରାଞ୍ଚାଇଜର କୋଚ୍‌ ଦାୟିତ୍ବ ତିନିବର୍ଷ ପର୍ଯ୍ୟନ୍ତ ମିଲିଥିବାରୁ ଭାଗ୍ୟବାନ ବୋଲି କହିଛନ୍ତି । KKR ପକ୍ଷରୁ ସେୟାର କରାଯାଇଥିବା ଏକ ଭିଡିଓରେ ମାକ୍ୟୁଲମ କହିଛନ୍ତି, ଭେଙ୍କିଙ୍କୁ ଅନେତ ଧନ୍ୟବାଦ,"ତିନିବର୍ଷ ତଳେ ମୋତେ କୋଚ୍‌ ଦାୟିତ୍ବ ଦେଇଥିଲେ । ସେବେଠାରୁ ପ୍ରତ୍ୟେକ ମୂହୂର୍ତ୍ତ ମୋର ଏଠାରେ ଶିକ୍ଷଣୀୟ ଓ ସୁନ୍ଦର ଅନୁଭବ ରହିଛି । ଆହ୍ବାନପୂର୍ଣ୍ଣ ଓ କଠିନ ସମୟ ମଧ୍ୟ ଅନେକ କିଛି ଶିଖାଇଛି ।"

ସେହିପରି ଯୁବ ଖେଳାଳିଙ୍କୁ ସମ୍ବୋଧନ ବେଳେ ଭାବବିହ୍ବଳ ହୋଇଥିଲେ ମାକ୍ୟୁଲମ । କହିଥିଲେ, "ସମସ୍ତଙ୍କୁ ବହୁତ ଭଲପାଏ । ମୁଁ ଜାଣିଛି ଯେ ଏହି ସଂସ୍କରଣ ଆମର ସେମିତି ହେଲାନାହିଁ ଯାହା ଆମେ ଚାହୁଁଥିଲେ । କିନ୍ତୁ ସମସ୍ତଙ୍କର ପ୍ରୟାସ ଓ ପ୍ରଦର୍ଶନ ପ୍ରଶଂସନୀୟ । କ୍ରିକେଟ ପାଇଁ ମୋ ଶୈଳୀର କୋଚିଂର ଆବଶ୍ୟକତା ନଥାଇପାରେ, ମାତ୍ର ଏହା ବ୍ୟକ୍ତିଗତ ଜୀବନ ଓ ସଂପର୍କ ଉପରେ ଆତ୍ମବିଶ୍ବାସ ଯୋଗାଇବ ବୋଲି ବିଶ୍ବାସ । ମୁଁ ଅନୁଭବ କରିଛି ତୁମକୁ ସହଯୋଗ କରିବାକୁ ମୋତେ ପ୍ରତି ସମୟରେ ବିଶ୍ବାସ ଦେଖାଇଛ । ଯାହା କିଛି ବି ଘଟିଛି, ଏଠାରେ ମୋର ସଂଖ୍ୟା ରହିଛି । ସେଥିପାଇଁ ମୁକ୍ତ ଭାବେ ନିର୍ଭୟ ହୋଇ ଜୀବନର କୌଣସି ପର୍ଯ୍ୟାୟରେ ମୋତେ ସଂପର୍କ କରିପାରିବ । ମୁଁ ସର୍ବଦା ତୁମ ସମସ୍ତଙ୍କର କ୍ୟାରିୟର ଓ ଫ୍ରାଞ୍ଚାଇଜର ସଫଳତାକୁ ଫଲୋ କରିବି ।"

ଶେଷରେ ମାକ୍ୟୁଲମ କ୍ୟାପଟେନ ଆୟରଙ୍କ ପାଇଁ ସ୍ପେଶାଲ କଥା କହିଥିଲେ ଯେ, ସ୍କିପର, ଏହା ତୁମର ଫ୍ରାଞ୍ଚାଇଜ, ଏହାକୁ ଏବେ ତୁମକୁ ଲାଗିଲା । ଅନେକ ଶୁଭେଚ୍ଛା । ମାକ୍ୟୁଲମ ଚଳିତ ମାସ ଶେଷ ଭାଗରେ ଇଂଲଣ୍ଡର ମୁଖ୍ୟ କୋଚ୍‌ ଭାର ଗ୍ରହଣ କରିବାକୁ ଯାଉଛନ୍ତି । ଜୁନ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଇଂଲିସ ଟିମ ପ୍ରସ୍ତୁତି ଆରମ୍ଭ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.