ETV Bharat / sports

IPL 2022: ଫିଟନେସ ଟେଷ୍ଟରେ ପାସ୍ ପାଣ୍ଡ୍ୟା, ଖେଳିବାକୁ NCAର ସିଗନାଲ

author img

By

Published : Mar 17, 2022, 8:49 AM IST

ଗୁଜୁରାଟ ଟାଇଟନ୍ସ ଦଳର ନବ ନିଯୁକ୍ତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଫିଟନେସ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏନସିଏ ତାଙ୍କୁ ଆଇପିଏଲ ଖେଳିବାକୁ ଗ୍ରୀନ ସିଗନାଲ ଦେଇଛି । ଅଧିକ ପଢନ୍ତୁ

ଫିଟନେସ ଟେଷ୍ଟରେ ପାସ୍ ପାଣ୍ଡ୍ୟା
ଫିଟନେସ ଟେଷ୍ଟରେ ପାସ୍ ପାଣ୍ଡ୍ୟା

ନୂଆଦିଲ୍ଲୀ: ଗୁଜୁରାଟ ଟାଇଟନ୍ସ ଫ୍ୟାନଙ୍କୁ ବଡ ଆଶ୍ବସ୍ତି । ଗୁଜୁରାଟ ଟାଇଟନ୍ସ ଦଳର ନବ ନିଯୁକ୍ତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଫିଟନେସ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏନସିଏ ତାଙ୍କୁ ଆଇପିଏଲ ଖେଳିବାକୁ ଗ୍ରୀନ ସିଗନାଲ ଦେଇଛି । ଆହତ ସମସ୍ୟା ପାଇଁ ଦୀର୍ଘ ଦିନ ହେବ ଭାରତୀୟ ଟିମରୁ ବାଦ ପଡିଥିଲେ । ପୂର୍ବ ବର୍ଷ ଅନୁଷ୍ଠିତ ଟି-ଟ୍ବେଣ୍ଟି ବିଶ୍ବକପରେ ପାଣ୍ଡ୍ୟା ଖେଳିଥିଲେ । ଏହା ପରଠୁ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିନାହିଁ ।

ବିସିସିଆର ବାର୍ଷିକ ଚୁକ୍ତିବଦ୍ଧ ଖେଳାଳି ହୋଇଥିବାରୁ ଆଇପିଏଲ ପୂର୍ବରୁ ପାଣ୍ଡ୍ୟାଙ୍କୁ ଏନସିଏରେ ଫିଟନେସ ପରୀକ୍ଷା ଦେବାକୁ ନିର୍ଦ୍ଦେଶ ହୋଇଥିଲା । ଏନସିଏରେ ପାଣ୍ଡ୍ୟା ଦୀର୍ଘ ସମୟ ଧରି ବୋଲିଂ କରିଥିଲେ । ନିୟମିତ ଭାବେ ୧୩୫ କିମି ପ୍ରତି ଘଣ୍ଟା ବେଗରେ ବଲ ପକାଇଥିଲେ । ୟୋ ୟୋ ଟେଷ୍ଟରେ ଉତ୍ତୀର୍ଣ୍ଣ ହେବା ପାଇଁ ପାଣ୍ଡ୍ୟାଙ୍କୁ ପରିଶ୍ରମ କରିବାକୁ ପଡିଥିଲା । ଏହି ଟେଷ୍ଟରେ ସେ ୧୭ ପଏଣ୍ଟ ହାସଲ କରିଥିଲେ ।

୨୦୧୯ରେ ପାଣ୍ଡ୍ୟାଙ୍କ ପିଠିରେ ଅସ୍ତ୍ରୋପ୍ରଚାର ହୋଇଥିଲା । ଏହା ପରଠୁ ସେ ତାଙ୍କ ଦକ୍ଷତା ଅନୁସାରେ ବୋଲିଂ କରିବାକୁ ବିଫଳ ହୋଇଥିଲେ । ଗତ ୨ଟି ଆଇପିଏଲରେ ମୁମ୍ବାଇ ଇଣ୍ଡିୟାନ୍ସ ତାଙ୍କୁ ବୋଲିଂ କରାଇନଥିଲା । ଆଇପିଏଲ ମେଗା ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିୟାନ୍ସ ତାଙ୍କୁ ଦଳରୁ ବାଦ ଦେଇଥିଲା । ନୂଆ କରି ଆଇପିଏଲରେ ଦଳରେ ସାମିଲ ହୋଇଥିବା ଗୁଜୁରାଟ ଟାଇଟନ୍ସ ମେଗା ନିଲାମରେ ପାଣ୍ଡ୍ୟାଙ୍କୁ କିଣି ଅଧିନାୟକ ନିଯୁକ୍ତ କରିଥିଲା । ତେବେ ଆଇପିଏଲରେ ଦଳ ପାଇଁ ପାଣ୍ଡ୍ୟାଙ୍କ ରଣନୀତି ସହ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ ।

ସେପଟେ ମୁମ୍ବାଇ ରଣଜୀ ଟିମର ଅଧିନାୟକ ତଥା ଦିଲ୍ଲୀ କ୍ୟାପିଟାଲ୍ସର ପ୍ରମୁଖ ଓପନର ପୃଥ୍ବୀ ଶ' ୟୋ ୟୋ ଟେଷ୍ଟରେ ବିଫଳ ହୋଇଛନ୍ତି । ଫିଟନେସ ପରୀକ୍ଷାରେ ବିଫଳ ପରେ ବି ତାଙ୍କୁ ଏନସିଏ ଆଇପିଏଲ ଖେଳିବାକୁ ଅନୁମତି ଦେଇଛି । ପୃଥୀ ୟୋ ୟୋ ଟେଷ୍ଟରେ ୧୫ ପଏଣ୍ଟ ହାସଲ କରିଥିଲେ । ଭାରତର ବ୍ୟାଟିଂ ବିସ୍ମୟ ଭାବେ ଗଣା ହେଉଥିବା ପୃଥୀ ପୂର୍ବରୁ ବାରମ୍ବାର ଆହତ ସମସ୍ୟାର ସମ୍ମୁଖୀନ ପାଇଁ ଭାରତୀୟ ଦଳରୁ ବାଦ ପଡିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.