ETV Bharat / sports

IPL 2022: ସୁରତରେ ସିଏସକେର ଅଭ୍ୟାସ ଆରମ୍ଭ - ଆଇପିଏଲ ୨୦୨୨ ନ୍ୟୁଜ

ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ(CSK) ଆଗାମୀ ସଂସ୍କରଣ ପାଇଁ ସୋମବାର ସୁରତର ଲାଲଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିଛି । ଅଧିକ ପଢନ୍ତୁ

IPL 2022: CSK starts training in Surat
IPL 2022: ସୁରତରେ ସିଏସକେର ଅଭ୍ୟାସ ଆରମ୍ଭ
author img

By

Published : Mar 7, 2022, 10:40 PM IST

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ(CSK) ଆଗାମୀ ସଂସ୍କରଣ ପାଇଁ ସୋମବାର ସୁରତର ଲାଲଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିଛି ।

ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଏକ ଭିଡିଓ ସେୟାର କରାଯାଇଛି, ଯେଉଁଥିରେ ଟ୍ରେନିଂ ସେସନ ପାଇଁ ମହେନ୍ଦ୍ର ସିଂହ ଧୋନି ଟିମର ଅନ୍ୟ ଷ୍ଟାର ଖେଳାଳିଙ୍କ ସହ ଷ୍ଟାଡିୟମକୁ ପ୍ରବେଶ କରୁଛନ୍ତି ।

ଧୋନିଙ୍କ ସହିତ ଅମ୍ବାତି ରାୟୁଡୁ, କେଏମ ଆସିଫ ଅଭ୍ୟାସ କରିଛନ୍ତି । ବୋଲିଂ କୋଚ୍‌ ଲକ୍ଷ୍ମୀପତି ବାଲାଜିଙ୍କୁ ମଧ୍ୟ ଦେଖାଯାଇଛି । ତେବେ ଆହତ ଥିବା ବୋଲର ଦୀପକ ଚହର IPL 2022 ସଂସ୍କରଣର ଅଧିକାଂଶ ମ୍ୟାଚ୍‌ ଖେଳିବାରୁ ବଞ୍ଚିତ ହୋଇପାରନ୍ତି । କୋଲକାତାରେ ୱେଷ୍ଟଇଣ୍ଡିଜ ବିପକ୍ଷ ଶେଷ ଟି-୨୦ ମ୍ୟାଚ୍‌ରେ ଚହର ଆହତ ହୋଇଥିଲେ । ଫଳରେ ଶ୍ରୀଲଙ୍କା ବିପକ୍ଷ ସିରିଜରୁ ବାଦ୍‌ ପଡିଥିଲେ ।

IPL ମେଗା ନିଲାମରେ ୧୪.୨୪ କୋଟି ଟଙ୍କାରେ କିଣି CSK ଚହରଙ୍କୁ ଟିମରେ ସାମିଲ କରିଥିଲା । ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ୨୦୨୨ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଖେଳିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.