ETV Bharat / sports

ଆଇପିଏଲ ମହାସମର: ରାଜସ୍ଥାନକୁ 171ରନ୍‌ରେ ରୋକିଲା ରୋହିତ ସେନା

author img

By

Published : Apr 29, 2021, 5:28 PM IST

ନିର୍ଦ୍ଧାରିତ 20 ଓଭରରେ ସଞ୍ଜୁ ସାମସନଙ୍କ ଟିମ 4 ୱିକେଟ ହରାଇ 171 ରନ ସଂଗ୍ରହ କରିଛି । ଫଳରେ ମୁମ୍ବାଇ ସାମ୍ନାରେ 172 ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

IPL 2021: Samson, butter guide rajastan to 171/4 VS MI
ଆଇପିଏଲ ମହାସମର: ରାଜସ୍ଥାନକୁ 171ରନ୍‌ରେ ରୋକିଲା ରୋହିତ ସେନା

ନୂଆଦିଲ୍ଲୀ: ଆଇପିଏଲର 24ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମା ବୋଲିଂ ନିଷ୍ପତ୍ତି ନେବାପରେ ପ୍ରଥମେ ବ୍ୟାଟିଂ କରିଥିଲା ରାଜସ୍ଥାନ । ନିର୍ଦ୍ଧାରିତ 20 ଓଭରରେ ସଞ୍ଜୁ ସାମସନଙ୍କ ଟିମ 4 ୱିକେଟ ହରାଇ 171 ରନ ସଂଗ୍ରହ କରିଛି । ଫଳରେ ମୁମ୍ବାଇ ସାମ୍ନାରେ 172 ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ଅରୁଣ ଜେଟଲି ଷ୍ଟାଡିୟମ, ଦିଲ୍ଲୀରେ ଖେଳାଯାଉଛି ଏହି ମ୍ୟାଚ ।

ରାଜସ୍ଥାନ ପକ୍ଷରୁ ଦୁଇ ଓପନର ଜସ୍‌ ବଟଲର ଓ ଜସଶ୍ବୀ ଜୟସ୍ବାଲ ଦମଦାର ଆରମ୍ଭ କରିଥିଲେ । ଉଭୟଙ୍କ ମଧ୍ୟରେ ପ୍ରଥମ ୱିକେଟ ଯୋଡିରେ 11 ରନ୍‌ର ଭାଗିଦାରୀ ହୋଇଥିଲା । ତେବେ ମୁମ୍ବାଇର ଷ୍ଟାର ସ୍ପିନର ରାହୁଲ ଚହର ପ୍ରଥମେ, 41 ରନ୍‌ରେ ବ୍ୟାଟିଂ କରୁଥିବା ବଟଲରଙ୍କୁ ଓ ପରେ ଜୟସ୍ବାଲଙ୍କୁ 32 ଖେଳୁଥିବାବେଳେ ସ୍ପିନର ଜାଲରେ ଫସାଇ ପାଭିଲିୟନ ଫେରାଇଥିଲେ । ପରେ କ୍ୟାପଟେନ ସଞ୍ଜୁ ସାମସନ 25 ବଲ୍‌ରୁ 5 ଚୌକା ସହାୟତାରେ ଦ୍ରୁତ 42 ରନ୍‌ର ଇଂନିସ ଖେଳିବା ସହ ଦଳର ସ୍କୋର 150 ପାର୍‌ କରାଇଥିଲେ । ଅଲରାଉଣ୍ଡର ଶିବମ ଦୁବେ ମଧ୍ୟ 35 ରନ୍‌ର ଉପଯୋଗୀ ଇଂନିସ ଖେଳିଥିଲେ ।

ମୁମ୍ବାଇ ପକ୍ଷରୁ ରାହୁଲ ଚହର 4 ଓଭରରେ 33 ରନ୍‌ ବ୍ୟୟରେ ଦୁଇଟି ୱିକେଟ ହାସଲ କରି ସଫଳତମ ବୋଲର ରହିଥିଲେ । ଦୁଇ ଷ୍ଟାର ଦ୍ରୁତ ବେଲାର ଟ୍ରେଣ୍ଟ ବୋଲ୍ଟ, ଜଶପ୍ରୀତ ବୁମରା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.