ମୁମ୍ବାଇ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) । ଚଳିତ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ 4ର୍ଥ ମ୍ୟାଚରେ ବିଜୟୀ ହୋଇଛି ବିରାଟ କୋହଲିଙ୍କ ଦଳ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ଆରସିବି ।
178 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଆରସିବି 16.3 ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଛି । ଫଳରେ 10 ୱିକେଟରେ ଧମାକାଦାର ବିଜୟ ହାସଲ କରିଛି । ଓପନର ଦେବଦତ୍ତ ପାଦିକ୍କଲ ଦମଦାର ଅପରାଜିତ ଶତକ ହାସଲ କରିଛନ୍ତି । କୋହଲି ମଧ୍ୟ 72 ରନ କରି ଅପରାଜିତ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ