ETV Bharat / sports

IPL 2022: ନୂଆ ଅହମ୍ମଦାବାଦ ଟିମର ନାମ ଅହମ୍ମଦାବାଦ ଟାଇଟାନ୍‌ସ

author img

By

Published : Feb 7, 2022, 6:52 PM IST

ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୨ରେ ନୂଆ ଫ୍ରାଞ୍ଚାଇଜ ଭାବେ ଅଂଶଗ୍ରହଣ କରିବାକୁ ଯାଉଥିବା ଅହମ୍ମଦାବାଦ ଟିମର ନାମ ଘୋଷଣା ହୋଇଛି । 'ଅହମ୍ମଦାବାଦ ଟାଇଟାନ୍‌ସ' ଭାବେ ନୂଆ ଟିମର ନାମ ରହିଛି । ଅଧିକ ପଢନ୍ତୁ

IPL 2022: Ahmedabad Team Announces Official Name
IPL 2022: ନୂଆ ଅହମ୍ମଦାବାଦ ଟିମର ନାମ ଅହମ୍ମଦାବାଦ ଟାଇଟାନ୍‌ସ

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୨ରେ ନୂଆ ଫ୍ରାଞ୍ଚାଇଜ ଭାବେ ଅଂଶଗ୍ରହଣ କରିବାକୁ ଯାଉଥିବା ଅହମ୍ମଦାବାଦ ଟିମର ନାମ ଘୋଷଣା ହୋଇଛି । 'ଅହମ୍ମଦାବାଦ ଟାଇଟାନ୍‌ସ' ଭାବେ ନୂଆ ଟିମର ନାମ ରହିଛି । IPL 2022ର ମେଗା ଖେଳାଳି ନିଲାମରେ ନୂଆ ଫ୍ରାଞ୍ଚାଇଜ ଅଂଶଗ୍ରହଣ କରିବ ।

  • 𝙁𝙍𝙊𝙈 𝙏𝙊𝘿𝘼𝙔 𝙒𝙀 𝘼𝙍𝙀 𝙊𝙁𝙁𝙄𝘾𝙄𝘼𝙇𝙇𝙔 𝘾𝘼𝙇𝙇𝙀𝘿 𝘼𝙎 𝘼𝙃𝙈𝙀𝘿𝘼𝘽𝘼𝘿 𝙏𝙄𝙏𝘼𝙉𝙎

    — AHMEDABAD TITANS (@Ipl_ahmedabaad) February 7, 2022 " class="align-text-top noRightClick twitterSection" data=" ">

ଅହମ୍ମଦାବାଦ ଟାଇଟାନ୍‌ସର କୋଚିଂ ଷ୍ଟାଫ୍‌ ଚୂଡାନ୍ତ ହୋଇଛି । ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଆଶିଷ ନେହେରା ଓ ପୂର୍ବତନ ଦକ୍ଷିଣ ଆଫ୍ରିକା ବ୍ୟାଟ୍‌ର ଗ୍ୟାରୀ କ୍ରୀଷ୍ଣନ ମୁଖ୍ୟ କୋଚ୍‌ ଭାବେ ଦାୟିତ୍ବ ତୁଲାଇବେ । ପୂର୍ବତନ ଇଂଲଣ୍ଡ ବ୍ୟାଟ୍‌ର ବିକ୍ରମ ସୋଲାଙ୍କି ଟିମର ନିର୍ଦ୍ଦେଶକ ଭାର ତୁଲାଇବେ । ଏହା ଦ୍ବିତୀୟ ଥର ହେବ ଯେ ଏହି ତିନି ପ୍ରମୁଖ କୋଚିଂ ଅଧିକାରୀ ଏକତ୍ର ଗୋଟିଏ ଟିମରେ ନଜର ଆସିଛନ୍ତି । ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଟିମରେ ଏହି ତିନି ଭେଟେରାନ କାର୍ଯ୍ୟ କରିସାରିଛନ୍ତି ।

ଅହମ୍ମଦାବାଦ ଟିମ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୫ କୋଟି, ରସିଦ ଖାନଙ୍କୁ ୧୫ କୋଟି ଓ ଶୁଭମନ ଗିଲ୍‌ଙ୍କୁ ୮ କୋଟିରେ କିଣି ଟିମରେ ସାମିଲ କରିଛି । IPL ୨୦୨୨ ସିଜିନରେ ଅହମ୍ମଦାବାଦ ଟିମ ପାଣ୍ଡ୍ୟାଙ୍କୁ ନେତୃତ୍ବ ଭାରତ ପ୍ରଦାନ କରିଛି । ଫଳରେ ୫୨ କୋଟି ନିଲାମୀ ଅର୍ଥ ସହ ମେଗା ଖେଳାଳି ନିଲାମରେ ଅଂଶଗ୍ରହଣ କରିବ ଅହମ୍ମଦାବାଦ । ଆସନ୍ତା ଫେବୃଆରୀ ୧୨ ଓ ୧୩ରେ ବେଙ୍ଗାଲୁରୁରେ IPL 2022ମେଗା ଖେଳାଳି ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.