ବେଙ୍ଗାଲୁରୁ: ସିଙ୍ଗାପୁର ଅଲ-ରାଉଣ୍ଡର ଟିମ ଡାଭିଡଙ୍କୁ ନେଲା ମୁମ୍ବାଇ ଇଣ୍ଡିଆନ୍ସ(MI) । ସବୁଠୁ ଆଶ୍ଚର୍ଯ୍ୟକର ଥିଲା ଡାଭିଡଙ୍କ ନିଲାମ ପ୍ରକ୍ରିୟା । ଟିମଙ୍କ ବେସ୍ ପ୍ରାଇସ 40 ଲକ୍ଷ ଥିବାବେଳେ 8 କୋଟି 25 ଲକ୍ଷରେ ବିକ୍ରି ହୋଇଛନ୍ତି, ଯାହା ଚକିତ କରିଛି ।
ଡାଭିଡଙ୍କୁ ନେବା ପାଇଁ କୋଲକାତା ନାଇଟ ରାଇଡର୍ସ(KKR) ଏବଂ ରାଜସ୍ତାନ ରୟାଲ୍ସ(RR) ମଧ୍ୟରେ କିଛି ସମୟର ନିଲାମୀ ଯୁଦ୍ଧ ଲାଗିଥିଲା । ଶେଷରେ ମୁମ୍ବାଇ ପଲ୍ଟନରେ ସାମିଲ ହୋଇଛନ୍ତି ଚିମ୍ ଡାଭିଡ । ସେପଟେ ପ୍ରଶାନ୍ତ ସୋଲାନ୍କିଙ୍କୁ 1.20 କୋଟିରେ ଚେନ୍ନାଇ ନେଇ ଥିବାବେଳେ ଛମା ମିଲିନ୍ଦଙ୍କୁ 27 ଲକ୍ଷରେ ନେଇଛି RCB ଏବଂ ମୋହସିନ ଖାନଙ୍କୁ 20 ଲକ୍ଷରେ ନେଇଛି ଲକ୍ଷ୍ନୌ ସୁପର ଜିଆଣ୍ଟ(LSG) ।