ETV Bharat / sports

IPL 2022: ଚେନ୍ନାଇକୁ 7 ୱିକେଟରେ ହରାଇଲା ଗୁଜୁରାଟ ଟାଇଟନ୍ସ

IPL 2022 62ତମ ମ୍ୟାଚରେ ଚେନ୍ନାଇକୁ ହରାଇଲା ଟେବୁଲ ଟପ୍ପର ଗୁଜୁରାଟ ଟାଇଟନ୍ସ । ଅଧିକ ପଢନ୍ତୁ

author img

By

Published : May 15, 2022, 7:19 PM IST

Updated : May 15, 2022, 8:20 PM IST

IPL 2022: ଚେନ୍ନାଇକୁ 7 ୱିକେଟରେ ହରାଇଲା ଗୁଜୁରାଟ ଟାଇଟନ୍ସ
IPL 2022: ଚେନ୍ନାଇକୁ 7 ୱିକେଟରେ ହରାଇଲା ଗୁଜୁରାଟ ଟାଇଟନ୍ସ

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ(IPL 2022) 62ତମ ମ୍ୟାଚ ଚେନ୍ନାଇ ସୁପରକିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଥିଲା । ଏଥିରେ ଟେବୁଲ ଟପ୍ପର ଗୁଜୁରାଟ ଟାଇଟନ୍ସ ବାଜିମାତ କରିନେଇଛି । 7 ୱିକେଟରେ ମ୍ୟାଚକୁ ଜିତିନେଇଛି ହାର୍ଦ୍ଧିକ ବାହିନୀ ।

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ଦଳ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ ହରାଇ 133 ରନ ସଂଗ୍ରହ କରିଥିଲା । ଜବାବରେ ଟାଇଟନ୍ସ ଟିମ୍ 19.1 ଓଭରରେ 3 ୱିକେଟ ହରାଇ 137 ରନ୍ କରି ମ୍ୟାଚକୁ ଜିତିନେଇଛି । ଦଳପକ୍ଷରୁ ରିଦ୍ଧିମାନ ଶାହା ସର୍ବାଧିକ 67 ରନ୍ କରି ଥିବାବେଳେ ମାଥ୍ୟୁ ୱାଦେ 20, ଶୁଭମନ ଗିଲ 18, ହାର୍ଦ୍ଧିକ ପାଣ୍ଡ୍ୟା 7 ଏବଂ ଡେଭିଡ ମିଲର ଅପରାଜିତ 15 ରନ୍ କରିଥିଲେ ।

ସେପଟେ ଚେନ୍ନାଇ ପକ୍ଷରୁ କେବଳ ଋତୁରାଜ ଗାଏକ୍ବାଡଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ଖେଳାଳୀ ଭଲ ପ୍ରଦର୍ଶନ କରିପାରି ନ ଥିଲେ । ଆରମ୍ଭରୁ ମହମ୍ମଦ ଶାମିଙ୍କ ଶିକାର ହୋଇଥିଲେ କନୱେ । ଏହାପରେ ମୋଇନ ଅଲ୍ଲି ଏବଂ ଗାଏକ୍ବାଡ ସତର୍କ ପାଳି ଆରମ୍ଭ କରିଥିଲେ ମଧ୍ୟ ପଡିଆରେ ବେଶୀ ସମୟ ତିଷ୍ଠି ପାରିନଥିଲେ ଅଲ୍ଲି । ଋତୁରାଜ ଗାଏକ୍ବାଡ ସର୍ବାଧିକ 53, ଗଦିଶନ 33, ମହେନ୍ଦ୍ର ସିଂ ଧୋନି 10(7) ଏବଂ ମିଚେଲ ସାଣ୍ଟନେର ଅପରାଜିତ ଗୋଟିଏ ରନ୍ ସଂଗ୍ରହ କରି ଥିବାବେଳେ ଶିବମ ଦୁବେ ଖାତାଖୋଲି ପାରିନଥିଲେ । ଚେନ୍ନାଇ ପକ୍ଷରୁ ପତିରାନା ୨ଟି ୱିକେଟ ନେଇଥିବାବେଳେ ମୋଇନ ଅଲୀ ଗୋଟିଏ ୱିକେଟ ନେଇଛନ୍ତି ।

ସେହିପରି ଗୁଜରାଟ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ୨ଟି ଓ୍ଵିକେଟ୍‌ ନେଇ ଥିବାବେଳେ ରସିଦ ଖାନ, ଅଲଜାରୀ ଜୋସେଫ୍‌ ଓ ରବିଶ୍ରୀନିବାସନ୍‌ ସାଈ କିଶୋରଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ ମିଳିଥିଲା ।

Last Updated : May 15, 2022, 8:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.