ETV Bharat / sports

IPL 2022: ରାଜସ୍ଥାନକୁ ହରାଇ ଫାଇନାଲରେ ଗୁଜୁରାଟ

author img

By

Published : May 25, 2022, 8:56 AM IST

ରାଜସ୍ଥାନ ରୟାଲ୍ସକୁ ହରାଇ ପଦାର୍ପଣ ଦଳରୁ ଫାଇନାଲରେ ପ୍ରଥମ ଦଳ ଭାବେ ପ୍ରବେଶ କରିଛି ଗୁଜୁରାଟ । ଡେଭିଡ ମିଲରଙ୍କ ବିସ୍ଫୋରକ ବ୍ୟାଟିଂକୁ ଆଧାର କରି ଅନୁଷ୍ଠିତ କ୍ବାଲିଫାୟର ମୁକାବିଲାରେ ରାଜସ୍ଥାନରୁ 7 ୱିକେଟରେ ପରାସ୍ତ କରିଛି ଗୁଜୁରାଟ । ଅଧିକ ପଢନ୍ତୁ

ଫାଇନାଲରେ ଗୁଜୁରାଟ
ଫାଇନାଲରେ ଗୁଜୁରାଟ

କୋଲକାତା: ଇଡେନ ଗାଡେନ୍‌ରେ ଖେଳାଯାଇଥିବା ପ୍ରଥମ କ୍ବାଲିଫାୟର ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛି ନବାଗତ ଗୁଜୁରାଟ ଟାଇଟାନ୍ସ । ରାଜସ୍ଥାନ ରୟାଲ୍ସକୁ ହରାଇ ପଦାର୍ପଣ ଦଳରୁ ଫାଇନାଲରେ ପ୍ରଥମ ଦଳ ଭାବେ ପ୍ରବେଶ କରିଛି ଗୁଜୁରାଟ । ଡେଭିଡ ମିଲରଙ୍କ ବିସ୍ଫୋରକ ବ୍ୟାଟିଂକୁ ଆଧାର କରି ଅନୁଷ୍ଠିତ କ୍ବାଲିଫାୟର ମୁକାବିଲାରେ ରାଜସ୍ଥାନରୁ 7 ୱିକେଟରେ ପରାସ୍ତ କରିଛି ଗୁଜୁରାଟ ।

ପ୍ରଥମେ ଟସ ଜିତି ରାଜସ୍ଥାନକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଟାଇଟନ୍ସ । ଇନିଂସ ଆରମ୍ଭରୁ ଶୃଙ୍ଖଳିତ ବୋଲିଂ କରିଥିଲା ଗୁଜୁରାଟ ବୋଲର । ମାତ୍ର ୧୧ ରନ୍‌ ଦଳୀୟ ସ୍କୋର୍‌ ବେଳେ ରାଜସ୍ଥାନ ପ୍ରଥମ ୱିକେଟ ହରାଇଥିଲା । ସେପଟେ ଓପନର ଜଶ ବଟଲର୍‌ ଆକ୍ରମକ ବ୍ୟାଟିଂ କରିଥିଲେ । ଏହାପରେ ଅଧିନାୟକ ସଞ୍ଜୁ ସାମସନ୍‌ ମଧ୍ୟ ବଡ଼ ସଟ୍‌ କରିଥିଲେ । ସାମସନ୍‌ ୨୬ଟି ବଲ୍‌ରୁ ଦ୍ରୁତ ୪୭ ରନ୍‌ କରି ଆଉଟ ହୋଇଥିଲେ । ବଟଲର 56 ବଲରେ 89 ରନର ଦମଦାର ଇନିଂସ ଖେଳିଥିଲେ ।

ଦେବଦତ୍ତ ପାଡିକଲ ମଧ୍ୟ କିଛି ସମୟ ପିଚ୍‌ରେ ବିତାଇବାକୁ ସକ୍ଷମ ହୋଇଥିଲେ ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ରାଜସ୍ଥାନ ଦଳ ୬ ୱିକେଟ ହରାଇ ୧୮୮ ରନ୍‌ କରିଥିଲା । ଗୁଜୁରାଟକୁ 189 ରନ ଟାର୍ଗେଟ ଦେଇଥିଲା ରାଜସ୍ଥାନ । ସେପଟେ ପ୍ରଥମରୁ ଭଲ ବୋଲିଂ କରିଥିବା ଗୁଜୁରାଟ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ମହମ୍ମଦ ସାମି ସର୍ବାଧିକ ୪ ଓଭର ବୋଲିଂ କରି ୪୩ ରନ୍‌ ଖର୍ଚ୍ଚ କରିଛନ୍ତି । ଦଳ ପକ୍ଷରୁ ସାମି, ୟଶ ଦୟାଲ, ହାର୍ଦ୍ଦିକ ପାଣ୍ଡ୍ୟା ଓ ସାଇ କିଶୋର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

189 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲେ ପାଣ୍ଡ୍ୟା ସେନା । ଆରମ୍ଭରୁ ରିଦ୍ଧିମାନ ଶାହା (0) ସଅଳ ପାଭିଲିୟନ ଫେରିଥିଲେ । ଓପନର ଶୁଭମନ ଗିଲ ଓ ମାଥ୍ୟୁ ୱେଡ ଆକ୍ରମଣାତ୍ମକ ବ୍ୟାଟିଂ କରି 72 ରନ ସଂଗ୍ରହ କରିଥିଲେ । ଗିଲ 35 ବଲରେ21 ରନ କରି ଆଉଟ ହୋଇଥିଲେ । ୱେଡ 30 ବଲରୁ 35 ରନ କରି ଦଳୀୟ ସ୍କୋର 85 ବେଳକୁ ଆଉଟ ହୋଇଥିଲେ । ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଡେଭିଡ ମିଲକ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଶେଷ ଓଭରରେ ବିଜୟ ପାଇଁ 16 ରନ ଆବଶ୍ୟକ ଥିଲା । ପ୍ରସିଦ୍ଧ କ୍ରିଷ୍ଣାଙ୍କ ଆଗରେ ଥିଲେ ମିଲର ।

କ୍ରିଷ୍ଣାଙ୍କ କୌଶଳକୁ ଫେଲ କରିଥିଲେ ମିଲର । ପ୍ରଥମ ବଲରେ ବିଶାଳ ଛକା ପରବର୍ତ୍ତୀ 2 ବଲକୁ ମଧ୍ୟ ଦର୍ଶକଙ୍କ ପାଖରେ ପହଞ୍ଚାଇଥିଲେ ମିଲର । 3ଟି ବଲ ବାକି ଥାଇ ଦଳ ବିଜୟ ହାସଲ କରିଥିଲା । ଉଭୟ 106 ରନର ଭାଗିଦାରୀ କରିଥିଲେ । ମିଲର 38 ବଲରୁ 3 ଚୌକା ଓ 5 ଛକା ବଳରେ 68 ରନ ସଂଗ୍ରହ କରିଥିଲେ । ପାଣ୍ଡ୍ୟା ଅପରାଜିତ 40 ରନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.